31.1 C
Bhubaneswar
Friday, March 29, 2024
Homeଓଡିଶା*ରୟାଲଟି ନବଢ଼ାଇ ରାଜ୍ୟକୁ ଲୁଟ କରାଯାଉଛି : ପଂଚାନନ*

*ରୟାଲଟି ନବଢ଼ାଇ ରାଜ୍ୟକୁ ଲୁଟ କରାଯାଉଛି : ପଂଚାନନ*

ଭୁବନେଶ୍ୱର – ଏକ ପ୍ରେସବିବୃତିରେ ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ପଂଚାନନ କାନୁନଗୋ କହିଛନ୍ତି ଯେ ରାଜ୍ୟରେ ଗଛିତ ଥିବା ଖଣିଜ ପଦାର୍ଥ ବିକ୍ରୀକୁ ନେଇ ଭାଜପା ଓ ବିଜୁଜନତା ଦଳ ଭିତରେ ଏକ ପ୍ରକାର ସଲାକୁସ୍ତି ଚାଲିଛି । ରାଜ୍ୟ ସରକାରଙ୍କ ବିରୁଦ୍ଧରେ କହୁଥିବା ଭାରତୀୟ ଜନତାପାର୍ଟି ନେତାମାନେ କ୍ଷମତାକୁ ଆସିଲେ ଖଣିଜ ପଦାର୍ଥ ଚୋରି

ଅପରାଧରେ ରାଜ୍ୟ ସରକାରଙ୍କୁ ଜେଲରେ ଭର୍ତି କରିବେ ବୋଲି କହିଥିଲେ । ରାଜ୍ୟ ଭାଜପା ସିବିଆଇ ଇନକ୍ୱାରୀ ଦାବି

କରୁଥିଲା । କେନ୍ଦ୍ରରେ ୭ବର୍ଷ ତଳେ ସରକାରକୁ ଆସିବା ପରେ ଏ ରାଜ୍ୟର ଖଣିଜ ସମ୍ପଦ ଅଧିକରୁ ଅଧିକ ଲୁଟିବା ଲକ୍ଷ ନେଇ

୨୦୧୫ ରେ ଖଣି ଆଇନର ପରିବର୍ତନ କଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଖଣି ଉତୋଳନକାରୀ ମାନଙ୍କୁ ଖଣିଜ

ସମ୍ପଦ ଲୁଟ କରିବାର ସୁଯୋଗ ସୃଷ୍ଟି କରାଗଲା । ସମେସ୍ତ ଜାଣନ୍ତି ଯେ ପ୍ରାକୃତିକ ସମ୍ପଦରେ ଓଡ଼ିଶା ସମସ୍ତ ରାଜ୍ୟମାନଙ୍କ ଭିତରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଆସିଛି । ସେଥିପାଇଁ ଦେଶ ଓ ବିଦେଶ ବେପାରୀମାନଙ୍କର କ୍ରୁଢ଼ ଦୃଷ୍ଟି ଓଡ଼ିଶା ଉପରେ ପଡିଛି । ଏହି ସମସ୍ତ ସମ୍ପଦ ପୁନଃ ପୁନଃ ସୃଷ୍ଟି ହୁଏ ନାହିଁ । ତଥାପି କେନ୍ଦ୍ର ଓ ରାଜ୍ୟ ସରକାର କୋଇଲା ଲୁହାପଥର ପରି ମୂଲ୍ୟବାନ ସମ୍ପଦ ଲୁଟିବାର ପ୍ରତିଯୋଗୀତାରେ ସାହାଯ୍ୟ କରି ଆସୁଛନ୍ତି । ବ୍ୟବସ୍ଥା ମୁତାବକ ପ୍ରତି ତିନିବର୍ଷରେ ଖଣିଜ ପଦାର୍ଥର

ରୟାଲଟି ବୃଦ୍ଧି ବ୍ୟବସ୍ଥା ରହିଛି ଏହା ରାଜ୍ୟର ହକ୍ । ଉପା ସରକାର ୨୦୧୨ ରେ ଖଣିଜ ସମ୍ପଦ ମୂଲ୍ୟଭିର୍ତିରେ (ଆଡଭୋଲେରମ) ୧୪ ପ୍ରତିଶତ ହାରରେ ରୟାଲଟି ଦେବା କଥା ନିଷ୍ପତି ନେଲେ । ରାଜ୍ୟ ସରକାର ଏହାର ବିରୋଧ କରି

ଅଧିକ ୪/୫ ପ୍ରତିଶତ ବୃଦ୍ଧିପାଇଁ ଦାବି ରଖିବାରୁ ମନ୍ତ୍ରୀମଣ୍ଡଳୀୟ କମିଟିରେ ବିଚାର ନିମନ୍ତେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ

ସରକାର ଉଦ୍ୟମ ଜାରି କଲେ । ଏହି ସମୟ ୨୦୧୪ରେ ସରକାର ବଦଳି ମୋଦିଙ୍କ ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଭାଜପା ସରକାର

ଦାୟିତ୍ୱ ନେଲା । କେନ୍ଦ୍ରୀୟ ଅବହେଳାର ନାରା ବାରମ୍ବାର ଦେଇ ଆସୁଥିବା ବିଜେଡ଼ି ସରକାର ହଠାତ ନରମି ଗଲେ କାହିଁକି । ଏକଥା ରାଜ୍ୟବାସୀ ଦେଖିଛନ୍ତି । ଗତ ବର୍ଷ ମାନଙ୍କରେ ରୟାଲଟି ବୃଦ୍ଧି ହେଲା ନାହିଁ କାହିଁକି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା । ୨୦୨୦ ରେ ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଉତର ରଖି ରୟାଲଟି ଆଉ ବୃଦ୍ଧି କରି ହେବ ନାହିଁ ବୋଲି ରୋକ ଠୋକ ମନାକରିଦେଲେ । ଫଳରେ ଗତ ୭ ବର୍ଷରେ ରାଜ୍ୟ ରୟାଲଟି ବାବଦରେ ପ୍ରାୟ ୧୨ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହରାଇଛି ।

ଏତଦ୍‌ବ୍ୟତୀତ ଜିଲ୍ଲା ଖଣି ପାଣ୍ଠି (ଡ୍ରିଷ୍ଟିଟ ମିନେରାଲ ଫଣ୍ଡ) ମିଳୁଥିବା ରୟାଲଟିର ୩୦% କୁ ୨୦୧୫ରେ କୋହଳ କରାଗଲା । ନୂଆ ଖଣି ଉତୋଳନ କାରୀଙ୍କୁ ୧୦ ପ୍ରତିଶତ ଦେବାପାଇଁ କୁହାଗଲା । କାହା ସ୍ୱାର୍ଥରେ ଏ ଘଟଣା ଘଟିଛି ଉଭୟ ସରକାର ଉତର ରଖିବା ଉଚିତ । ଅନ୍ୟ ଏକ ବିଶମ୍ବାଦ ହେଉଛି ୨୦୧୨ ରେ ଉପାସରକାର ସମୟରେ କୋଇଲା ଟନ ପିଛା ୫୦ଟଙ୍କା ହାରରେ ସେସ ଆଦାୟ ହେଉଥିଲା । ଏନଡିଏ ସରକାର ସମୟରେ ବୃଦ୍ଧି ପାଇଁ ଏହା ୪୦୦ ଟଙ୍କାରେ ପଂହଚିଛି । ଏଥିରୁ ଆଦାୟ ହେଉଥିବା ହଜାର ହଜାର କୋଟି ଟଙ୍କା ରାଜ୍ୟରୁ ଲୁଟ ହୋଇ କେନ୍ଦ୍ରକୁ ଗଲା । ରାଜ୍ୟ ସରକାର ଏଥିରୁ କେତେ ପାଏ ସେ

ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ପଷ୍ଟ ଉତର ରଖିବାକୁ ଶ୍ରୀ କାନନୁଗୋ ଦାବୀ କରିଛନ୍ତି । ଏକ ହିସାବରୁ ଜଣାଯାଏ ରାଜ୍ୟ

ଗତ ୭ ବର୍ଷରେ ୧୨ ହଜାରୁ ୧୩ ହଜାର କୋଟି ଟଙ୍କା ହରାଇଛି । କୋଇଲା, ଲୁହାପଥର ଆଦି ଖଣିଜ ପଦାର୍ଥ ବିକ୍ରୀରେ ସ୍ୱଚ୍ଛତା ଦାବି କରୁଥିବା ଉଭୟ ସରକାର ସାହା କମିଶନ ପ୍ରସ୍ତାବ ମୁତାବକ ସିବିଆଇ ଦ୍ୱାରା ତଦନ୍ତ କରାଇଲେ ନାହିଁ କାହିଁକି । ବେପାରୀମାନଙ୍କ ଉପରେ ଯେଉଁକିଛି ଜୋରିମାନା ଆଦାୟ ହେବାର ଥିଲା ତାହା ସମସ୍ତ ଆଦାୟ ହେଲା ନାହିଁ କାହିଁକି । ଆଦିତ୍ୟ

ବିର୍ଲା ଗ୍ରୁପର ହିଣ୍ଡାଲକୋ ଖଣି ଦୁର୍ନୀତି ସମ୍ପର୍କରେ ସିବିଆଇ କରିଥିବା ତଦନ୍ତ କେଉଁ ସ୍ତରରେ ଅଛି । ଏଏସଲ ମାଇନ୍ସି, ସାରଦା

ମାଇନ୍ସି, ତଳସରା ଖଣି କାରବାରର ତଦନ୍ତ କେଉଁ ସ୍ତରରେ ଅଛି ଏ ସବୁର ସ୍ପଷ୍ଟି କରଣ ମାଗିଛନ୍ତି ଶ୍ରୀ କାନୁନଗୋ । ରାଜ୍ୟବାସୀଙ୍କୁ ଭୂଆଁ ବୁଲୁବାଇବା ଛାଡ଼ି ଏସବୁର ଉତର ଉଭୟ ଦଳ ରଖିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking