ନୟାଗଡ଼- କରୋନା ର ଦ୍ୱିତୀୟ ଲହରୀ ଯେତିକି ସାଙ୍ଘାତିକ ହୋଇଛି ସେତିକି ମାତ୍ରା ରେ ଭୟର ବାତାବରଣ ସୃଷ୍ଟି କରିଛି ।ଖାଲି ସେତିକି ନୁହେଁ ଏହି ଦ୍ୱିତୀୟ ଲହରୀ ଦେଖାଇଛି ଅନେକ ହୃଦୟବିଦାରକ ବିକଳ ଚିତ୍ର ।ଏମିତି ଏକ ଦୃଶ୍ୟ ନୟାଗଡ଼ ଦର୍ପନାରାୟଣପୁର ରୁ ଦେଖିବାକୁ ମିଳିଛି ।କରୋନା ସହ ମାତ୍ରାଧିକ ରୁଣଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ଦମ୍ପତି ।
ଘର ଭିତରେ ଦଉଡି ରେ ଝୁଲି ରହିଛି ଦୁଇଟି ଶବ ।ଏକା ସାଙ୍ଗରେ ଝୁଲି ରହିଛନ୍ତି ଏହି ଦମ୍ପତି ।ଉଭୟ ଗ୍ରହଣ କରିଛନ୍ତି ଜୀବନ ର ସବୁଠାରୁ ବଡ଼ ଏବଂ ଅନ୍ତିମ ନିଷ୍ପତି ।ପୁଅ ଫାଇନାନ୍ସ ନାଁ ରେ ଲୋକ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଉଠାଇ ଥିବା ବେଳେ ସେପଟେ 4 ଦିନ ହେବ କୋଭିଡ ପଜେଟିଭ ରିପୋର୍ଟ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇ ଥିଲା ଏହି ଦମ୍ପତି ଙ୍କ ର । ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପଡା ଗାଁ ଏହି ଝୁଲନ୍ତା ଶବ ହେଉଛି 50 ବର୍ଷୀୟ ଗଗନ ପାତ୍ର ଏବଂ ତାଙ୍କ ପତ୍ନୀ ଜ୍ୟୋସ୍ନା ପାତ୍ର ଙ୍କର ।ନିଜ ଘରେ ସାମାଜିକ ସଂଗରୋଧ ରେ ରହି ଚିକିତ୍ସା ହେଉଥିଲେ ଏହି ଦମ୍ପତି ।ଗାଁ ସଭାପତି ଙ୍କ ନିର୍ଦେଶ ଥିଲା ଘର ଭିତରେ ରହିବାକୁ ।ସେପଟେ ଏହି ଦମ୍ପତି ଙ୍କ ପୁଅ ଡମ୍ବରୁଧର ପାତ୍ର ମଧ୍ୟ ପୁରୀ ରେ ରୁହନ୍ତି ।ସେ ମଧ୍ୟ କ ରୋନା ରେ ପୀଡିତ ହୋଇ icu ରେ ରହିଛନ୍ତି ।ପୁଅ ଡମ୍ବରୁ ଧର ଲୋକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଉଠାଇ ପୁରୀ ରେ ରହୁଥିବା ବେଳେ କରଜ ଦାତା ଙ୍କ ଚାପ ରେ ଥିଲେ ଏହି ଦମ୍ପତି ।
– ସେପଟେ ଏକମାତ୍ର ପୁଅ କରୋନା ରେ ପୀଡିତ ହୋଇ ଜୀବନ ମରଣ ସହ ଜୁଝୁ ଥିବା ବେଳେ ଏପଟେ ଉଭୟ ପତି ପତ୍ନୀ ମଧ୍ୟ ସମଦଶା ରେ ପୀଡିତ ।ତେଣୁ ଏଭଳି ଘଡିସନ୍ଧି ମୁହୂର୍ତ୍ତ ରେ ରୋଗ ଏବଂ କରଜ ଦାତା ଙ୍କ ସହ ଲଢ଼ିବା ପରିବର୍ତ୍ତେ ଜୀବନ ହାରିବାର ଚରମ ନିଷ୍ପତି ଗ୍ରହଣ କରିଛନ୍ତି ଏହି ଦମ୍ପତି ।ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।