ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାରକୁ ନେଇ ନିର୍ବାଚନ କମିଶନ ନୂଆ ଗାଇଡଲାଇନ ଜାରି କରିଛନ୍ତି । ପଶ୍ଚିମବଙ୍ଗର ବାକି ୩ଟି ପର୍ଯ୍ୟାୟ ପାଇଁ ଗାଇଡଲାଇନ ଜାରି ହୋଇଛି । କୋଭିଡ ଦୃଷ୍ଟିରୁ କଟକଣା ଲାଗୁ କରିଛନ୍ତି ନିର୍ବାଚନ କମିଶନ । ଗାଇଡଲାଇନ ଅନୁସାରେ, ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ପ୍ରଚାର ଉପରେ କଟକଣା ରହିବ । ଦୈନିକ ପ୍ରଚାରରେ ମଧ୍ୟ କାଟଛାଣ୍ଟ କରିଛନ୍ତି ନିର୍ବାଚନ କମିଶନ । ଏହାସହିତ ଭୋଟ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯିବ । ଏହାପୂର୍ବରୁ ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବା ପ୍ରଚଳନ ହୋଇଆସୁଥିଲା ।