19.1 C
Bhubaneswar
Monday, November 25, 2024
Homeଅପରାଧଶୁଭଶ୍ରୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅରୁଣ ଯେନାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚାରା...

ଶୁଭଶ୍ରୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅରୁଣ ଯେନାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚାରା ଉଚୁରା

ଶୁଭଶ୍ରୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅରୁଣ ଯେନାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚାରା ଉଚୁରା ଆରମ୍ଭ କରିଛି ପୋଲିସ । ପରିବାର ଲୋକ,ଗ୍ରାମବାସୀ ଙ୍କ ଅଭିଯୋଗ ହେବା ପରେ ଖୋଦ ଏସପି ତଦନ୍ତ ନେଇ ଅନୁଧ୍ୟାନ କରିଛନ୍ତି । ଶୁଭଶ୍ରୀଙ୍କ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ହାତ ଥିବା ଅଭିଯୋଗ କରି ପରିବାର ଲୋକେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟପଟେ ଏହି ଘଟଣାରେ ଉଭୟ ବିଜେପି ଓ କଂଗ୍ରେସ ହସ୍ତକ୍ଷେପ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଗିରପଂ କରିବାକୁ ଦାବୀ କରିଛନ୍ତି । ଶୁଭଶ୍ରୀ ହତ୍ୟାକାଣ୍ଡ ଘଟଣାରେ ଜଣେ ନୁହେଁ ଏକାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ରହିଛି ସଂପୃକ୍ତି । କିନ୍ତୁ ପୋଲିସ ଜାଣିଶୁଣି ତଦନ୍ତକୁ ଦିଗହରା କରୁଥିବା ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିବା ପରେ ତଦନ୍ତରେ ହସ୍ତକ୍ଷେପ କରିଛନ୍ତି ଯାଜପୁର ଏସପି ରାହୁଲ ପି ଆର । ଘଟଣାରେ ଜେଲ ଯାଇଥିବା ଅରୁଣ ମଲ୍ଲିକ ଙ୍କୁ ୩ ଦିନିଆର ରିମାଣ୍ଡରେ ଆଣି ଯାଜପୁର ଏସଡିପିଓଙ୍କ କାର୍ଯ୍ୟାଳୟରେ ପଚରା ଉଚୁରା କରିଛନ୍ତି ଖୋଦ ଏସପି । ଖଣ୍ଡରା ଗାଁରୁ ଶୁଭଶ୍ରୀଙ୍କୁ ଅପହରଣ କରିବା ଠାରୁ ଆରମ୍ଭ କରି ହତ୍ୟା କରିବା ଘଟଣାରେ ଅନ୍ୟ କେଉଁ ମାନେ ସଂପୃକ୍ତି ଅଛନ୍ତି ସେ ନେଇ ପଚାରା ଉଚୁରା କରାଯାଇଥିବା ଜଣାପଡିଛି । ପରିବାର ଲୋକେ ଶୁଭଶ୍ରୀର ନିଖୋଜ ହେବା ଓ ହତ୍ୟା ପଛରେ ଗାଡି ଡ୍ରାଇଭର ହରିହର ନାୟକ ଏବଂ ଶିବ ପଣ୍ଡାର ଭୂମିକା ଥିବା ସନ୍ଦେହ କରି ଅଭିଯୋଗ କରିଛନ୍ତି ।ଏହି ହତ୍ୟା ଘଟଣାରେ ଗାଡି ଡ୍ରାଇଭର ହରିହର ର ଭୁମିକା ଥିବାର ପ୍ରମାଣ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ଯଦି ଶୁଭଶ୍ରୀଙ୍କୁ ପଂଚାୟତ ଅପିଂସରେ ରଖାଯାଇନଥିଲା ତା ହେଲେ କେଉଁ ସ୍ଥାନରେ ଦୁସ୍କର୍ମ କରାଯାଇ ହତ୍ୟା କରାଯାଇଥିଲା ତାର ଖୋଳତାଡ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking