39.8 C
Bhubaneswar
Thursday, April 18, 2024
Homeଓଡିଶାଝାରପଡ଼ା ଜେଲ୍‌ରେ ହାର୍ଡକୋର ଅପରାଧୀଙ୍କ ପାଇଁ ୧୦ ନୂଆ ସେଲ୍‌

ଝାରପଡ଼ା ଜେଲ୍‌ରେ ହାର୍ଡକୋର ଅପରାଧୀଙ୍କ ପାଇଁ ୧୦ ନୂଆ ସେଲ୍‌

ଭୁବନେଶ୍ୱର : ରାଜଧାନୀରେ ଅପରାଧ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ ଅପରାଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଫଳରେ ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌ରେ ଅନ୍ତେବାସୀଙ୍କ ସଂଖ୍ୟା କ୍ଷମତାଠାରୁ ଅଧିକ ରହିଛି । ଏବେ ଜେଲ୍‌ରେ ୭୪୭ କଏଦୀ ରହିବାର କ୍ଷମତା ରହିଥିବାବେଳେ ୯୦୦ରୁ ଅଧିକ ଅନ୍ତେବାସୀ ରହୁଛନ୍ତି । ଏପରି ସ୍ଥଳେ ଝାରପଡ଼ା ଜେଲ୍‌ରେ ଆଉ ୧୦୦ ଅନ୍ତେବାସୀଙ୍କ ପାଇଁ ନୂଆ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଥିସହିତ କିନ୍ନରଙ୍କ ପାଇଁ ୧୦ଟି ବେଡ୍ ଥିବା ସ୍ୱତନ୍ତ୍ର ୱାର୍ଡ, ବୟସ୍କ ଏବଂ ରୋଗିଣା ବ୍ୟକ୍ତିଙ୍କ ପାଇଁ ୧୦ଟି ବେଡ୍ ଥିବା ସ୍ୱତନ୍ତ୍ର ୱାର୍ଡ, ହାର୍ଡକୋର ଅପରାଧୀଙ୍କ ପାଇଁ ୧୦ଟି ହାଇ ସୁରକ୍ଷା ସେଲ୍ କରାଯିବ ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ନୂଆ ୪ଟି ଅଫିସର କ୍ୱାର୍ଟର, ୬ଟି ୱାର୍ଡର କ୍ୱାର୍ଟର ମଧ୍ୟ ନିର୍ମାଣ ହେବ । ଏନେଇ ରାଜ୍ୟ ସରକାରଙ୍କ ବଜେଟ୍‌ରେ ପାଣ୍ଠି ସ୍ଥିର କରଯାଇଥିବା ସୂଚନା ମିଳିଛି ।

ତେବେ ଏହି ସବୁ ନୂଆ ଗୃହ କେଉଁଠି ହେବ ତା’ର ସମୀକ୍ଷା କରିଛନ୍ତିି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ସୋମବାର ଡିଜି ଜେଲ୍ ପରିଭ୍ରମଣରେ ଆସିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରିଛନ୍ତି । ବିଶେଷ କରି କୋଭିଡ୍ ନିୟମ ପାଳନ ଉପରେ ଡିଜି ଗୁରୁତ୍ୱ ଦେବା ସହ ଜେଲ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ନିକଟରେ ଝାରପଡ଼ା ଜେଲ୍ ଭିତରୁ ସ୍ମାର୍ଟ ଫୋନ୍ ସହ ୨୦ ରୁ ଅଧିକ ମୋବାଇଲ୍ ଜବତ କରାଯାଇଥିଲା ।

ଏହା ଉପରେ ଡିଜି ଜେଲ୍‌ରେ ଥିବା କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଜେଲ୍ ଭିତରକୁ ନିଶା ଦ୍ରବ୍ୟ ଯାଉଛି ତା’ ଉପରେ ଯାଞ୍ଚ କରିଛନ୍ତି ଡିଜି । କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବାରୁ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିଜି ନର୍ଦ୍ଦେଶ ଦେଇଛନ୍ତି । ଜେଲ୍‌ର କିଛି ଅନ୍ତେବାସୀଙ୍କ ସହ ଡିଜି କଥାବର୍ତ୍ତା କରିବା ସହ ସେମାନଙ୍କ ଖାଦ୍ୟପେୟ ଉପରେ ପଚାରି ବୁଝିଥିବା ସୂଚନା ମିଳଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking