21.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଅଭିଷେକ ବାନାର୍ଜୀଙ୍କ ପାଇଁ ମମତା ଓ ଟିଏମସିର ବଢୁଛି କି ସମସ୍ୟା

ଅଭିଷେକ ବାନାର୍ଜୀଙ୍କ ପାଇଁ ମମତା ଓ ଟିଏମସିର ବଢୁଛି କି ସମସ୍ୟା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ୨୦୨୧ ଏବେ ଶେଷ ପର୍ଯ୍ୟାୟ ଆଡକୁ ବଢୁଛି । ୨୬ ଏପ୍ରିଲରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ମୁଖ୍ୟ ମୁକାବିଲା କ୍ଷମତାରେ ଥିବା କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଦେଖିବାକୁ ମିଳିବ । ଦୁଇ ଦଳର ନେତା ନିର୍ବାଚନ ପ୍ରଚାରରେ ପୁରା ତାକତ ଲଗାଇବେ ।
ପ୍ରଚାର ମଧ୍ୟରେ ଅନେକ ଥର ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଙ୍କ ବୟାନରେ ତାଙ୍କ ସମସ୍ୟା ପରିଲକ୍ଷିତ ହୋଇଛି । ଭାଜପା ନେତା ମମତା ବାନାର୍ଜୀଙ୍କ ପୁତୁରା ଓ ତୃଣମୂଳ ନେତା ଅଭିଷେକ ବାନାର୍ଜୀଙ୍କୁ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି । ପ୍ରଶ୍ନ ଉଠୁଛି ଯେ, ଅଭିଷେକଙ୍କ ପାଇଁ ତୃଣମୂଳର ଚିନ୍ତା ବଢିପାରେ ।
ତୃଣମୂଳ କଂଗ୍ରେସ ଛାଡି ଅନେକ ନେତା ଭାଜପାରେ ସାମିଲ ହୋଇଛନ୍ତି । ଦଳ ଛାଡିଥିବା ନେତାମାନେ ଆରୋପ ଲଗାଇଥିଲେ ଯେ, ଅଭିଷେକ ବାନାର୍ଜୀ ଓ ରାଜନୀତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପ୍ରଭାବ ଦଳରେ ବଢିବାକୁ ଲାଗିଛି ।
ଆହୁରି ମଧ୍ୟ କୁହାଯାଇଛି ଯେ, ତୃଣମୂଳ ସୁପ୍ରିମୋ ଏବେ ନିଜ ଆସନ ନିଜ ପୁତୁରାକୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking