ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଦୈନିକ ୫୦ ହଜାର ଟେଷ୍ଟିଂ ଟାର୍ଗେଟ ଅଛି । ୪୩ରୁ ୪୫ ହଜାର ହେଉଛି । ଏବେ ରାଜ୍ୟର ବିବିନ୍ନ ହସ୍ପିଟାଲରେ ୧୧ ହଜାରରୁ ଅଧିକ ବେଡ ଅଛି । ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ବେଡ୍ ରିଜର୍ଭ ପାଇଁ ନିର୍ଦ୍ଦେଶ ଅଛି । ସରକାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି, ଟେକ୍ନିକାଲ ଟିମ ନଜର ରଖିବେ । ହସ୍ପିଟାଲରେ ସଂକ୍ରମଣ ରୋକିବାକୁ ଜ୍ୱର ପାଇଁ ଅଲଗା ବିଭାଗ କରିବାକୁ ନିର୍ଦ୍ଦେଶ ଅଛି । ଏଯାଏଁ ପଶ୍ଚିମବଙ୍ଗ ଷ୍ଟ୍ରେନ ଚିହ୍ନଟ ନେଇ ଏନସିଡିସି ସ୍ପଷ୍ଟ କରିନାହିଁ ।
ସୂଚନାଯୋଗ୍ୟ ରାଜ୍ୟରେ ଆଜି ୬୨୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୦୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୨୬୧୧ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୬୮୪, କଳାହାଣ୍ଡିରୁ ୬୮୨, ନୂଆପଡାରୁ ୪୪୬, କଟକରୁ ୩୮୩, ପୁରୀରୁ ୩୦୬, ବରଗଡରୁ ୨୬୮, ସମ୍ବଲପୁରରୁ ୨୬୩, ଝାରସୁଗୁଡାରୁ ୨୬୧, ନବରଙ୍ଗପୁରରୁ ୨୫୭, ବଲାଙ୍ଗୀରରୁ ୨୧୧, ଷ୍ଟେଟପୁଲରୁ ୧୯୩, ଅନୁଗୁଳରୁ ୧୭୩, କେନ୍ଦୁଝରରୁ ୧୫୭, ମୟୁରଭଂଜରୁ ୧୧୫, ଭଦ୍ରକରୁ ୮୬, ଯାଜପୁରରୁ ୮୫, ନୟାଗଡରୁ ୮୨, ବାଲେଶ୍ୱରରୁ ୭୯, ରାୟଗଡାରୁ ୭୦, ଗଂଜାମରୁ ୬୭, ସୁବର୍ଣ୍ଣପୁରରୁ ୬୫, ଜଗତସିଂହପୁରରୁ ୬୨, କୋରାପୁଟରୁ ୫୮, ଗଜପତିରୁ ୪୭, କେନ୍ଦ୍ରପଡାରୁ ୪୧, କନ୍ଧମାଳରୁ ୩୪, ଦେବଗଡରୁ ୩୩, ମାଲକାନଗିରିରୁ ୨୧, ବୌଦ୍ଧରୁ ୨୦, ଢେଙ୍କାନାଳରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ ୩୯୧୧୭ ରହିଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୫୩ ହଜାର ୫୫୧ ।