ଭୁବନେଶ୍ୱର: ପିପିଲି କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ଆଜି ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଛି । ଗତ ଶନିବାର ସେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । କରୋନା ସହ ସଂଗ୍ରାମ କରି ସେ ଜୀବନଯୁଦ୍ଧରେ ହାରିଯାଇଛନ୍ତି । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆପୋଲୋ ଲୋକ ସଂପର୍କ ଅଧିକାରୀ ରାକେଶ ରାୟ ଏନେଇ ସୂଚନା ପ୍ରଦାନ କରିଛନ୍ତି । ନିର୍ବାଚନ ପାଇଁ ପ୍ରଚାର ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା । ନିର୍ବାଚନର 3 ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି ।