14.1 C
Bhubaneswar
Saturday, January 11, 2025
Homeଓଡିଶାଛତିଶଗଡ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ, କରୋନା ଭୟରେ ଶବକୁ ମୁହଁ ବୁଲାଇଦେଲେ ପରିବାର

ଛତିଶଗଡ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ, କରୋନା ଭୟରେ ଶବକୁ ମୁହଁ ବୁଲାଇଦେଲେ ପରିବାର

ରଘୁନାଥପୁର  : କରୋନାର ଦ୍ୱିତୀୟ ଲହର ଉପରମୁହାଁ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଞ୍ଚଳରେ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇନଥିଲେ ମଧ୍ୟ ବାହାର ରାଜ୍ୟ ଫେରନ୍ତା ପ୍ରବାସୀଙ୍କ ଯୋଗୁ ଏହି ଅଞ୍ଚଳରେ କରୋନାର ତାଣ୍ଡବ ପ୍ରାୟ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ହରିସପୁର ଗ୍ରାମର ନିରଞ୍ଜନ ଦାଶଙ୍କ ପୁଅ ଗଣେଶ ପ୍ରସାଦ ଦାଶ (୪୮)ଙ୍କର ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଛି । ସ୍ୱର୍ଗତ ଦାଶ ଗତ କିଛିବର୍ଷ ଧରି ଛତିଶଗଡ ରାଜ୍ୟର ରାୟପୁର ଠାରେ ବସବାସ କରୁଥିଲେ । ଗତକାଲି ଗଣେଶ ପ୍ରସାଦ ନିଜଗ୍ରାମ ହରିସପୁରରେ ଆସି ପହଞ୍ôଚ ଥିଲେ ।

ତେବେ ସେ ୫/୬ଦିନ ପୂର୍ବରୁ ରାୟପୁର ଠାରେ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସେ ନିଜଘର ହରିସପୁରରେ ପହଞ୍ôଚବା ପରେ ଅଧିକ ଅସୁସ୍ଥତା ଅନୁଭବ କରି ଗତକାଲି ସନ୍ଧ୍ୟାରେ ପରିବାର ପକ୍ଷରୁ ତାଙ୍କୁ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାତ୍ରି ପ୍ରାୟ ୯ଟା ସୁଦ୍ଧା ଆଣିଥିଲେ । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ôଚବା ପୂର୍ବରୁ ତାଙ୍କର ବାଟରେ ମୃତ୍ୟୁ ଘଟିଥିଲା । ଗଣେଶ ପ୍ରସାଦଙ୍କ ମୃତ୍ୟୁ ଖବର ଜାଣିଲାପରେ କରୋନା ଭୟରେ ଶବକୁ ପରିବାର ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡି ପଳାଇଥିଲେ । ଆଜି ରଘୁନାଥପୁର ଥାନାପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ôଚ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଗଣେଶ ପ୍ରସାଦଙ୍କ ଶବକୁ  ଜବତକରି ବ୍ୟବଚ୍ଛେଦ ପାଇଁ  ଜଗତସିଂହପୁରକୁ ପଠାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking