ନର୍ଲା : ଡ୍ଯାମ୍ ନିର୍ମାଣ ହେବା ପରେ ମଧ୍ଯ ହୋଇ ପାରିନାହିଁ ପୁନଃରଉଦ୍ଧାର l ପୋତି ହୋଇ ଗଲାଣୀ ୧୫ ଫୁଟ୍ ମାଟି l କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ରେ ଚାଷୀଙ୍କ ପାଇଁ ନିର୍ମାଣ ହୋଇଥିବା ଭଦ୍ରା ଡ୍ଯାମ ଏବେ ତାର ପରିଚୟ ଖୋଜିବାରେ ଲାଗିଛି l ୫୦ ବର୍ଷ ପୂର୍ବେ ଏହି ଡ୍ଯାମ୍ ଟି ନିର୍ମାଣ ହୋଇଥିଲା l କିନ୍ତୁ ଡ୍ଯାମ୍ ର ପଙ୍କ ଉଦ୍ଧାର କିମ୍ବା ମରାମତୀ କାର୍ଯ୍ଯ ହୋଇ ପାରି ନଥିବାରୁ ଏହି ଡ୍ଯାମ ଟି ୧୫ ଫୁଟ୍ ରୁ ଅଧିକ ହେବ ପୋତି ହୋଇ ଗଲାଣୀ l ସେଥିପାଇଁ ପାଣି ଯୋଗାଇବାରେ ଅସୁବିଧା ହେଉଥିବା କହିଛନ୍ତି ଚାଷୀ l ୧୭ ଶହ ଏକର ଜମି ରେ ଜଳ ସେଚନ ହୋଇ ପାରୁ ନାହିଁ l ୧୯୫୨ ମସିହାରେ ଭଦ୍ରା ଡ୍ଯାମ୍ ମଧ୍ଯମ ଜଳ ସେଚନ ବିଭାଗରୁ କ୍ଷୁଦ୍ର ଜଳ ସେଚନ ବିଭାଗ କୁ ହସ୍ତାନ୍ତର ହୋଇଥିଲା l ୨୦୦୧ ମେ ୧୨ ତାରିଖ ଦିନ କ୍ଷୁଦ୍ର ଜଳ ସେଚନ ବିଭାଗ ରୁ ଇନ୍ଦ୍ରାବତୀକୁ ହସ୍ତାନ୍ତର କରା ଯାଇଥିଲା l
୨୦୦୧ ମସିହା ରୁ ଡ୍ଯାମ ଭୁବନେଶ୍ବର ଡ୍ଯାମ ସେପ୍ଟି ଅଧିନରେ ରହିଛି l ଆଉ ଏଥିପାଇଁ ପ୍ରତିବର୍ଷ ସରକାରଙ୍କୁ ଏହି ଡ୍ଯାମ୍ ର ପୁନର୍ ଉଦ୍ଧାର ପାଇଁ ରିପୋର୍ଟ୍ ମଧ୍ଯ ଦିଆ ଯାଉଛି l ଏମିତି କି ଗତ ବର୍ଷ ବିଭାଗ ଦ୍ବାରା ଡ୍ଯାମ୍ ପୁନଃରଉଦ୍ଧାର ପାଇଁ ବି.ପି.ଆର୍ ପ୍ରଦାନ କରାଯାଇଛି l କିନ୍ତୁ ଏଠି ବିନା କାମରେ କେମିତି ରିପୋର୍ଟ୍ ଦିଆ ଯାଉଛି ତାହା ନେଇ ଏବେ ପ୍ରଶ୍ନବାଚୀ ଶୃଷ୍ଟି ହେଉଛି l ମୂଖ୍ଯମନ୍ତ୍ରୀ ଗତ ଜାନୁଆରୀ ୧୪ ତାରିଖ ଦିନ କଳାହାଣ୍ଡି ଜୟପାଟଣା ଠାରେ ମେଘାଲିପ୍ଟ୍ ପଏଣ୍ଟ ଉଦଘାଟନ କରିବା ସାଙ୍ଗକୁ ୫୨ ଟି ପ୍ରକଳ୍ପ ପାଇଁ ୧୨୦.୩୪୭ କୋଟି ଟଙ୍କା ପ୍ରକଳ୍ପ ଶିଳାନ୍ଯାସ କରିଥିଲେ l
କିନ୍ତୁ ୫୦ ବର୍ଷ ପୁରୁଣା ଏହି ଭଦ୍ରା ଡ୍ଯାମ୍ ର ପୁନ ଉଦ୍ଧାର ହୋଇ ପାରୁ ନାହିଁ l ଯାହା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ lସ୍ଥାନୀୟ ଅଞ୍ଚଳରେ ଜଳ ସେଚନ ପାଇଁ ରାଜ୍ଯ ସରକାର ଭଦ୍ରା ଡ୍ଯାମ୍ ର ପୁନର୍ ଉଦ୍ଧାର କର୍ବାକେ ଚାଷୀ ଦାବି କରିଛନ୍ତି l ନୂତନ ପ୍ରକଳ୍ପ କରିବା ଚକ୍କର୍ ରେ ପୁରୁଣା କୁ ଅବହେଳା l ଆଉ ଏହାର ଉଦାହରଣ ହେଉଛି ଭଦ୍ରା ଡ୍ଯାମ୍ l କିନ୍ତୁ ଏହି ଡ୍ଯାମ ପାଇଁ ରାଜ୍ଯ ସରକାର ଙ୍କ ଟିକିଏ ହେଲେ ବି ଦରଦ ନାହିଁ l ଯାହା କୁ ନେଇ ଚାଷୀ ଙ୍କ ମହଳରେ ଅସନ୍ତୋଷ ଦେଖିବାକୁ ମିଳିଛି l