19.1 C
Bhubaneswar
Monday, November 18, 2024
Homeଜୀବନଶୈଳୀହୋଲିରେ ଏହିପରି ନିଅନ୍ତୁ ତ୍ୱଚାର ଯତ୍ନ

ହୋଲିରେ ଏହିପରି ନିଅନ୍ତୁ ତ୍ୱଚାର ଯତ୍ନ

ନୂଆଦିଲ୍ଲୀ: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ପିଲା ଦିନରୁ ଆମେ ସମସ୍ତେ ହୋଲି ପର୍ବକୁ ବେଶ ଧୂମଧାମରେ ପାଳନ କରିଆସୁଛୁ । ମାତ୍ର ଚଳିତ ବର୍ଷ ମହାମାରୀ କରୋନା ପାଇଁ ହୋଲି ପର୍ବ ଫିକା ପଡିଯାଇଛି । ମାତ୍ର ସବୁପରେ ବି ଆପଣ ନିଜ ପରିବାର ସହ ହୋଲି ପର୍ବ ପାଳନ କରିପାରିବେ । ଏଥିପାଇଁ ଆପଣ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଥିବେ । ତେବେ ସମସ୍ତ ପ୍ରସ୍ତୁତି ସହ ନିଜ ତ୍ୱଚା ପାଇଁ ବି ଟିକିଏ ଚିନ୍ତା କରନ୍ତୁ । କାରଣ ହୋଲି ରଂଗ ଆମ ସ୍କିନକୁ କ୍ଷତି ପହଂଚାଇଥାଏ । ଏହାସହ ତାହା ଚର୍ମରୁ ଛାଡିବା ବି କାଠିକର ପାଠ । ଏନେଇ ଆମେ ଆପଣଙ୍କୁ କହିବୁ କିଛି ଟିପ୍ସ ।
ସକାଳୁ ଉଠିବା ପରେ ମୁହଁରେ ଚିଲ୍ଡ ସିଟ ମାସ୍କ ଲଗାନ୍ତୁ । ହାଇଡ୍ରେଟ ରଖିବାରେ ଏହା ସାହାଯ୍ୟ କରେ ।
ଏହାପରେ ସିଟ ମାସ୍କ ହଟାଇ ଆଣ୍ଟି ଏଜିଂ ସିରମ ଲଗାନ୍ତୁ । ନିଜ ପସନ୍ଦର କୌଣସି ସିରମ ଆପଣ ବ୍ୟବହାର କରିପାରିବେ । ପରେ ମଏଶ୍ଚରାଏଜର ଲଗାନ୍ତୁ ।
ଏହାପରେ ସନସ୍କ୍ରିନ ଲଗାନ୍ତୁ । ନିଜ ତ୍ୱଚା ଅନୁଯାୟୀ, ଏସପିଏଫ ବାଛନ୍ତୁ ।
ଆଖି ପଲକରେ ପ୍ରାଇମର ଲଗାନ୍ତୁ, ତା ଉପରେ ନିଜ ପସନ୍ଦର ଆଇସେଡ ଲଗାନ୍ତୁ ।
ଆଖିତଳେ ଭେସଲିନ ଲଗାନ୍ତୁ ।
ନଖରେ ଡିପ୍ କଲର ନେଲପଲିସ ଲଗାନ୍ତୁ । କାରଣ ନଖରେ ହୋଲି ରଂଗ ଜଲଦି ଲାଗିଯାଏ ।
ହାତରେ ତେଲ ମାଲିସ କରନ୍ତୁ କିମ୍ବା ଭେସଲିନ ଭଲ ଭାବରେ ଲଗାଇ ନିଅନ୍ତୁ ।
ଓଠରେ ଭେସଲିନ ଲଗାନ୍ତୁ କିମ୍ବା ଲିପବାମ ବି ଲଗାଇପାରିବେ ।
ମୁଣ୍ଡରୁ ଆରମ୍ଭ କରି ସାରା ଶରୀରରେ ତେଲ ଲଗାନ୍ତୁ । ଏଥିପାଇଁ ଆପଣ ନଡିଆ ତେଲ କରିପାରିବେ । ଯଦି ତ୍ୱଚାରେ ଜ୍ୱଳନ ଅନୁଭବ କରନ୍ତି, ତେବେ ଆଲୋଭେରା ଜେଲ ଲଗାନ୍ତୁ । ପରେ ଗରମ ପାଣିରେ ଗାଧୋଇ ପଡନ୍ତୁ ।
୩୦ ମିନିଟ ପରେ ସ୍କ୍ରବ କରନ୍ତୁ ।
ତ୍ୱଚାରେ ଅର୍ଗାନିକ ପ୍ରଡକ୍ଟ ବ୍ୟବହାର କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking