20.1 C
Bhubaneswar
Wednesday, January 8, 2025
Homeବିଜିନେସ୍ଟ୍ୱିଟର ଆଣୁଛି ନୂଆ ଫିଚର

ଟ୍ୱିଟର ଆଣୁଛି ନୂଆ ଫିଚର

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର ନିଜ ବ୍ୟବହାରକାରୀଙ୍କ ପାଇଁ ଖୁବଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହା ମାଧ୍ୟମରେ ବ୍ୟବହାରକାରୀ ଟାଇମଲାଇନରେ ହିଁ ୟୁଟ୍ୟୁବ ଭିଡିଓ ଦେଖିପାରିବେ ଏବଂ ସେମାନଙ୍କୁ ୟୁଟ୍ୟୁବ ଆପରେ ରିଡାଇରେକ୍ଟ କରାଯିବ ନାହିଁ । କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ଏହି ନୂଆ ଫିଚର ଦ୍ୱାରା ବ୍ୟବହାରକାରୀଙ୍କୁ ଭିଡିଓ ଦେଖିବାରେ ସୁବିଧା ହେବ ।
ଟ୍ୱିଟରର ଫିଚର ଟେଷ୍ଟିଂ ବର୍ତମାନ ଆମେରିକା, ଜାପାନ, କାନାଡା ଓ ସାଉଦି ଆରବରେ କରାଯାଉଛି । ଏହି ଫିଚରର ବ୍ୟବହାର ଆଇଓଏସ ବ୍ୟବହାରକାରୀ କରିପାରିବେ । ଆଶା କରାଯାଉଛି ଯେ, ଫିଚରକୁ ଜଲଦି ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯିବ ।
ଟ୍ୱିଟକକ ପ୍ରବକ୍ତା କହିଛନ୍ତି, ଆମେ ଏହି ନୂଆ ଫିଚରର ଟେଷ୍ଟିଂ ୪ ସପ୍ତାହ ପର୍ଯ୍ୟନ୍ତ କରିବୁ ଏବଂ ଫଳାଫଳ ଆଧାରରେ ଫିଚରର ଲଚିଂ ସହ ସମ୍ବନ୍ଧିତ ନିର୍ଣ୍ଣୟ ନିଆଯିବ । ଏହାବ୍ୟତୀତ ଅଧିକ ତଥ୍ୟ ମିଳିନାହିଁ ।
କହିରଖୁଛୁ, କମ୍ପାନୀ ଗତବର୍ଷ ଫ୍ଲିଟସ ଫିଚର ଲଂଚ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking