27.1 C
Bhubaneswar
Friday, November 22, 2024
Homeଓଡିଶାପୁଣି ଦିନକରେ ଲକ୍ଷେ ଟପିଲା ଟିକାକରଣ, ଆଜି ୯୩୬ କେନ୍ଦ୍ରରେ ଟିକାକରଣ ଲକ୍ଷ୍ୟ

ପୁଣି ଦିନକରେ ଲକ୍ଷେ ଟପିଲା ଟିକାକରଣ, ଆଜି ୯୩୬ କେନ୍ଦ୍ରରେ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର : ବଢୁଛି ରାଜ୍ୟ ଟିକାକରଣ । ସୋମବାର ୯୫୨ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ କରାଯାଇଥିବାବେଳେ ୧ ଲକ୍ଷ ୨୬ ହଜାର ୮୭୬ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଫଳରେ ରାଜ୍ୟରେ ମୋଟ୍ ଟିକାକରଣ ୭୭ ଲକ୍ଷ ପାର୍ କରିବା ସହ ମୋଟ୍ ଟିକାକରଣ ୭୭ ଲକ୍ଷ ୫୨ ହଜାର ୨୦୪କୁ ବୃଦ୍ଧିପାଇଛି । ଆଜି ୯୩୬ ଟିକା କେନ୍ଦ୍ରରେ ଟିକାକରଣ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଦୈନିକ ଟିକାକରଣ ସଂଖ୍ୟା ବୃଦ୍ଧି କରାଯାଇଛି । ଅନ୍ୟପଟେ ସୋମବାର ରାଜ୍ୟର ସର୍ବାଧିକ ୯୪ ହଜାର ୨୪୪ ଜଣ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।

ସେହିପରି ୨୪ ହଜାର ୪୦୫ ଜଣ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ସେହିପରି ୪୫ରୁ ଊର୍ଦ୍ଧ୍ୱ ବୟସ୍କ ବହୁବିଧ ରୋଗୀଙ୍କ ୫ ହଜାର ୫୮୯ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବାବେଳେ ୨୩୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସେହିପରି ୨୭୨ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ୧୫୪୪ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଓ ୫୯୨ ଜଣ ଦ୍ୱିତୀୟ ଡୋଜ୍‌ର ଟିକା ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ କେନ୍ଦ୍ର ସରକାର ଦେଇଥିବା କୋଭିସିଲ୍ଡ ଟିକାର ୪ ଲକ୍ଷ ୪୨ ହଜାର ୫୦୦ ଡୋଜ୍ ଥିବାବେଳେ ୩ ଲକ୍ଷ ୯୧ ହଜାର ୪୦ ଡୋଜ୍‌ର କୋଭାକ୍ସିନ୍ ଟିକା ରହିଛି । ସେହିପରି ରାଜ୍ୟ ସରକାର କିଣିଥିବା କୋଭିସିଲ୍ଡ ଟିକାର ୧୮ ହଜାର ୬୯୦ ଡୋଜ୍ ଥିବାବେଳେ ୮,୯୮୦ ଡୋଜ୍‌ର କୋଭାକ୍ସିନ୍ ଟିକା ଉପଲବ୍ଧ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking