31.1 C
Bhubaneswar
Friday, March 29, 2024
Homeଓଡିଶାବନବିଭାଗର ଟ୍ରେଞ୍ଜ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ବନବିଭାଗର ଟ୍ରେଞ୍ଜ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ଗଂଜାମ : ଜିଲ୍ଲା ବେଗୁନିଆପଡା ବ୍ଲକ ର ବେଲପଡା ଓ  ଖଲ୍ଲିକୋଟ ବ୍ଲକର କେନ୍ଦୁପାଟକୁ ଗମନା ଗମନ କରୁଥିବା ରାସ୍ତା ଉପରେ ବନ ବିଭାଗ ପକ୍ଷରୁ ନିର୍ମିତ ହେବାକୁ ଯାଉଥିବା ଟ୍ରେଞ୍ଜ ନିର୍ମାଣ କୁ କେନ୍ଦୁପାଟ ଗ୍ରାମବାସୀ ବିରୋଧ କରିଛନ୍ତି। ବେଲପଡା ଓ କେନ୍ଦୁପାଟକୁ ସଂଯୋଗ କରୁଥିବା ଏହି ରାସ୍ତା ବହୁତ ପୁରୁଣା ହୋଇଥିବା ବେଳେ ଏହି ରାସ୍ତା ଟି ଚକା ଆମ୍ବ ପାହାଡ ର କିଛି ଅଂଶ ଦେଇ ଯାଇଛି ଯାହାକି  ବନ ବିଭାଗର ଅଧୀନରେ ରହିଛି । ବନବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଉକ୍ତ ରାସ୍ତା  ଉପରେ ଟ୍ରେଞ୍ଜ ନିର୍ମାଣ କରାଯାଉଥିବା ବେଳେ ବୁଧବାର ସ୍ଥାନୀୟ ଲୋକେ ନିର୍ମାଣ ସ୍ଥଳୀକୁ ପହଂଚି ବିରୋଧ କରିଥିଲେ। ଲୋକଙ୍କ କହିବା ହେଲା ଏହି ରାସ୍ତା ଉପରେ ଟ୍ରେଞ୍ଜ ନିର୍ମାଣ ହେଲେ ଯିବା ଆସିବା ପାଇଁ ଅସୁବିଧା ସୃଷ୍ଟି ହେବ, ଏଣୁ ଏହି ରାସ୍ତାକୁ ଛାଡି  ଟ୍ରେଞ୍ଜ ନିର୍ମାଣ କରାଯାଉ ବୋଲି ଲୋକେ କହିଛନ୍ତି । ତେବେ ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ ଆଲୋଚନା କରାଯାଉଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking