ବେଜିଂ : ଚୀନ୍ର ୟୁ ଜିଆନ୍ସ୍କିଆଙ୍କର ଦୀର୍ଘ ଆଖିପତ୍ତା ଲୋମ ପାଇଁ ବିଶ୍ୱ ରେକର୍ଡ କରିଛନ୍ତି । ତାଙ୍କ ଆଖିପତ୍ତା ଲୋମର ଲମ୍ବ ୨୦.୫ସେଣ୍ଟିମିଟର ହୋଇଥିବାରୁ ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକଡ୍ର୍ସରେ ସ୍ଥାନ ପାଇଛି । ଏଥିପୂର୍ବରୁ ୨୦୧୬ରେ ମଧ୍ୟ ତାଙ୍କ ନାମ ଗିନିଜ୍ ବୁକ୍ରେ ସ୍ଥାନ ପାଇଥିଲା । ସେତେବେଳେ ତାଙ୍କ ବାମ ଆଖି ଉପରପତ୍ତା ଲୋମର ଲମ୍ବ ୧୨.୪ସେଣ୍ଟିମିଟର ଥିଲା । ସେବେଠାରୁ ସେ ଏହାକୁ ବଢ଼ାଇ ଚାଲିଥିଲେ । ଏହି ଅବସରରେ ସେ କହିଛନ୍ତି, ୨୦୧୫ରେ ମୁଁ ଲକ୍ଷ୍ୟ କଲି ମୋର ଆଖିପତ୍ତାର କେଶ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଉଛି । ତେଣୁ ଏହାକୁ ଧୀରେ ଧୀରେ ବଢ଼ାଇବା ପାଇଁ ଉଦ୍ୟମ କଲି ବୋଲି ସେ ଗିନିଜ୍ ବୁକ୍ ଅଧିକାରୀଙ୍କୁ ଏକ ସାକ୍ଷାତକାରରେ କହିଛନ୍ତି । ଏଭଳି ହେବାର କାରଣ ସମ୍ପର୍କରେ ସେ ଡାକ୍ତରଙ୍କୁ ପଚାରିଥିଲେ ହେଁ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । କେବଳ ସେତିକି ନୁହେଁ ତାଙ୍କ ପରିବାରରେ ଅନ୍ୟ କାହାରି ଏଭଳି ହେବାର ନଜିର ନାହିଁ । ତେଣୁ ଏହାକୁ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ଭାବରେ ଧରିନେଇଛି ବୋଲି ୟୁ ଜିଆନ୍ସ୍କିଆ କହିଛନ୍ତି ।