17.1 C
Bhubaneswar
Thursday, January 2, 2025
Homeଓଡିଶାବନବିଭାଗର ନାକ ତଳେ ଚାଲିଛି ସଂରକ୍ଷିତ ଜଙ୍ଗଲ ଧ୍ବଂସ 

ବନବିଭାଗର ନାକ ତଳେ ଚାଲିଛି ସଂରକ୍ଷିତ ଜଙ୍ଗଲ ଧ୍ବଂସ 

ତେଲକୋଇ : ରଥ କାଠ ନାଁରେ ଚାଲିଛି ଜଙ୍ଗଲ ଧ୍ବଂସ । ସଂରକ୍ଷିତ ଜଙ୍ଗଲରୁ କଟା ଚାଲିଛି ବେଧଡକ ମୂଲ୍ୟବାନ ଶାଳ ଗଛ । ଏ ସମ୍ପର୍କରେ ରେଞ୍ଜ ଅଫିସର କହୁଛନ୍ତି ରଥ କାଠ ପାଇଁ କଟା ଯାଉଚି ଶାଳ ଗଛ। ସେପଟେ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ କହିବା ହେଲା ରଥ କାଠ କଟା ପାଇଁ ଆମ ଅଫିସରୁ କୌଣସି ଚିଠି ଇଶ୍ବୁ କରାଯାଇ ନାହିଁ । ଦି ଜଣଙ୍କ କଥାରେ ତାଳମେଳ ରହୁ ନଥିବାରୁ ବନ ବିଭାଗର କାର୍ଯ୍ୟ ସନ୍ଦେହ ଘେରକୁ ଆସୁଛି । ଗଛ କିଏ କାଟୁଛି କଣପାଇଁ କାଟୁଛି ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ସରକାରୀ ନିୟମଅନୁଯାୟୀ ପୂର୍ତ୍ତ ବିଭାଗରୁ ରଥ ପାଇଁ କେତେ କାଠ ଲାଗିବ ତାର ଆକଳନ ପରେ ଜିଲ୍ଲା ସବକଲେକ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ବ ଜଙ୍ଗଲରୁ ଗଛ କାଟିବା ପାଇଁ ବନଖଣ୍ଡ ଅଧିକାରୀଙ୍କୁ ଚିଠ କରାଯାଏ ।

ତାପରେ ବନଖଣ୍ଡ ଅଧିକାରୀ ସଂପୃକ୍ତ ଅଞ୍ଚଳର ରେଞ୍ଜ ଅଫିସରଙ୍କୁ କଟିଙ୍ଗ ଅର୍ଡର ଦେବାପରେ ଗଛ କାଟିବାର ନିୟମ ରହିଛି । ଏଠାରେ ବନଖଣ୍ଡ ଅଧିକାରୀଙ୍କ ଠାରୁ କଟିଙ୍ଗ ଅର୍ଡର ନଥାଇ କାହା ସ୍ବାର୍ଥରେ ତେଲକୋଇ ବନବିଭାଗ ଗଛ କାଟୁଛି ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ବାଡ ଯଦି କ୍ଷେତ ଖାଇବ ତାହେଲେ କହିବା କାହାକୁ ଏଭଳି ଘଟଣା ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଦେଖିବାକୁ ମିଳିଛି । ଗୋଧିହୁଡି ଗାଁ ପାଖ ଜଙ୍ଗଲରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଶାଳ ଗଛ କାଟି ୪୫ ଟି ଲଗ ପ୍ରସ୍ତୁତ କରାଯାଇ ଜଙ୍ଗଲରେ ପକାଯାଇଛି । ସେଠାରୁ କିଛି କାଠ ଲଗକୁ କିଏ ନେଇ ଯାଇଥିବା ମଧ୍ୟ ଜଣାପଡିଛି । ଏସବୁ କାର୍ଯ୍ୟ ବନ ବିଭାଗର ନାକ ତଳେ ଚାଲିଥିଲେ ମଧ୍ୟ ବନବିଭାଗ କର୍ମଚାରୀ ଟେର ପାଉନାହାନ୍ତି ନାଁ ଜାଣିଶୁଣି ଏସବୁ କାର୍ଯ୍ୟକୁ ଆଖି ମୁଜି ଦେଇଛି ତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ସରକାର ବନୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷା ଦିଗରେ ବନ ବିଭାଗ ସେତିକି ଧ୍ୟାନ ଦେଉ ନଥିବା ଜଣାପଡିଛି । ଏସମ୍ପର୍କରେ କ୍ୟାମେରା ସାମନାରେ ମୁହଁ ଖୋଲିବାକୁ ରେଞ୍ଜ ଅଫିସର ମନା କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking