32.8 C
Bhubaneswar
Tuesday, April 16, 2024
Homeଓଡିଶାମାଟ୍ରିକ ପରୀକ୍ଷା ବାତିଲ

ମାଟ୍ରିକ ପରୀକ୍ଷା ବାତିଲ

ଭୁବନେଶ୍ୱର : ସବୁ ଆଶା ଆଶଙ୍କାର ଅନ୍ତ ଘଟିଛି । ମାଟ୍ରିକ ପରୀକ୍ଷା ବାତିଲ ହେବା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରେସ ମିଟକରି ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ବୋର୍ଡ ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ମାକିଂ କରାଯିବ ନେଇ ନିଷ୍ପତ୍ତି ହୋଇଛି । କୋରନା ସଂକ୍ରମଣ ବଢୁଥିବାରୁ ମାଟ୍ରିକ ବାତିଲ କରାଯାଇଛି । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଗଣ ଶିକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେଉଁ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ କୋରନା ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ଦେଇପାରିବେ । କେରାନା ସଂକ୍ରମଣ କମିବା ପରେ ବୋର୍ଡ ତାରିଖ ଧାର୍ଯ୍ୟ କରିବ ଓ ସେ ହି ଅନୁସାରେ ଅସନ୍ତୁଷ୍ଟ ରହିଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇପାରିବେ ।

ସୂଚନାଯୋଗ୍ୟଯେ, ବର୍ଷସାରା ପାଠପଢା ମଧ୍ୟ ସମ୍ପର୍ଣ୍ଣ ବ୍ୟାହାତ ହୋଇଛି ଓ କ୍ଲାସ ହେରାଇପାରି ନାହିଁ । ଏହା ସହିତ ଅନଲାଇନ କ୍ଲାସ ମଧ୍ୟ ବିଫଳ ହୋଇଛି । ଏହାନେଇ ଗତକାଲି ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବା ପାଇଁ ରାଜରାସ୍ତାକୁ ଆସିଥିଲେ ଓ ପରେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ । ଏହା ପରେ ଆଶା କରାଯାଉଥିଲାଯେ, ଏନେଇ କୌଣସି ନିଷ୍ପତ୍ତି ଆସିବା ସେହି ଅନୁମାନ ଅନୁସାରେ ଆଜି ରାଜ୍ୟ ସରାକର ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking