27.1 C
Bhubaneswar
Wednesday, November 27, 2024
Homeକରୋନାଅକ୍ସିଜେନ ଅଭାବ ନେଇ ଦିଲ୍ଲୀ ହାଇକୋର୍ଟ କହିଲେ ଏମିତି

ଅକ୍ସିଜେନ ଅଭାବ ନେଇ ଦିଲ୍ଲୀ ହାଇକୋର୍ଟ କହିଲେ ଏମିତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ବି ଅକ୍ସିଜେନ ନେଇ ପରିସ୍ଥିତି ସୁଧୁରିନି । ହସ୍ପିଟାଲ ତରଫରୁ ଲଗାତର ଭାବରେ ଗୁହାରି କରାଯାଉଛି । ଗୁରୁବାର ଏହି ମାମଲାରେ ପୁଣି ଥରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣୀ ହୋଇଛି । ଅଦାଲତ ଅକ୍ସିଜେନ ସଂକଟ ଉପରେ କେନ୍ଦ୍ରକୁ କହିଛନ୍ତି, ତାଙ୍କୁ କିଛି କରିବାକୁ ହେବ । କାରଣ ପ୍ରତିଦିନ ଲୋକେ ପ୍ରାଣ ହରାଉଛନ୍ତି ।
ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଟ୍ୟାଙ୍କର୍ସ ଅକ୍ସିଜେନ ଯୋଗାଣ ପାଇଁ ବଡ ତାକତ । କେନ୍ଦ୍ରକୁ କିଛି କରିବାକୁ ହେବ । କାରଣ ଲୋକେ ପ୍ରତିଦିନ ଜୀବନ ହାରୁଛନ୍ତି । ଯିଏ ଆମ ପାଖରେ ଅଛନ୍ତି, ସେମାନଙ୍କୁ ବେଡ୍ ବି ମିଳୁନି । ସେ ଆହୁରି ମଧ୍ୟ କହିଛନ୍ତି, ରାଜଧାନୀକୁ ଅନ୍ୟ ରାଜ୍ୟରୁ ବି ରୋଗୀ ଆସୁଛନ୍ତି । ତାଙ୍କୁ ମନା କରିହେବ ନାହିଁ । ଅଦାଲତ କହିବାରୁ ବାହାରେ ଭୟ ନାହିଁ । ବରଂ ଯାହା ବାସ୍ତବ ଅବସ୍ଥା ସେଥିପାଇଁ ଭୟ ବଢୁଚି । ରୋଗୀଙ୍କୁ ଅନେକ ସମସ୍ୟା ହେଉଛି । ହସ୍ପିଟାଲ ବେଡ୍ ଖାଲି ଅଛି । କାରଣ ଅକ୍ସିଜେନ ନାହିଁ । ଏବେ ଏହି ସମସ୍ୟା କେନ୍ଦ୍ରକୁ ବୁଝିବାକୁ ପଡିବ । କେମିତି କରିବେ ତାହା ତାଙ୍କ ଉପରେ ନିର୍ଭର କରୁଛି । କେନ୍ଦ୍ର କହିଛି ଯେ, ଆମେ ସବୁ ପ୍ରକାରରେ ଅକ୍ସିଜେନ ସପ୍ଲାଇ କରୁଛୁ । ଯାହା ଏବେ ପର୍ଯ୍ୟାପ୍ତ । କେନ୍ଦ୍ର ପାଇଁ ଦିଲ୍ଲୀବାସୀ ବି ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଏସଜି କହିଛନ୍ତି । ଯେତିକି କେରଳ କିମ୍ବା ଅନ୍ୟ ରାଜ୍ୟ ପାଇଁ । ଦିଲ୍ଲୀର ଦାବି ୭୦୦ ଏମଟି ଥିବା ବେଲେ ମିଳୁଛି ୩୩୦-୩୪୦ ଏମଟି । କେନ୍ଦ୍ର କହିଛି, ଯଦି ଗୋଟିଏ ରାଜ୍ୟ ଅଧିକ ଚାହୁଁଛି, ତେବେ ଅନ୍ୟ ରାଜ୍ୟର ଡିମାଣ୍ଡ କମ ହୋଇପାରିବ ନାହିଁ । କେନ୍ଦ୍ର ସଂପୂର୍ଣ୍ଣ ଭାବରେ ଦିଲ୍ଲୀ ସହ ରହିଛି । ହେଲେ ଆମେ ଅନ୍ୟ ରାଜ୍ୟକୁ ଏଡାଇ ପାରିବୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking