40.1 C
Bhubaneswar
Thursday, April 25, 2024
Homeଓଡିଶାସାମ୍ବାଦିକଙ୍କୁ କରୋନା ଟିକା ଦାବିରେ ସ୍ମାରକପତ୍ର

ସାମ୍ବାଦିକଙ୍କୁ କରୋନା ଟିକା ଦାବିରେ ସ୍ମାରକପତ୍ର

ଢେଙ୍କାନାଳ : ରାଜ୍ୟସରକାର ସାମ୍ବାଦିକମାନଙ୍କୁ ଆଗଧାଡିର କରୋନା ଯୋଦ୍ଧା ଭାବେ ବିବେଚିତ କରିଛନ୍ତି । କରୋନାର ଭୟାବହତା ସମୟରେ ସମ୍ବାଦିକମାନେ ନିଜ ଜୀବନକୁ ବାଜିଲଗାଇ କରୋନା ବିଷୟରେ ବିସ୍ତୃତ ଭାବେ ଲୋକଙ୍କ ନିକଟରେ ଖବର ପହଂଚାଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପୁଲିସ, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କରୋନା ଟିକା ନେଇ ଯାଇଥିବା ବେଳେ ସାମ୍ବାଦିକ ମାନଙ୍କୁ କାହିଁକି ଟିକା ଦିଆଯାଇ ନାହିଁ ।

ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସାମ୍ବାଦିକମାନଙ୍କୁ ତରୁନ୍ତ ସରକାରଙ୍କ ତରଫରୁ ଟିକା ପ୍ରଦାନ ନିମନ୍ତେ ସାମ୍ବାଦିକ ମାନଙ୍କ ତରଫରୁ କାମାକ୍ଷାନଗର ଉପଜିଳ୍ଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ହିମାଂଶୁ ଶେଖର ମହାପାତ୍ର, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ବରାଳ, ରାକେଶ ଦେହୁରୀ, ସୌମେନ୍ଦ୍ର ସାହୁ, ହୃଦୟବଲ୍ଲଭ ଦାସ, ସଦାଶିବ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking