ନୂଆଦିଲ୍ଲୀ: ଖୁବଶୀଘ୍ର ଆପଣଙ୍କ ପକେଟରେ ୧୦୦ ଟଙ୍କିଆ ନୂଆ ଚକମକ ନୋଟ ଥିବ । ୧୦୦ ଟଙ୍କିଆ ଏହି ନୂଆ ନୋଟ ନା ଚିରିବ, ନା କାଟିହେବ ନା ପାଣିରେ ଓଦା ହେବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୧୦୦ ଟଙ୍କିଆ ବାର୍ନିଶ ଲଗା ନୋଟ ଜାରି କରିବା ପାଇଁ ପ୍ରସ୍ତୁତ ହେଉଛି । ଆରବିଆଇ ଏମିତି ୧ ଅରବ ନୋଟ ଛାପୁଛି । ତେବେ ଏମିତି କରିବାର କାରଣ ନୋଟକୁ ସୁରକ୍ଷିତ ରଖିବା । ତେବେ ବର୍ତମାନ ଏହାକୁ ଟ୍ରାଏଲ ବେସିସରେ ଜାରି କରାଯିବ । ଫିଲ୍ଡ ଟ୍ରାଏଲ ସଫଳ ହେବା ପରେ ବାର୍ନିଶ ଲଗା ନୋଟ ବଜାରକୁ ଆସିବ ଏବଂ ପୁରୁଣା ନୋଟ ଧିରେ ଧିରେ ସିଷ୍ଟମରୁ ବାହାର କରାଯିବ ।