38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଏହି ଦେଶରେ ମହିଳା ଜିନ୍ସ ପିନ୍ଧି ପାରନ୍ତି ନାହିଁ

ଏହି ଦେଶରେ ମହିଳା ଜିନ୍ସ ପିନ୍ଧି ପାରନ୍ତି ନାହିଁ

ଭୁବନେଶ୍ୱର: ଆପଣମାନେ ତ ନିହାତି ଜାଣିଥିବେ ପ୍ରତି ଦେଶର ନିୟମ କାନୁନ ସର୍ବଦା ଅଲଗା ହୋଇଥାଏ । କିଛି ଦେଶର ନିୟମ ସାଧାରଣ ରହିଥିବା ବେଳେ ଆଉ କିଛି ଦେଶର ନିୟମ କାନୁନ ଅତ୍ୟନ୍ତ କଠିନ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ୫ଟି ଦେଶର ନିୟମ କାନୁନ ବିଷୟରେ କହିବୁ, ଯାହାର ନିୟମ ଅନ୍ୟ ଦେଶ ରୁଲ ତୁଳନାରେ କଠିନ ।
ନମ୍ବର ୫ରେ ଆସିବ ସାଉଦିଆରବ
ସାଉଦି ଆରବର ଲୋକେ ଏନେକ ମାତ୍ରାରେ ଧନୀ ଶ୍ରେଣୀର ହୋଇଥାନ୍ତି । ହେଲେ ଏହି ଦେଶକୁ ସବୁଠୁ ଖାସ ବନାଏ ଏହାର ରୁଲସ । ସେଠାରେ ଛୋଟିଆ ଭୁଲ ପାଇଁ ଆପଣଙ୍କୁ ଜୀବନ ଦେବାକୁ ପଡିପାରେ । ଏହି ଦେଶ ସରିଆ ଲ ଅନୁସରଣ କରିଥାଏ । ଯାହା ସଂପୂର୍ଣ୍ଣ ଭାବରେ ଇସଲାମିକ । ତେବେ ମହିଳାଙ୍କ ପାଇଁ ସେହି ଦେଶର ରୁଲ ଅତ୍ୟନ୍ତ କଠିନ ବୋଲି କହିଲେ ଭୁଲ ହେବ ନାହିଁ । ସେଠାରେ କୌଣସି ମହିଳା କେବେ ବି ଡ୍ରାଇଭ କରିପାରିବେ ନାହିଁ । ପରିବାର ସଦସ୍ୟଙ୍କ ବ୍ୟତୀତ ମହିଳା ଆଉ କାହା ସହ ରେଷ୍ଟୁରାଣ୍ଟ, ହୋଟେଲ କିମ୍ବା କୌଣସି ପୁରୁଷ ସହିତ କଥା ହୋଇପାରିବେ ନାହିଁ । ହେଲେ ବର୍ତମାନ ସେଠାରେ ରୁଲସରେ କିଛିଟା ପରିବର୍ତ୍ତନ କରାଯାଇଛି । ଫଳ ସ୍ୱରୂପ ମହିଳା ଏବେ ସେଠାରେ ଡ୍ରାଇଭ କରିପାରୁଛନ୍ତି । ହେଲେ ଯଦି ଜଣେ ମହିଳା କୌଣସି ଏକ ପୁରୁଷ ସହ ଦେଖିବାକୁ ମିଳନ୍ତି, ତେବେ ତାଙ୍କ ମୃତ୍ୟୁ ପ୍ରାୟ ପକ୍କା ବୋଲି ଧରିନିଆଯାଏ । ଏହାବ୍ୟତୀତ ସେଟାରେ ଇଂଟରନେଟ ଓ ମିଡିଆ ଉପରେ ସର୍ବଦ ଫୋକସ ରଖାଯାଏ । ଆଉ ଯଦି କୌଣସି ମିଡିଆ ସରକାରଙ୍କ ବିରୋଧରେ କିଛି କୁହନ୍ତି, ତେବେ ଏତିପାଇଁ କଠିନରୁ କଠିନ ଦଣ୍ଡ ଦିଆଯାଏ ।
ଏହାପରେ ନମ୍ବର ୪ରେ ଆସିବ କ୍ୱୁବା
ହଲିଡେ ଡେଷ୍ଟିନେସନ ପାଇଁ ଏହି ଦେଶ ଖୁବ ପ୍ରସିଦ୍ଧ । କାରଣ ସେଠାରେ ଆପଣ ସୁନ୍ଦର ସୁନ୍ଦର ବିଚ ର ମଜା ନେଇପାରିବେ । ହେଲେ ଏହାର ଅତିହାସ କହେ, ଯଦି କୌଣସି ବ୍ୟକ୍ତି ସେଠିକାର ସରକାରଙ୍କ ବିରୋଧରେ ନେଗେଟିଭ କଥା କୁହେ, ତେବେ ତାଙ୍କୁ କଠିନ ସଜା ଦିଆଯାଏ । ଆଉ ଯିଏ ବି ଏମିତି କିଛି କରିଛି, ସେଥିପାଇଁ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାର ସଦସ୍ୟ ଦଣ୍ଡ ଭୋଗୁଛନ୍ତି । ସେହିଭଳି ସେଠାରେ ଯଦି କିଏ ଇଂଟରନେଟରେ ଭୁଲ କାମ କରୁଛନ୍ତି, ତେବେ ତାଙ୍କୁ ସାରା ଜୀବନ ଜେଲରେ କାଟିବାକୁ ପଡିପାରେ ।
ନମ୍ବର ୩ରେ ଯେଉଁ ଦେଶ ଆସୁଛି ତାହା ହେଲା ସିଙ୍ଗାପୁର
ଏସିଆର ଏହି ଛୋଟିଆ ଦେଶ ବାସ୍ତବରେ ଅତି ସୁନ୍ଦର ଓ ଆକର୍ଷଣୀୟ । ସେଠିକାର ଲୋକଙ୍କ ଜୀବନଶୈଳୀ ମଧ୍ୟ ବେଶ ଅତ୍ୟାଧୁନିକ ଏବଂ ବିଳାସମୟ । କାରଣ ସେମାନେ ଧନୀ ଶ୍ରଣୀର ହୋଇଥାନ୍ତି । ଏସିଆର ଏକ ବିକଶିତ ଦେଶ ହେଉଛି ସିଙ୍ଗାପୁର । ପର୍ଯ୍ୟଟକଙ୍କ ଏହା ହେଉଛି ପ୍ରଥମ ପସନ୍ଦ । ତେବେ ଧ୍ୟାନ ରଖନ୍ତୁ ସେଠାରେ ଛୋଟିଆ ଭୁଲ ପାଇଁ ମଧ୍ୟ ଆପଣଙ୍କୁ ଦଣ୍ଡ ମିଳିପାରେ । ସେଠାରେ କିଏ ଯଦି ରାସ୍ତା ଉପରେ ଅଳିଆ ପକାଉଛି କିମ୍ବା ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଛି, ଏଥିପାଇଁ ସେମାନଙ୍କୁ ମୋଟ ଅଙ୍କର ଫାଇନ ଦେବାକୁ ପଡିଥାଏ । ସେହିଭଲି ଯଦି ବସରେ ଆପଣ କିଛି ଖାଉଛନ୍ତି ଏଥିପାଇଁ ଆପଣଙ୍କୁ ୨ ହଜାର ଡଲାର ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିଥାଏ । ଟଏଲେଟରେ ପାଣି ନପକାଇଲେ ଆପଣଙ୍କୁ ଜେଲ ବି ହୋଇପାରେ ।
ନମ୍ବର ୨ରେ ଯେଉଁ ଦେଶ ଆସୁଛି ସେ ହେଲା ଚାଇନା
ବିକାଶ ମାମଲାରେ ଏହି ଦେଶ ଆଗରେ ରହିଛି । ହେଲେ ସରକାରଙ୍କ ବିରୋଧରେ କିଛି କହିବା ଏ ସାହସ କାହାର ନାହିଁ । ଯଦି କିଏ ସରକାରଙ୍କ ବିପକ୍ଷରେ ଆନ୍ଦୋଳନ କରିବାକୁ କହେ,ତେବେ ଭାବିନିଅନ୍ତୁ ତାଙ୍କର ଏ ଦୁନିଆରେ ଆଉ ସ୍ଥାନ ନାହିଁ ।
ଶେଷରେ ନମ୍ବର ୧ରେ ଆସିବ ନର୍ଥ କୋରିଆ
ଏହି ଦେଶର କଳା ଆଇନ ଓ ସତ୍ୟତା ବିଷୟରେ ହୁଏତ ଆପଣ ଜାଣିଥିବେ । ସେଠାରେ କେହି ବି ନିଜ ଇଚ୍ଛାରେ ନିଜ କେଶ କାଟିପାରନ୍ତି ନାହିଁ ଏବଂ ନିଜ ପସନ୍ଦର କାର୍ ବି କିଣିପାରନ୍ତି ନାହିଁ । କାର ରଖିବା ସେଠାରେ ବହୁତ ବଡ ଅପରାଧ । ସେଠାରେ ଲୋକେ ଇଂଟରନେଟ ମଧ୍ୟ ଚଲାନ୍ତି ନାହିଁ । ଯଦିଏ ସେହି ଦେଶର ନିଜର ଇଂଟରନେଟ ଅଛି ମାତ୍ର ତାହା କାମରେ ଆସିବ ନାହିଁ । ସେଥିପାଇଁ ଏହି ଦେଶ ପୁରା ଦୁନିଆ ସହ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇ ରହିଥାଏ । ସେଠାରେ କୌଣସି ଝିଅ ଜିନ୍ସ ପିନ୍ଧିପାରିବେ ନାହିଁ । ଏହାକୁ ବାଦ ଦେଲେ ଯଦି କିଏ ବାଇବେଲ ପଢୁଥିବା କିମ୍ବା ଅଶ୍ଳିଳ ଭିଡିଓ ଦେଖୁଥିବା ଅବସ୍ଥାରେ ଧରା ପଡିଯାଏ, ତେବେ ତାକୁ ସେହି ସମୟରେ ହିଁ ମାରି ଦିଆଯାଏ ।
ତେବେ ଏହା ଥିଲା କିଛି ଏମିତି ଦେଶ ଯେଉଁଠାରେ କଠୋର ଶାସନ ଆଜି ବି ପ୍ରଚଳିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking