ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭେତ୍ସା ଜଣାଇବା ସହ କୋରନାରୁ ବଞ୍ଚିବା ପାଇଁ ସମସ୍ତ ଉପାୟର ପାଳନ କରିବା ସହ ‘ଦୱାଇ ଭି, କଢାଇ ଭି’ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ଆଜି ରାମ ନବମୀ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ସେନ୍ଦେଶ ଥିଲା ଯେ, ମର୍ଯ୍ୟାଦାର ପାଳନ କରିବା । କୋରନାର ଏହି ସଙ୍କଟ କାଳରେ ବଞ୍ଚିବାର ଯେଉଁ ଉପାୟ ଅଛି ତାର ପାଳନ କରନ୍ତୁ ।
ସେ କହିଛନ୍ତି ଯେ, ଦେଶବାସୀଙ୍କ ଉପରେ ଭଗବାନ ଶ୍ରୀରାମଙ୍କ ଅଶେଷ କୃପା ରହୁ । ଏହି ରାମ ନବମୀ ରାମଙ୍କ ଜନ୍ମ ସହ ଜଡିତ ଅଛି । ମାନ୍ୟତା ଅଛି କି ଚୈତ୍ର ମାସ ଶୁକ୍ଲ ମନବମର ତିଥିରେ ଭଗବାନ ରାମ ଅଯୋଦ୍ଧାରେ ଜନ୍ମ ନେଇଥିଲେ ।
ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୋଭିଡ -୧୯ ସଂକ୍ରମଣର ନୂତନ ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଥିଲେ ଯେ ମହାମାରୀକୁ ମୁକାବିଲା କରିବା ପାଇଁ ଲକଡାଉନକୁ “ଶେଷ ପନ୍ଥା” ଭାବରେ ବ୍ୟବହାର କରାଯିବା ଉଚିତ । କରୋନାର ଦ୍ୱିତୀୟ ଲହର ପରେ ଦେଶକୁ ଦେଇଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଲୋକଙ୍କ ଜୀବନ ରକ୍ଷା କରିବା ସହିତ ଲୋକଙ୍କ ଆର୍ଥିକ କାର୍ଯ୍ୟକଳାପ ତଥା ଜୀବିକା ଉପରେ ମଧ୍ୟ ସର୍ବନିମ୍ନ ପ୍ରଭାବ ପକାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି ଶ୍ରମିକମାନଙ୍କ ଆତ୍ମବିଶ୍ୱାସ ଏବଂ ସେମାନଙ୍କୁ ସ୍ଥାନାନ୍ତର ନକରିବା ପାଇଁ ପଦକ୍ଷେପ ନିଅନ୍ତୁ । ଏହା ସହିତ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ତାଲାବନ୍ଦର ସମ୍ଭାବନାକୁ ମଧ୍ୟ ଏଡ଼ାଇଛନ୍ତି ଏବଂ ଏଥିରୁ ଦୂରେଇ ରହିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ।