ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ସଂକ୍ରମିତ ହୋଇଛନ୍ତି । ସେ କରୋନା ପଜିଟିଭ ହୋଇଥିବା ନେଇ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଯିଏ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୬ ହଜାର ପାର୍ କରିଛି ।
I underwent #Covid-19 test today & it has turned out positive.
Those who have came in contact with me in last few days are advised to get tested for themselves and take required precautions.— Jual Oram (@jualoram) April 24, 2021
ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ କେବଳ ୧,୧୮୯ ଚିହ୍ନଟ ହୋଇଛନ୍ତି। ଗତକାଲି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୪୧, ବାଲେଶ୍ୱରରୁ ୫୩, ବରଗଡ଼ରୁ ୨୯୦, ଭଦ୍ରକରୁ ୪୧, ବଲାଙ୍ଗିରରୁ ୨୩୪, ବୌଦ୍ଧରୁ ୩୯, କଟକରୁ ୩୩୬, ଦେବଗଡ଼ରୁ ୩୪, ଢେଙ୍କାନାଳରୁ ୩୪, ଗଜପତିରୁ ୯୬, ଗଞ୍ଜାମରୁ ୧୬୧,ଜଗତସିଂହପୁରରୁ ୬୫, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୩୪୩, କଳାହାଣ୍ଡିରୁ ୩୬୧, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୪୭, କେନ୍ଦୁଝରରୁ ୧୮୩, ଖୋର୍ଦ୍ଧାରୁ ୧୧୮୯, କୋରାପୁଟରୁ ୬୭, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୧୨୨,
ସେହିପରି, ନବରଙ୍ଗପୁରରୁ ୨୨୪, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୫୫୯, ପୁରୀରୁ ୩୯୫, ରାୟଗଡ଼ାରୁ ୧୧୬, ସମ୍ବଲପୁରରୁ ୧୭୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୭୮୮ ଓ ଷ୍ଟେଟ୍ ପୁଲ୍ରୁ ୨୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧କୁ ବୃଦ୍ଧି ପାଇଛି। ଆକ୍ଟିଭ୍ କେସ୍ ୪୩ ହଜାର ୩୦୪ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୫୬ ହଜାର ୩ ଜଣ।