27.1 C
Bhubaneswar
Monday, November 18, 2024
Homeଲାଇଫ୍ ଷ୍ଟାଇଲ୍ଖାଲି ପେଟରେ କ୍ଷୀର ଚା’ ପିଇଲେ କ'ଣ ଅସୁବିଧା ହୁଏ

ଖାଲି ପେଟରେ କ୍ଷୀର ଚା’ ପିଇଲେ କ’ଣ ଅସୁବିଧା ହୁଏ

ଭୁବନେଶ୍ୱର : କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ପିଇଥାନ୍ତି । ଅନେକ ଲୋକ ବେଡ୍ ଟି ବିନା ଶେଯରୁ ଉଠନ୍ତି ନାହିଁ । ଅନୁଧ୍ୟାନରୁ ଜଣାପଡିଛି ବେଡ୍ ଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଚା’ ରେ ଅନେକ ପ୍ରକାରର ଏସିଡ୍ ଥାଏ । ଖାଲି ପେଟରେ ଚା’ ପିଇ ଆପଣ ନିଜ ପେଟର ସିଧାସଳଖ କ୍ଷତି ପହଁଚାଉଛନ୍ତି । ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ବଢିବାର ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା ବେଡ୍ ଟି ଦ୍ୱାରା କଣ ସବୁ ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଦିଏ

ଯଦି ଆପଣ ସେହି ଲୋକଙ୍କ ମଧ୍ୟରୁ ଜଣେ , ତାହେଲେ ଖାଲି ପେଟରେ କ୍ଷୀର ଚା’ ପିଅନ୍ତୁ ନାହିଁ । ଖାଲି ପେଟରେ ଅଧିକ କ୍ଷୀର ମିଶା ଚା’ ପିଇବା ଦ୍ୱାରା କ୍ଲାନ୍ତ ଅନୁଭବ ହୁଏ । ଆଉ ଗୋଟେ କଥା ହେଲା ଚା’ରେ କ୍ଷୀର ମିଶାଇବା ଦ୍ୱାରା ଆଣ୍ଟିଅକ୍ସିଡେଂଟର ପ୍ରଭାବ କମିଯାଏ ।

ଯଦି ଆପଣ ଏହା ଭାବି ଖୁସି ହେଉଛନ୍ତି ଯେ, କମ୍ କ୍ଷୀରର ଷ୍ଟ୍ରଗ୍ ଚା’ ପିଉଛନ୍ତି , ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକର ଅଟେ । ଷ୍ଟେନଡ୍ ଚା’ ପାଚନ ତନ୍ତ୍ରକୁ କ୍ଷତି ପହଁଚାଇଥାଏ ଏବଂ ଏହା ଆପଣଙ୍କ ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି କରେ ।

ଯଦି ଆପଣ ଏହା ବି ଭାବୁଛନ୍ତି ଯେ ଆପଣ ଚା’ ଖାଇବା ପରେ ପିଉଛନ୍ତି , ତଥାପି ଆପଣ ସମସ୍ୟାରୁ ବାହାର ନୁହଁନ୍ତି । ଆମେ ସମସ୍ତେ ଜାଣନ୍ତି ଯେ ଚା’ ରେ ଟେଟିନ୍ ଥାଏ । ଯାହା ଆହାରରେ ଥିବା ଆୟରନ୍ ସହ ପ୍ରଭାବ ପକାଇଥାଏ । ଏଥିପାଇଁ ଖାଇବା ପରେ ଚା’ ପିଇବା ଦ୍ୱାରା ପୋଷକ ତତ୍ୱ ନଷ୍ଟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking