19.1 C
Bhubaneswar
Sunday, November 17, 2024
Homeକର୍ପୋରେଟ୍୧୬ ଦିନ ପରେ ଶ୍ରମିକଙ୍କ ଆଗରେ ମୁଣ୍ଡ ନୁଆଁଇଲେ ବେଦାନ୍ତ ଆଲୁମିନା କର୍ତ୍ତୃପକ୍ଷ, ଦୀର୍ଘ ୬...

୧୬ ଦିନ ପରେ ଶ୍ରମିକଙ୍କ ଆଗରେ ମୁଣ୍ଡ ନୁଆଁଇଲେ ବେଦାନ୍ତ ଆଲୁମିନା କର୍ତ୍ତୃପକ୍ଷ, ଦୀର୍ଘ ୬ ଘଣ୍ଟା ଧରି ରୂଦ୍ଧ ଦ୍ଵାର ବୈଠକ

*କଳାହାଣ୍ଡି : ଜିଲ୍ଲାର ଲାଞ୍ଜିଗଡ଼ ଠାରେ ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀରେ ଅନେକ ଛୋଟ ଛୋଟ ଠିକା ସଂସ୍ଥା ଦ୍ବାରା ଅନେକ ଶ୍ରମିକ ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ଶ୍ରମିକ ମାନଙ୍କ ନିରୀହ ପଣିଆର ସୁଯୋଗ ନେଇ, ଛତିଶଗଡ଼ ଅଞ୍ଚଳର ପ୍ରିସିଜନ ଇଂଜିନିୟରିଂ ଲିମିଟେଡ଼ ନାମକ ଠିକା ସଂସ୍ଥାର ମନମୁଖୀ ଶାସନରେ ଅତିଷ୍ଠ ହୋଇ କିଛି ଶ୍ରମିକ ଗତ ୧ ତାରିଖ ଠାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖୀ ଶାସନ ବିରୋଧରେ କଳାହାଣ୍ଡି ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ।

 

ଏହା ସମ୍ପର୍କରେ ପ୍ରିସିଜନ ଇଂଜିନିୟରିଂ ଠିକା ସଂସ୍ଥାର ମୁଖ୍ୟ ସୁଶାନ୍ତ ଶତପଥୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନଥିଲେ । ତେବେ ବେଦାନ୍ତ କମ୍ପାନୀ ଜନ ସମ୍ପର୍କ ଅଧିକାରୀ କହିଛନ୍ତି ଶ୍ରମିକ ମାନଙ୍କୁ ବେଦାନ୍ତ ତରଫରୁ ସମସ୍ତ ପ୍ରକାର ସୁବିଧା ଦିଆଯାଉଛି, କିନ୍ତୁ ପ୍ରିସିଜନ ଇଂଜିନିୟରିଂ ଶ୍ରମିକ ମାନଙ୍କୁ ଅଧିକାଂଶ ସୁବିଧା ପ୍ରଦାନ କରୁନାହିଁ, ଏବଂ ଏଥିପାଇଁ ପ୍ରିସିଜନ ଇଂଜିନିୟରିଂ ଦାୟୀ । ତେବେ ବେଦାନ୍ତ କର୍ତ୍ତୃପକ୍ଷ ଏହା ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ।

 

ତେବେ ଜିଲ୍ଲା ଶ୍ରମ ଆୟୁକ୍ତ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ରାଇକାଙ୍କ ନିର୍ଦ୍ଦେଶ କ୍ରମେ କମ୍ପାନୀ କର୍ତ୍ତୃପକ୍ଷ ଓ ଶ୍ରମିକ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଉପସ୍ଥିତ ହେବା ପରେ, ରୁଦ୍ଧ ଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା, ଦୀର୍ଘ ୬ ଘଣ୍ଟା ଆଲୋଚନା ପରେ, ଶ୍ରମିକ ମାନଙ୍କ ଦାବି ଗୁଡିକ କମ୍ପାନୀ କର୍ତ୍ତୃପକ୍ଷ ମାନିଥିଲେ । ଏବଂ ଭବିଷ୍ୟତରେ ଏଭଳି କୌଣସି ପରିସ୍ଥିତି ଯେପରି ନ ଉପୁଜେ ସେଥି ପ୍ରତି ଧ୍ୟାନ ଦେବେ ବୋଲି ଲିଖିତ ଭାବେ ଜଣାଇଛନ୍ତି ।

 

କଳାହାଣ୍ଡିରୁ ସୁନିଲ କୁମାର ମୁଣ୍ଡଙ୍କ ରିପୋର୍ଟ ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking