ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟସ୍ଥ ଏକ ରାସ୍ତା ରେ ଥିବା ଗଛ ରେ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ । ଗତକାଲି ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିଲା । ସୂଚନା ଅନୁସାରେ ୪ ଜଣ ଯୁବକ ଏକ ବାଇକରେ ବିଳମ୍ବିତ ରାତିରେ ଝାରବନ୍ଧ ଗ୍ରାମରୁ ଜୁନାଗଡ଼ ଆସୁଥିଲେ । ବିଳମ୍ବିତ ରାତିରେ ମୂର୍ଲାପଦର ନିକଟସ୍ଥ ଏକ ବୁଲାଣିରେ ଭାରସାମ୍ୟ ହରାଇ ଗୁରୁତର ଭାବେ ପଡି ଯାଇଥିଲେ । ଏନେଇ ଅଞ୍ଚଳର ଲୋକେ ପୁଲିସ କୁ ଖବର ଦେବା ପରେ ପୁଲିସ ଓ ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମରିଆବନ୍ଧଲି ଗ୍ରାମର ଦୁଇ ଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ ଏବଂ ଚଞ୍ଚରା ଭାଡ଼ି ଗ୍ରାମର ରାଜୁ ଵଗର୍ତ୍ତିଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ଆଉ ଜଣେ ଝାରବନ୍ଧ ଗ୍ରାମର ମୁକେଶ ମାଝୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଅନ୍ୟ ପକ୍ଷରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଡାକ୍ତରଖାନାରୁ ୩ ଜଣଙ୍କ ଶବକୁ ଆଣି ଜୁନାଗଡ଼ ଥାନା ସମ୍ମୁଖ ଜାତୀୟ ରାଜପଥ ୨୬ ଉପରେ ରଖି ରାସ୍ତା ଅବରୋଧ କରିଥିଲେ ଲୋକେ । ଘଟଣା ସ୍ଥଳରେ ଜୁନାଗଡ଼ ଥାନା ଅଧିକାରୀ, ଜୁନାଗଡ଼ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଲୋକେ ନଛୋଡବନ୍ଧା ହୋଇ ଦିନ ୧୧ ଟାରୁ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଅନ୍ୟ ପକ୍ଷରେ ଦୁର୍ଘଟଣାରୁ ବର୍ତ୍ତିଥିବା ମୁକେଶ ମାଝୀଙ୍କୁ ଜୁନାଗଡ଼ ଥାନାକୁ ଆଣି ପଚରାଉଚରା କରୁଥିବା ପୁଲିସ କହିଛି ।