19.1 C
Bhubaneswar
Friday, January 10, 2025
Homeଅପରାଧପୋଲିସ ଫାଣ୍ଡିରୁ ଉଦ୍ଧାର ହୋଇଥିବା ନର କଙ୍କାଳ କାହାର ପୋଲିସ ସ୍ପଷ୍ଟ କରିବା ସହ ଅପରାଧୀକୁ...

ପୋଲିସ ଫାଣ୍ଡିରୁ ଉଦ୍ଧାର ହୋଇଥିବା ନର କଙ୍କାଳ କାହାର ପୋଲିସ ସ୍ପଷ୍ଟ କରିବା ସହ ଅପରାଧୀକୁ ତୁରନ୍ତ ଗିରଫ କରୁ: ସ୍ମୃତି ପଟ୍ଟନାୟକ

 ରାଜଧାନୀ ଏବେ ଓଡିଶାର ସବୁଠୁ ବଡ କ୍ରାଇମ ସିଟି ଭାବେ ଉଭା ହୋଇଛି
 ଗତ ବର୍ଷ କରୋନା ମହାମାରୀ ଏବଂ ଲକଡାଉନ ଲାଗୁ ହୋଇଥିବାବେଳେ ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ
ବୃଦ୍ଧି ପାଇଛି
 ପୋଲିସକୁ ବେଖାତିର କରି ଅପରାଧୀମାନ ବିଭିନ୍ନ ଅପରାଧିକ କାର୍ଯ୍ୟ କରି ଖସି ପଳାଉଛନ୍ତି
 ଅପରାଧୀଙ୍କୁ ଧରିବାରେ କମିଶନରେଟ ପୋଲିସ ତପ୍ତରତା ଦେଖାଉ ନାହିଁ
 ରାଜଧାନୀରେ ଥିବା ଫାଣ୍ଡି ଗୁଡିକରେ ସିସିଟିଭି କାହିଁକି ଲଗାଯାଇ ନାହିଁ ?
 ରାଜଧାନୀରେ ଗତ ବର୍ଷ ୪୯ଟି ହତ୍ୟାକାଣ୍ଡ ଘଟିଛି , ଯାହାକି ଗତ ୫ ବର୍ଷ ତୁଳନାରେ ସବୁଠୁ ଅଧିକ
 ୨୦୨୦ ମସିହାରେ ରାଜଧାନୀରେ ୧୧୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି
 ମହିଳାଙ୍କ ସୁରକ୍ଷା ଦିଗରେ କମିଶନରେଟ ପୋଲିସ ଜିରୋ ଟଲେରାନ୍ସ ନିୟମ ଲାଗୁ କରୁ
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ସ୍ମାର୍ଟ ସିଟିର
ଲୋକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବିଶେଷ କରି ମହିଳା ନିର୍ଯ୍ୟାତନା,ଦୁଷ୍କର୍ମ, ହତ୍ୟା,ମରଣାନ୍ତକ ଆକ୍ରମଣ, ଡକାୟତି,
ରାହାଜାନୀ ଏବଂ ସାଇବର ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ପୋଲିସକୁ ବେଖାତିର କରି ଅପରାଧୀମାନ ବିଭିନ୍ନ ଅପରାଧିକ
କାର୍ଯ୍ୟ କରି ଖସି ପଳାଉଛନ୍ତି । ଅନେକ ସମୟରେ ପୋଲିସ ଅପରାଧୀମାନଙ୍କୁ ଧରିବାରେ ବିଫଳ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ କେସର
ତଦନ୍ତ କରୁନାହିଁ । ବିଗତ ଦିନରେ ମହିଳାଙ୍କର କଟାମୁଣ୍ଡ ଉଦ୍ଧାର ହେବା ଏବଂ ଏବେ ଯାଂଳା ପୋଲିସ ଫାଣ୍ଡିରେ ଥିବା ଏକ ଗାଡିରୁ
ମହିଳାଙ୍କ ନର କଙ୍କାଳ ଉଦ୍ଧାର କରାଯିବା ସମସ୍ତଙ୍କୁ ଚକିତ ଓ ଭୟଭୀତ କରିଛି । ପୋଲିସ ଫାଣ୍ଡି ପାଖରେ ଅପରାଧୀମାନେ ଏଭଳି
ଜଘନ୍ୟ କାଣ୍ଡ ଘଟାଇଛନ୍ତି କିମ୍ବା କିଛି ପୋଲିସ କର୍ମଚାରୀ ନିଜେ ଏହି କାର୍ଯ୍ୟ କରିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ପୋଲିସ ଫାଣ୍ଡି ଗାଡିରୁ ଉଦ୍ଧାର ହୋଇଥିବା ନର କଙ୍କାଳ କାହାର ପୋଲିସ ସ୍ପଷ୍ଟ କରିବା ସହ ଅପରାଧୀକୁ ତୁରନ୍ତ ଗିରଫ କରିବା
ଦାବିରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୋଲିସ
କମିଶନରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଜଣେ ମହିଳାଙ୍କ ନର କଙ୍କାଳ କିପରି ଫାଣ୍ଡିରେ ଥିବା ଗାଡି ଭିତରକୁ ଆସିଲା? ମହିଳାଙ୍କୁ କିଏ ହତ୍ୟା କରିଛି? ମୃତ ମହିଳା
ଜଣକ କିଏ? ରାଜଧାନୀରେ ଏଭଳି ଏକ ଜଘନ୍ୟ ଘଟଣା ପଛରେ କେଉଁ ବ୍ୟକ୍ତିର ହାତ ରହିଛି, ତାହା କମିଶନରେଟ ପୋଲିସ ସ୍ପଷ୍ଟ
କରିବା ଦରକାର । ଥାନା ଗୁଡିକରେ ସିସିଟିଭି ଲଗାଯାଇଥିବାବେଳେ ରାଜଧାନୀରେ ଥିବା ଫାଣ୍ଡି ଗୁଡିକରେ ସିସିଟିଭି କାହିଁକି ଲଗାଯାଇ
ନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଗତ ବର୍ଷ କରୋନା ମହାମାରୀ ଏବଂ ଲକଡାଉନ ଲାଗୁ ହୋଇଥିବାବେଳେ
ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ପୋଲିସ ରେକର୍ଡ ଅନୁଯାୟୀ ଭୁବନେଶ୍ୱର ଓ କଟକ ସମଗ୍ର କମିଶନରେଟ
ଅଂଚଳରେ ଗତ ବର୍ଷ ୧୩ ହଜାର ୨୯୭ଟି ଅପରାଧିକ ମାମଲା ରୁଜୁ ହୋଇଛି । ରାଜଧାନୀରେ ଗତ ବର୍ଷ ୪୯ଟି ହତ୍ୟାକାଣ୍ଡ ଘଟିଛି
, ଯାହାକି ଗତ ୫ ବର୍ଷ ତୁଳନାରେ ସବୁଠୁ ଅଧିକ ରହିଥିଲା । ୨୦୨୦ ମସିହାରେ ରାଜଧାନୀରେ ୧୧୩ଟି ଦୁଷ୍କର୍ମ ମାମଲା ରୁଜୁ
ହୋଇଛି । ୨୦୧୯ ଅପେକ୍ଷା ୨୦୨୦ ମସିହାରେ ୩୮୮ ଟି ଲୁଟ ଘଟଣା ସାମ୍ନାକୁ ଆସିଛି । ଏହି ପରିସଂଖ୍ୟାନକୁ ଦେଖିଲେ
ରାଜଧାନୀ ଏବେ ଓଡିଶାର ସବୁଠୁ ବଡ କ୍ରାଇମ ସିଟି ଭାବେ ଉଭା ହୋଇଛି ।
ବିଗତ ଦିନରେ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟାକାଣ୍ଡ ଘଟଣା ସନ୍ଦେହ ଘେରରେ ରହିଛି । ଚଳିତ ମାସରେ
ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ପୋଲିସ ଗାଡିରୁ ଟାଣି ଆଣି ହତ୍ୟା କରାଯାଇଥିଲା ।
ଚୋରୀ, ଡକାୟତି ଏବଂ ସାଇବର ଅପରାଧ ଆଦି ଖବର ପ୍ରତିଦିନ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି । ଅପରାଧୀଙ୍କୁ ଧରିବାରେ
କମିଶନରେଟ ପୋଲିସ ତପ୍ତରତା ଦେଖାଉ ନାହିଁ । ମହିଳାଙ୍କ ସୁରକ୍ଷା ଦିଗରେ କମିଶନରେଟ ପୋଲିସ ଜିରୋ ଟଲେରାନ୍ସ ନିୟମ
ଲାଗୁ କରିବା ସହ ରାଜଧାନୀରେ ବସବାସ କରୁଥିବା ଛାତ୍ରୀ, କର୍ମଜୀବୀ ମହିଳା, ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ
ଆଗାମୀ ଦିନରେ ଭୁବନେଶ୍ୱରକୁ ଅପରାଧ ମୁକ୍ତ ସହର କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ସଂପାଦିକା ରଶ୍ମିରେଖା ଦାସ, ପ୍ରବୀଣା ଭଞ୍ଜଦେଓ,
ଇତିଶ୍ରୀ ଜେନା, ତୃପ୍ତିମୟୀ ମକଦ୍ଦମ, ସୁବାସିନୀ ପୃଷ୍ଟି, ସୁବାସିନୀ ବଳ, ସୁଚରିତା ଜେନାମଣି, ସତରୂପା ମିଶ୍ର ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking