28.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଆଇଟି ମନ୍ତ୍ରୀଙ୍କ ଆକାଉଣ୍ଟ ଲକ ହେବାର କାରଣ ସାମ୍ନାକୁ ଆସିଲା

ଆଇଟି ମନ୍ତ୍ରୀଙ୍କ ଆକାଉଣ୍ଟ ଲକ ହେବାର କାରଣ ସାମ୍ନାକୁ ଆସିଲା

ନୂଆଦିଲ୍ଲୀ: ଟ୍ୱିଟର କାଲି ଆମେରିକାର ଡିଜିଟାଲ ମିଲେନିୟମ କପିରାଇଟ ଅ୍ଧଳ । ଅନୁସାରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବନ୍ଦ କରି ଦେଇଥିଲା । ଏହାପରେ ରବିଶଙ୍କର ଏହାକୁ ଟ୍ୱିଟରର ମନମୁଖୀ ଓ ଅସହନଶୀଳତା ବତାଇ କହିଥିଲେ ଯେ, ତାକୁ କେବଳ ନିଜ ଏଜେଣ୍ଡା ଚଲାଇବାରେ ଇଚ୍ଛା ଅଛି ।  ତେବେ ଏହି ମାମଲାରେ ଟ୍ୱିଟରର ପ୍ରତିକ୍ରିୟା ବି ସାମ୍ନାକୁ ଆସିଛି । ଟ୍ୱିଟର କହିଛି ଯେ, କପିରାଇଟ ନେଇ ବୈଧ ଅଭିଯୋଗ ଆସିବା ପରେ ସେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ଟ୍ୱିଟର ସୋନି ମ୍ୟୁଜିକ ଏଣ୍ଟରଟେନମେଣ୍ଟ କମ୍ପାନୀରୁ ଏଆର ରେହମାନଙ୍କ ପ୍ରସିଦ୍ଧ ଗୀତ ମା ତୁଝେ ସଲାମ  ଉପରେ କପିରାଇଟ କ୍ଲେମ ମିଳିବା ନେଇ କହିଛି । ଏହାସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ନେଇ ନିଜ ସ୍ପଷ୍ଟୀକରଣରେ କହିଛି ଆମେରିକାର ଡିଜିଟାଲ ମିଲେନିୟମ କପିରାଇଟ ଆକ୍ଟର ନୋଟିସ ପରେ ଏହି ଆକାଉଣ୍ଟ ଅସ୍ଥାୟୀ ଭାବରେ ବ୍ଲକ କରାଯାଇଥିଲା ।  କହିରଖୁଛୁ ଯେ ଗତକାଲି ଟ୍ୱିଟର କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ପ୍ରାୟ ଏକ ଘଣ୍ଟା ପାଇଁ ଲକ ପକାଇ ଦେଇଥିଲା। ଟ୍ୱିଟର କହିଛି ଯେ ଆପଣ ଆମେରିକାର ଡିଜିଟାଲ ମିଲେନିୟମ୍ କପିରାଇଟ୍ ଆକ୍ଟ ଉଲ୍ଲଂଘନ କରିଛନ୍ତି। ପରେ ତାଙ୍କ ଆକାଉଣ୍ଟ ଟ୍ୱିଟର ଦ୍ୱାରା ଅନଲକ୍ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking