ବଲିଉଡ଼ରେ ଚମକିଲେ ଓଡିଆ ପୁଅ

ଜଳେଶ୍ବର:- ବଲିଉଡରେ ଚମକିଲେ ଓଡ଼ିଆପୁଅ ରତିକାନ୍ତ କମିଳା । ଇଚ୍ଛା ଥିଲା ମୂର୍ତ୍ତିଗର ହେବା ପାଇଁ କିନ୍ତୁ ବନିଗଲେ ଖଳନାୟକ । ଛୋଟ ପରଦାରୁ ଆରମ୍ଭ କରି ବଡ ପରଦାରେ ଏବେ ସେ ତାଙ୍କ ଅଭିନୟ ର ଜଲୱା ଦେଖାଉଛନ୍ତି ସେ ।

:- ବାଲିଆପାଳ ରୁ ବଲିଉଡ । କଲ ସେଣ୍ଟର ବୟ ରୁ ବଲିଉଡ଼ ଦୁନିଆ । ଇଚ୍ଛା ଥିଲା ଫାଇନ ଆର୍ଟ ଶିକ୍ଷା ପାଇଁ କିନ୍ତୁ ବନିଗଲେ ଧାରାବାହିକ ର ଖଳନାୟକ । ନିକଟ ଅତୀତରେ ତ
ରିଲିଜ ହୋଇଥିବା ‘ମୁମ୍ବାଇ ସାଗା’ ରେ ନଜର ଆସିଛନ୍ତି ଓଡ଼ିଆ ଯୁବକ ରତିକାନ୍ତ । ମୁମ୍ବାଇରେ ରହି ବିଭିନ୍ନ ଧାରାବାହିକ , ସିନେମାରେ ଅଭିନୟ କରିଥିବା ରତିକାନ୍ତ 2ଟି ନୱଡା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ରୋଷନୀ ଫିଲ୍ମ ସର୍ଟ ଫିଲ୍ମ ଫେଷ୍ଟିଭାଲ ପାଇଁ ଜୁରୀ ବୋର୍ଡ଼ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ 150ରୁ ଉର୍ଦ୍ଧ ଦେଶ ଅଂଶଗ୍ରହଣ କରିବେ । ଯାହାକୁ ନେଇ ବାଲେଶ୍ବର ଜିଲ୍ଲା ପାଇଁ ଗୌରବ ପାଲଟିଛନ୍ତି ରତିକାନ୍ତ ।

– ରତିକାନ୍ତ ପିଲାଟି ବେଳୁ ଭଲ ପାଠ ପଢିବା ସହ ଭଲ ମୂର୍ତ୍ତି ମଧ୍ୟ ନିର୍ମାଣ କରୁଥିଲେ । ତେଣୁ ଫାଇନ ଆର୍ଟ ଶିଖିବା ପାଇଁ ଆଗ୍ରହ ଥିଲା ମାତ୍ର ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କର ଫାଇନ ଆର୍ଟ ରେ ଆଗକୁ ଯାଇ ପାରିନଥିଲେ । ତେଣୁ ଘରୁ ପାଦ କାଢି ଏକ କଲ ସେଣ୍ଟର ରେ କାମ କରିବା ପାଇଁ ଗଲେ । ସେଠାରେ NACT ଶିକ୍ଷାଲାଭ ପରେ 2013 DD national ପ୍ରସାରିତ “ଐସେ ପ୍ରେମ କାହା ” ଛୋଟ ପରଦା ରେ ପାଦ ଥାପିଥିଲେ ପରେ ,Big magic ରେ “ଆକବର ବିରବଲ “, Colors tv ରେ ଚନ୍ଦ୍ରନନ୍ଦିନୀ , & tv ରେ ସିଦ୍ଧିବିନାୟକ Star plus ରେ କାୟାମତ କି ରାତ୍ , zee tv ରେ ଐସେ ଦିୱାଙ୍ଗି ଦେଖି ନେହି କଭି , ମନ ମହିନୀ , ଫିଅର ଫାଇଲ ରେ ବିଭିନ୍ନ ଧାରାବାହିକ ଚନେଲ ରେ 50 ରୁ ଉର୍ଦ୍ଧ ଧାରାବାହିକ ରେ ସେ ଅଭିନୟ କରିଛନ୍ତି । ସେହିପରି ରାମଗୋପଲ ବର୍ମାଙ୍କ ନିର୍ଦେଶୀତ ‘ସରକାର ରାଜ୍ -3’ ବଡ଼ ପରଦାରେ ସେ ଅଭିନୟ କରିଛନ୍ତି । ନିକଟ ଅତୀତରେ ସଞ୍ଜୟ ଗୁପ୍ତା ଙ୍କ ନିର୍ଦ୍ଦେଶୀତ ‘ମୁମ୍ବାଇ ସାଗା’ ରେ ଜନ ଅବ୍ରହାମ ଏବଂ ଇମ୍ରାନ ହାସମୀଙ୍କ ସହ ଅଭିନୟ କରିଛନ୍ତି ରତିକାନ୍ତ।

ଜଳେଶ୍ବରରୁ ଆଶୀଷ କୁମାର ସାହୁଙ୍କ ରିପୋର୍ଟ

*

LEAVE A REPLY

Please enter your comment!
Please enter your name here