19.1 C
Bhubaneswar
Wednesday, January 1, 2025
Homeଦେଶ ବିଦେଶନିର୍ବାଚନ ଫାଇଟ ମଧ୍ୟରେ ଟିଏମସି ଓ ଆଇଏସଏଫ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ

ନିର୍ବାଚନ ଫାଇଟ ମଧ୍ୟରେ ଟିଏମସି ଓ ଆଇଏସଏଫ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ

କୋଲକାତା: ଉତ୍ତର ୨୪ ପରଗନା ଜିଲ୍ଲା ର ପଶୀରହାଟ ସବଡିଭିଜନ ଅନ୍ତର୍ଗତ ହାଡବା ଥାନା ଅନ୍ତର୍ଗତ ବକଜୁରୀ ଗ୍ରାମ ପଂଚାୟତର ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ତୃଣମୂଳ କଂଗ୍ରେସ ଓ ଆଇଏସଏଫର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ  ମାରପିଟ ହୋଇଥିବା ଖବର ସାମ୍ନାକୁ ଆସିଛି । ଦୁଇ ପକ୍ଷରୁ ପ୍ରାୟ ୧୬ ଜଣ ଆହତ ହୋଇଥିବା ସୂଚନା ରହିଛି । ପରେ ଆହତଙ୍କୁ ହାଡୋବା ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଦୁଇ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁସାରେ, ରବିବାର ବିଳମ୍ବିତ ରାତିରେ କିଛି ଲୋକ ଲୁହା ରଡ୍ ସହ ଅନ୍ୟ ମାରଣାସ୍ତ୍ର ଧରି ହାଡୋବାର ମଥୁରା ଗ୍ରାମରେ ଆଇଏସଏଫ କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ଘରେ ପଶି ଆକ୍ରମଣ କରିଥିଲେ । ଆରୋପ ରହିଛି ଯେ, ଅବାସ ସିଦ୍ଦିକୀଙ୍କ ସମର୍ଥକଙ୍କ ଘରେ ପଶି ତୃଣମୂଳର ସମର୍ଥିତ ବ୍ୟକ୍ତି  ଆକ୍ରମଣ କରିଛନ୍ତି ଏବଂ ସେମାନଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ।
ଅନ୍ୟପଟେ, ଘଟଣାର ବିରୋଧରେ ସଂଯୁକ୍ତ ମୋର୍ଚ୍ଚାର ସମର୍ଥକ ତୃଣମୂଳ କାର୍ଯ୍ୟକର୍ତ୍ତାଙ୍କ ଉପରେ ହାମଲା କରିଥିଲେ । ଯାହା ଫଳରେ ତୃଣମୂଳର ୪ ଜଣ ଆହତ ହୋଇଥିଲେ । ଏହା ମାମଲାରେ ଦୁଇ ପଟୁ ହାଡୋବା ଥାନାରେ ମାମଲା ରୁଜୁ ହୋଇଥିଲା । ଆଇଏସଏଫର ଆରୋପ ରହିଛି, ସବେ ବରାତ ଦିନ ମସଜିଦରେ ନମାଜ ପାଠ କରିବା ପରେ କିଛି କାର୍ଯ୍ୟକର୍ତ୍ତା ଗୋଟିଏ ଜାଗାରେ ଛିଡା ହୋଇ କଥା ହେଉଥିଲେ । ସେହି ସମୟରେ ଅଚାନକ ହାଡୋବା ପଂଚାୟତ ସମିତିର ପୂର୍ବ ଅଧ୍ୟକ୍ଷ ଓ ତୃଣମୂଳ ନେତା ଅବଦୁଲ  ଖାଲିକ ମୋଲ୍ଲାଙ୍କ ସମର୍ଥକମାନେ ଲାଠି, ବାଁଉଶ, ରଡ ଓ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯେଉଁଥିରେ ୧୨ ଜଣ କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ । ଏହି ଆରୋପକୁ ଖଣ୍ଡନ କରିବାକୁ ଯାଇ ତୃଣମୂଳ ଅଭିଯୋଗ କରିଛି ଯେ, ପାରିବାରିକ ବିବାଦକୁ ନେଇ ତୃଣମୂଳ ନାଁ ଯୋଡି ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ସେହି ଘଟମାରେ ତୃଣମୂଳର କେହି ସାମିଲ ନାହାନ୍ତି । ଆଇଏସଏଫ କାର୍ଯ୍ୟକର୍ତ୍ତା ଓଲଟି ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ୪ ଜଣ ଆହତ ହୋଇଥିଲେ । ପୋଲିସ ବର୍ତମାନ ଏହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking