29.1 C
Bhubaneswar
Tuesday, November 26, 2024
Homeଓଡିଶାମୌଳିକ ସୁବିଧା ମିଳୁନଥିବା ନେଇ ତହସିଲଦାରଙ୍କୁ ଦାବିପତ୍ର

ମୌଳିକ ସୁବିଧା ମିଳୁନଥିବା ନେଇ ତହସିଲଦାରଙ୍କୁ ଦାବିପତ୍ର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ପାନୀୟଜଳ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଭୁବନ ଏନ୍‌ଏସିର ଶତାଧିକ ମହିଳା ହାଣ୍ଡି ଡେକଚି ଧରି ରାସ୍ତା ଅବରୋଧ କରିବା ସହି ତହସିଲ୍‌ଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୁଚନା ଅନୁଯାୟୀ, ଭୁବନ ଏନ୍‌ଏସିର ୩ନଂ ୱାର୍ଡରେ ୨୦୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରିଥାନ୍ତି । ସେହି ଅଞ୍ଚଳରେ ୭ଟି ନଳକୁପ ଓ ୪ ଖୋଲା କୂପ ରହିଛି । ମାତ୍ର ତାହା ଖରାଦିନରେ ଶୁଖି ଯାଉଥିବାରୁ ଏ ଅଞ୍ଚଳରେ ଦିନ ଦିନ ପାନୀୟଜଳ ସମସ୍ୟା ବଢିବାରେ ଲାଗଛି । ଏ ବାବଦରେ ଅଧିକାରୀ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବା ନେଇ ସ୍ଥାନୀୟଲୋକେ କୁହନ୍ତି । ମାତ୍ର ଅନ୍ୟପଟେ ରାଜ୍ୟ ସରକାର ଏନ୍‌ଏସିରେ ବସବାସ କରୁଥିବା ଗରିବ ପରିବାର ମାନଙ୍କଠାରୁ ହୋଲଡିଂ ଟାକ୍ସ ଆଦାୟ କରୁଥିବା ବେଳେ ସେମାନଙ୍କୁ ମୌଳିକ ସୁବିଧା ମିଳୁନଥିବା ଦାବୀ ପତ୍ରରେ ଦର୍ଶାଇଛନ୍ତି । ତେବେ ଏ ଅଞ୍ଚଳରେ ନିରବିଛନ୍ନ ବିଦ୍ୟୁତ ସେବା, ପାନୀୟଜଳ ଯୋଗାଣ, ରାସ୍ତାନିର୍ମାଣ, ଡ୍ରେନେଚ୍ ସାଙ୍ଗକୁ ପରିମଳ ବ୍ୟବସ୍ତା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦର୍ଶାଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଶତୃଘ୍ନ ଜେନା, ଜିଲ୍ଲା ସାଧାରଣ ସଂପାଦକ ପ୍ରେମାନନ୍ଦ ଜେନା, ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା, ସଂପାଦକ ସୁରେନ୍ଦ୍ର ପୃଷ୍ଟି, ଉପସଭାପତି ମାୟାଧର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking