ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ବଗାଡ଼ ଗାଁ ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଜ୍ୟସରକାରଙ୍କ ଦ୍ଵାରା ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ପାଇବାସହ ଅନ୍ୟ ସରକାରୀ ଓ ବେସରକାରୀ ଶିକ୍ଷକ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି ବିଶ୍ୱଜିତ ବେହେରା ।ତାଙ୍କର କର୍ମନିଷ୍ଠା ଓ ଇଛାଶକ୍ତି ପାଇଁ ଆଜି ବଗ।ଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷାଦାନ ସହ ଗୁଣାତ୍ମକ ଶିକ୍ଷା ର ବିକାଶ କରିଛି। ବିଭିନ୍ନ ସୁନ୍ଦର ଫଳଫୁଲ ଭରା ଉଦ୍ୟାନ ବିଦ୍ୟାଳୟର ମନୋରମ ପରିବେଶକୁ ଦ୍ବିଗୁଣିତ କରୁଛି।ବିଦ୍ୟାଳୟ ର ଶୌଚାଳୟ ଠାରୁ ବାହ୍ୟ ପରିବେଶ ର ସ୍ୱଚ୍ଛତା ବଡ଼ବଡ଼ ସରକାରୀ ବାବୁଙ୍କ ଅଫିସରୁ ବହୁ ଆଗରେ।ମହାମାରୀ କୋରନା ଯୋଗୁଁ ଦୀର୍ଘ ଏକ ବର୍ଷ କାଳ ବିଦ୍ୟାଳୟ ବନ୍ଦ ଥିବା ସତ୍ତ୍ୱେ କାର୍ଯ୍ୟରତ ଶିକ୍ଷକ ମାନଙ୍କ କର୍ମନିଷ୍ଠା ପାଇଁ ତାହାର ପରିବେଶ ରେ କୌଣସି ପରିବର୍ତ୍ତନ ଆଣିପାରି ନାହିଁ।କଳାହାଣ୍ଡି ଜିଲ୍ଲାରେ ବହୁତ ଗୁଡିଏ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଥିବା ସତ୍ତ୍ୱେ ବଗାଡ଼ ବିଦ୍ୟାଳୟ ଗୋଟିଏ ନୂତନ ପରିଚୟ ସୃଷ୍ଟି କରିପାରିଛି।ପ୍ରଧାନ ଶିକ୍ଷକ ବିଶ୍ୱଜିତ ବେହେରା ଓ ତାଙ୍କ ସହକର୍ମୀ ଙ୍କ ଇଛାଶକ୍ତି ପାଇଁ ବିଦ୍ୟାଳୟ ଟି ଉଦାହରଣ ସୃଷ୍ଟି କରିବା ସହ ଅନ୍ୟ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ପାଇଁ ପ୍ରେରଣା ର ବାର୍ତ୍ତା ଦେଇଛି।