21.1 C
Bhubaneswar
Sunday, January 19, 2025
Homeଓଡିଶାପୁଣି ବୈତରଣୀ ନଦୀ କୂଳରୁ ଉଦ୍ଧାର ହେଲା ପୁରାତନ ଶିବ ଲିଙ୍ଗ ଓ ଅନ୍ୟାନ୍ୟ ବିରଳ...

ପୁଣି ବୈତରଣୀ ନଦୀ କୂଳରୁ ଉଦ୍ଧାର ହେଲା ପୁରାତନ ଶିବ ଲିଙ୍ଗ ଓ ଅନ୍ୟାନ୍ୟ ବିରଳ କିର୍ତିରାଜି

ଯାଜପୁର(ଓଏନଏ)) : ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ମାଳିକା ରେ ଯାଜପୁର ମହିମା ସମ୍ପର୍କ ରେ ଆଗତ ଭବିଷ୍ୟତ ବହୁ ଆଲୋକିତ ଘଟଣା ବିରଜା କ୍ଷେତ୍ର ଘଟିବ ବିଲୁପ୍ତ ଅବସ୍ଥା ରେ ଥିବା ଦେବା ଦେବୀ ଙ୍କ ମୂର୍ତ୍ତି ମାନ ଉଭା ହେବ l ଜଗନ୍ନାଥ ନୀଳାଚଳ ଧାମ ଛାଡି ବିରଜା କ୍ଷେତ୍ର ଜନ୍ମ ହୋଇ ମେଛ ସଂହାର କରି ଭକ୍ତ ମାନଂକୁ ରକ୍ଷା କରିବେ ଏବେ ସତ୍ୟ ହେବା କୁ ଯାଉଛି l.ବାଲି ଖୋଳୁ ଖୋଳୁ ସିଦ୍ଧେଶ୍ଵର ମନ୍ଦିର :ନିକଟରେ ଥିବା ବୈତରଣୀ ନଦୀ ରୁ ବାଲି ଖୋଳୁ ଖୋଳୁ ଶିବ ଲିଙ୍ଗ ଦୁଇଟି ମନ୍ଦିର ବାହାରି ଥିଲା ଏହି ଚର୍ଚ୍ଚା ଚାଲି ଥିଲା ବେଳ ବୈତରଣୀ ନଦୀ କୂଳରୁ ଉଦ୍ଧାର ହେଲା ପୁରାତନ ଶିବ ଲିଙ୍ଗ ଓ ଅନ୍ୟାନ୍ୟ ବିରଳ କିର୍ତିରାଜି । ଯାଜପୁର ଦେବୀ ଗଡା ଘାଟ ନିଟକରୁ ଗୋଟିଏ ଶିବ ଲିଙ୍ଗ,ବାସୁଆ ବଳଦ ସହିତ ଲକ୍ଷ୍ମୀ ମୂର୍ତିକୁ ଉଦ୍ଧାର କରାଯାଇଛି । ଏହି ମୂର୍ତି ଗୁଡିକ ଭୌମକର ସମୟର ବୋଲି ଅନୁମାନ କରାଯାଉଛି ।
ବୈତରଣୀ ନଦୀରୁ ବାଲି ଉତୋଳନ କରାଯାଉଥିବା ବେଳେ ଏହି କିର୍ତିରାଜି ଗୁଡିକ ଉଦ୍ଧାର କରାଯାଇଛି । ଯଯାତି କେଶରୀଙ୍କ ସମୟରେ ବୈତରଣୀ ନଦୀ କୂଳ ଦଶାଶ୍ୱମେଧ ଯଜ୍ଞ କରାଯାଇଥିଲା । ସେହି ସମୟରେ ଏହି ଅଂଚଳରେ ଅନେକ ମନ୍ଦୀର ଓ ପ୍ରାଚିନ ମୂର୍ତି ରହିଥିଲା । ଯାହା କାଳକ୍ରମେ ଭାଂଗି ରୁଜି ଯିବା ସହିତ ନଦୀରେ ମିଶିଯାଇଛି । ଏହାର ସଠିକ୍ ଖନନ ସହିତ ସୁରକ୍ଷା କରିବାକୁ ସାଧାରଣରେ ଦାବି ହୋଇଛି ।ପତନ୍ନତତ୍ୱ ବିଭାଗ ଯାଜପୁର ର କୀର୍ତ୍ତି ରାଜି ସମ୍ପର୍କ ରେ ଗବେଷଣା କରୁନାହିଁ ଓ ଖନନ କାର୍ଯ୍ୟ କରିବା ଉପରେ ଧ୍ୟାନ ଦେଉ ନାହଁ ବୈତରଣୀ ନଦୀ ଗର୍ଵ ରେ ଯାଜପୁର ର ଅନେକ କଲା ସ୍ଥାପତ୍ୟ ଏତିହାସିକ ଘଟଣା ବଳି ଲୁଚି ରହିଛି ଯାଜପୁର ସହର ଅତି ପୁରାତନ ସହର ଏକଦା ଉତ୍କଳ ର ରାଜଧାନୀ ଥିଲା ଏହା ଉପରେ ଗବେଷଣା ର ସମୟ ଆସିଛି ପୁରୁଣା କୀର୍ତ୍ତି ରାଜି ଗୁଡିକୁ ଉଦ୍ଧାର କରାଗଲେ ଯାଜପୁର ର କୀର୍ତ୍ତି ରାଜି ଲୋକ ଲୋଚନ କୁ ଆସି ପାରନ୍ତା !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking