18.1 C
Bhubaneswar
Monday, January 6, 2025
Homeଓଡିଶାଯାଜପୁର ଜିଲ୍ଲାରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ଯୋଗାଇ ଦେବାରେ ଶ୍ରମ ବିଭାଗ ନିଷ୍କ୍ରିୟ...

ଯାଜପୁର ଜିଲ୍ଲାରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ଯୋଗାଇ ଦେବାରେ ଶ୍ରମ ବିଭାଗ ନିଷ୍କ୍ରିୟ ଓ ପଞ୍ଚ ହଜାର ନିର୍ମାଣ ଶ୍ରମିକ କରୋନା ସହାୟତା ରୁ ବଞ୍ଚିତ -ଦଲାଲ ସକ୍ରିୟ

ଯାଜପୁର : ଜିଲ୍ଲା ରେ ଜିଲାରେ ନିର୍ମାଣ ଶ୍ରମିକ 1ଲକ୍ଷ 35ହଜାର ପଞ୍ଜିକୃତ ହୋଇଛନ୍ତି ସେମାଙ୍କୁ ସହାୟତା ରାଶି କରାଇ ଦେବା ପାଇଁ ଦଲାଲ ସକ୍ରିୟ ହୋଇ ନିର୍ମାଣ ଶ୍ରମିକ ମାନଂକ ଠାରୁ ଅର୍ଥ ଆଦାୟ କରୁ ଥିବା ର ଦେଖା ଯାଉଛି l ରାଜ୍ୟ ସରକାର ମହାମାରୀ କରୋନା ର ୧ମ ଲହର ରେ 56ହଜାର 183 ଜଣଙ୍କୁ କରୋନା ସହାୟତା 1500ଟଙ୍କା ଯୋଗାଇଦେବା ଘୋଷଣା କରିଥିଲେ କିନ୍ତୁ ଅଦ୍ୟାବଧି ଶ୍ରମ ବିଭାଗ ର ତ୍ରୁଟିପୂର୍ଣ୍ଣ ଯୋଗୁଁ ୫ ହଜାରରୁ ଉର୍ଦ୍ଧ ପଞ୍ଜିକୃତ ନିର୍ମାଣ ଶ୍ରମିକ ହିତାଧିକାରୀ ମାନେ କରୋନା ସହାୟତା ରୁ ବଂଚିତ !ବିଭିନ୍ନ ରାଜ୍ୟରେ ପଞ୍ଜିକୃତ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ 5ହଜାର ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଓ ଶ୍ରମ ବିଭାଗ ର ଖାମଖିଆଲ ନୀତି ଫଳରେ ଏହି ପକ୍ରିୟା 15ମାସ ବିତିଯାଇଥିଲେ ମଧ୍ୟ ଏହାଯାଜପୁର ଜିଲ୍ଲାରେ କାର୍ଯ୍ୟକାରୀ ହୋଇନlହିଁ ରାଜ୍ୟ ସରକାର ପୁନର୍ବାର ୨ୟ ଲହର କରୋନା ସହାୟତା 1500ଟଙ୍କା ଘୋଷଣା କରିବା ଏବଂ କୌଣସି ନିର୍ଦ୍ଧିଷ୍ଟ ନୀତି ପ୍ରସ୍ତୁତ କରିନଥିବା ବେଳେ ଆମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଶ୍ରମିକ ସଂଗଠନ ଓ ଶ୍ରମ କାର୍ଯ୍ୟାଳୟ ର କର୍ମଚାରୀ କହି ଦଲାଲ ମାନେ ଗାଁ ଗାଁ ବୁଲି କୋଭିଡ ସହାୟତା କରାଇଦେବା କହି ଅର୍ଥ ଆଦାୟ ଆରମ୍ଭ କଲେଣି!ଏ ସମ୍ପର୍କରେ ଏକ ପ୍ରତିକ୍ରିୟା ପ୍ରକାଶ କରି ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଙ୍ଘ ର ସଭାପତି ବିଦ୍ୟାଧର ମହାନ୍ତି, ଓଡିଶା କନଷ୍ଟ୍ରକସନ ନିର୍ମାଣ ଶ୍ରମିକ ସଙ୍ଘ ର ରାଜ୍ୟ ଉପ ସଭାପତି ପ୍ରଫୁଲ୍ଲ ନାୟକ ଏକ ମିଳିତ ବିବୃତି ଦେଇ ପୋଲିସ ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଶ୍ରମ କାର୍ଯ୍ୟାଳୟ ର କର୍ମଚାରୀ ଓ ଶ୍ରମିକ ସଂଗଠନ ନାମରେ ଅର୍ଥ ଆଦାୟ କରୁଥିବା ଦଲାଲ ମାନଙ୍କ ଉପରେ ନଜର ରଖିବା ଓ ରାଜ୍ୟ ଶ୍ରମ ଆୟୁକ୍ତ ଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହାର ସୁଯୋଗ ନେଇ ଦଲlର ମାନେ ବେଆଇନ ଭାବେ ନବୀକରଣ କରିଛନ୍ତି l ତାହା ର ତଦନ୍ତ କରିବା ପ୍ରକୁତ ପଞ୍ଜିକୃତ ନିର୍ମାଣ ଶ୍ରମିକ ଙ୍କ ମଧ୍ଯ ସହାୟତା ରାଶି ପଦାନ ପାଇଁ ଜିଲ୍ଲା ପାଳ ଶ୍ରମ କମିଶନ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି !ଠିକ ସେହିପରି ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନେ ଆଜକୁ ୩ ବର୍ଷରୁ ଉର୍ଦ୍ଧ ଶିକ୍ଷା, ବିବାହ, ମୃତ୍ୟୁ, ପ୍ରସୂତି, ଯନ୍ତ୍ରପାତି, ସୁରକ୍ଷା ସାମଗ୍ରୀ ଓ ସାଇକେଲ ସହାୟତାନିମନ୍ତେ ଦରଖାସ୍ତ କରିଥିଲେ ମଧ୍ଯ ସହାୟତା ରାଶି ଯୋଗାଇ ନ ଦେବା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପ୍ରତି ଶ୍ରୀ ମହାନ୍ତି ଓ ଶ୍ରୀ ନାୟକ ଦୃଷ୍ଟି ଆକର୍ଷଣ କରିବା ସହିତ କଲ୍ୟାଣ ବୋର୍ଡ ରେ କୋଟି କୋଟି ଟଙ୍କା ଗଛିତ ଥିଲେ ମଧ୍ଯ ସହାୟତା ଯୋଗାଇ ନଦେବା କ୍ଷୋଭର ବିଷୟ!ଏପରିକି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ଅର୍ଥଜୁନେଇ ନିର୍ବାଚନ ପ୍ରଚାର ରେ ବିନିଯୋଗ କରି ସାଇକେଲ ବାଣ୍ଟିବା ଘଟଣା କୁ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି!ରାଜ୍ୟ ସରକାର ଙ୍କ ୨ୟ ଲହର ର ଘୋଷଣା ମୁତାବକ 1500ଟଙ୍କା ସହାୟତା ଯୋଗାଇଦେବା ସହିତ ୧ ମ ଲହର ର ବଞ୍ଚିତ ଥିବା ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକ ଙ୍କୁ ଦେବା ସହିତ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ ଦିନଧରି ପଡିରହିଥିବା ଦରଖାସ୍ତ ଅବିଳମ୍ବେ ପ୍ରଦାନ ନକଲେ ନିର୍ମାଣ ଶ୍ରମିକ ମାନଙ୍କ ଜୀବନ ଜୀବିକା ସୁରକ୍ଷା ନିମନ୍ତେ ମିଳିତ ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ୍ୟ ହେବେ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking