36.1 C
Bhubaneswar
Thursday, May 2, 2024
Homeଖେଳଇଂଲଣ୍ଡ ବିପକ୍ଷ ଏକଦିବସୀୟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା

ଇଂଲଣ୍ଡ ବିପକ୍ଷ ଏକଦିବସୀୟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଏକଦିବଶୀୟ ମ୍ୟାଚ୍ ପାଇଁ ଭାରତ ପକ୍ଷରୁ ଖେଳାଳୀ ତାଲିକା ଘୋଷଣା କରାଯାଇଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୩ ଟି ଏକଦିବଶୀୟ ମ୍ୟାଚ୍ ପୁଣେ ଠାରେ ଖେଳାଯିବ । ଘୋଷଣା ହୋଇଥିବା ଖେଳାଳୀ ତାଲିକାରେ ସୂର୍ଯ୍ୟକୁମାର ଯାଦବ, କୃଣାଲ ପାଣ୍ଡ୍ୟା, ଓ ପ୍ରସିଦ୍ଧ କୃର୍ଷ୍ଣାଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଏହି ୩ ଟି ମ୍ୟାଚରୁ ବାଦ ପଡିଛନ୍ତି ଇଶାନ କିଷନ ।

ପ୍ରସିଦ୍ଧ କୃର୍ଷ୍ଣା କର୍ଣ୍ଣାଟକ ତରଫରୁ ବିଜୟ ହଜାରେ ଟ୍ରଫି ଖେଳି ୭ ଟି ମ୍ୟାଚରେ ୧୪ ଟି ୱିକେଟ୍ ହାସଲ କରି ବିସିସିଆଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି କୃଣାଳ ପାଣ୍ଡ୍ୟା ନିଜର ବଡୋଦା ଟିମ୍ ପାଇଁ ଜଣେ ଅଲରାଉଣ୍ଡର ଭାବେ ବିଜୟ ହଜାରେ ଟ୍ରଫି ଖେଳି ଭଲ ପ୍ରଦର୍ଶନ କରିଥିଲେ । ସେ ବଡୋଦା ଟିମ୍ ରେ ସବୁଠାରେ ଅଧିକ ରନ୍ କରିଥିବା ଖେଳାଳୀ ଭାବେ ୫ ଟି ମ୍ୟାଚ୍ ଖେଳି ୩୮୮ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଏହା ମଧ୍ୟରେ ସେ ୨ ଟି ଅର୍ଦ୍ଧଶତକ ବି ମାରିଥିଲେ । ଏହାସହ ସେ ବିଜୟ ହଜାରେ ଟ୍ରଫିରେ ୫ ଟି ୱିକେଟ୍ ନେଇଥିଲେ ।

୩ ଟି ଯାକ ଏକ ଦିବଶୀୟ ମ୍ୟାଚ୍ ପୁଣେ ଠାରେ ଖେଳାଯିବ । ପ୍ରଥମ ମ୍ୟାଚ୍ ମାର୍ଚ୍ଚ୨୩, ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୨୬ ଓ ତୃତୀୟ ମ୍ୟାଚ୍ ମାର୍ଚ୍ଚ ମାର୍ଚ୍ଚ ୨୮ ତାରିଖରେ ଖେଳାଯିବ ।

ଘୋଷଣା ହୋଇଥିବା ଖେଳାଳୀ ମାନଙ୍କ ମଧ୍ୟରେ ରହିଛନ୍ତି ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ଶୁଭମନ୍ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ଥ, (ୱିକେଟ୍ କିପର), କେ.ଏଲ ରାହୁଲ (ୱିକେଟ୍ କିପର), ଭୂଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃଣାଳ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ୍, ପ୍ରଶିଦ୍ଧ କୃଷ୍ଣା, ଶ୍ରଦ୍ଧାଳୁ ଠାକୁର୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking