13.1 C
Bhubaneswar
Sunday, January 12, 2025
Homeଓଡିଶାସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ : ପ୍ରଥମ ଦିନରୁ ହିଁ ‘ଚାଷୀଙ୍କ ସମସ୍ୟାକୁ...

ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ : ପ୍ରଥମ ଦିନରୁ ହିଁ ‘ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବି’ 

ସୋନପୁର : ସୁବର୍ଣ୍ଣପୁରର ୩୦ତମ ଜିଲାପାଳ ଭାବେ ଅବୋଲି ସୁନିଲ ନରଓ୍ବଣେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନରଓ୍ବଣେ ଏହା ପୂର୍ବରୁ ରାଉରକେଲାର ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ୨୦୧୫ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ନରଓ୍ବଣେ ପ୍ରଥମେ ବାଲେଶ୍ୱର ଜିଲାର ନୀଳଗିରି ଉପଜିଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ମୟୂରଭଞ୍ଜ ଜିଲା ବାରିପଦା ଉପଜିଲାପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ପ୍ରଥମ ଥର ଜିଲାପାଳ ଦାୟିତ୍ୱ ଗ୍ରହଣ କରିଥିବା ନରଓ୍ବଣେ କହିଥିଲେ, ସୁବର୍ଣ୍ଣପୁର ଏକ କୃଷି ପ୍ରଧାନ ଜିଲା। ଖରିଫ ଓ ରବିରେ ଅଧିକ ଧାନ ଉତ୍ପାଦନ ହୋଇଥାଏ।

ତେଣୁ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏଥିସହ ଗରିବ, ନିଷ୍ପେସିତ ଲୋକମାନେ କିଭଳି ସରକାରଙ୍କ ଜନହିତକର ଯୋଜନାର ଲାଭ ପାଇବେ ତାହା ସୁନିଶ୍ଚିତ କରିବାକୁ ଦୃଷ୍ଟି ଦେବେ। ବିଜୁଳି, ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ପଦକ୍ଷେପ ନେବେ। ମନ୍ଦିର ମାଳିନୀ, ସଂସ୍କୃତି ସମ୍ପନ୍ନ ଏହି ଜିଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବେ। ବୟନଶିଳ୍ପ ପାଇଁ ବିଶେଷ ଭାବେ ନାମ କରିଥିବା ଜିଲାର ବୁଣାକାରଙ୍କ ସମସ୍ୟାର ସମାଧାନ ସହ ଦେଶ ବିଦେଶରେ ପାଟଶାଢୀର ପ୍ରଚାର ପ୍ରସାର ପାଇଁ ଦୃଷ୍ଟି ଦେବେ ବୋଲି ନୂତନ ଜିଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking