24.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଜଣେ ସଫଳ ବ୍ୟବସାୟୀ ସହିତ ଜଣେ ସଫଳ ମଣିଷ : ରତନ ଟାଟା

ଜଣେ ସଫଳ ବ୍ୟବସାୟୀ ସହିତ ଜଣେ ସଫଳ ମଣିଷ : ରତନ ଟାଟା

ଭାରତରେ ୯୦ ପ୍ରତିଶତ ବ୍ୟବସାୟ ୫ ବର୍ଷ ମଧ୍ୟରେ ଫେଲ ହୋଇଯାଇଥାଏ । ଆଉ ୧୦ ବର୍ଷ ମଧ୍ୟରେ ବ୍ୟବସାୟ ଷ୍ଟାର୍ଟ-ଅପହିଁ ସଫଳ ହୋଇପାରିଥାଏ । ୟୁଏସର ଏକ ସର୍ଭେ ଅନୁସାରେ ବିଶ୍ୱର ମାତ୍ର ୦.୦୧ ପ୍ରତିଶତ କମ୍ପାନୀ ୧୦୦ ବର୍ଷରୁ ଅଧିକ ବର୍ଷ ଯାଏଁ ମାର୍କେଟରେ ନିଜର ସ୍ଥିତି ବଜାୟ ର୍‌ଖିପାରନ୍ତି । ସେହିଭଳି ଏକ କମ୍ପାନୀ ହେଉଛି ଟାଟା କମ୍ପାନୀ । ଯାହାକି ୧୫୦ ବର୍ଷରୁ ଅଧିକ ପୁରୁଣା । ଅଜିର ଦିନରେ ୧୦୦ରୁ ଅଧିକ କମ୍ପାନୀ ଟାଟା ଗ୍ରୁପ ଦ୍ୱାରା ପରିଚାଳିତ । ଏହି ଟାଟା ଗ୍ରୁପ ବିଶ୍ୱରେ ୭ଟି ବୃହତ କମ୍ପାନୀ ମଧ୍ୟରୁ ଗୋଟିଏ ।

ଏହି କମ୍ପାନୀ ଜାମସେଦପୁର ଟାଟାଙ୍କ ଠାରୁ ଆରମ୍ଭ ହୋଇ ଆଜି ଉଦ୍ୟୋଗପତି ରତନ ଟାଟାଙ୍କ ଦ୍ୱାରା ପରିଚାଳିତ ହୋଉଛି । ଆଜି ଆମେ ସେହି ବିଶିଷ୍ଟ ଉଦ୍ୟୋଗପତିଙ୍କ ରତନ ଟାଟାଙ୍କ ବିଷୟରେ ଜାଣିବା ।

ସେ ହେଉଛନ୍ତି ଏପରି ଜଣେ ବ୍ୟକ୍ତି ଯିଏ ଜୀବନସାରା କେବଳ ବ୍ୟବସାୟ ହିଁ କରିଛନ୍ତି । ସେ ଏପରି ଜଣେ ବ୍ୟକ୍ତି ଯିଏ ନିଜ ଜୀବନର ସମସ୍ତ ନିଷ୍ପତି ସଠିକ ବୋଲି ପ୍ରମାଣ କରିଛନ୍ତି । ତାଙ୍କ ଜିଦ ଓ ତାଙ୍କ ପରିଶ୍ରମ ତାଙ୍କ ଆଜି ସଫଳ କରାଇଛି ।
ବ୍ୟକ୍ତିଗତ ଜୀବନରେ ରତନ ଟାଟା ଜଣେ ସାଧାରଣ ବ୍ୟକ୍ତି ଅଟନ୍ତି ।

ଏହା ହେଉଛି ୧୯୯୮ ମସିହାର କଥା ଇଣ୍ଡିକା କାର ରତନ ଟାଟାଙ୍କ ଦ୍ୱାରା ନିର୍ମିତ ହୋଇଥିଲା କିନ୍ତୁ ଏହା ଭାରତ ବଜାରରେ ସେତେ ଭଲ ଚାଲିପାରି ନଥିଲା । ତେଣୁ କମ୍ପାନୀକୁ ବିକ୍ରି କରିବା ପାଇଁ ରତନ ଟାଟା ଫୋର୍ଡ କମ୍ପାନୀ ହେଡକ୍ୱାର୍ଟର ଆମେରିକା କୁ ଯାଉଥିଲେ ଯେଉଁଠି ରତନ ଟାଟା ଓ ତାଙ୍କ ସହଯୋଗୀ ମାନଙ୍କୁ ଫୋର୍ଡ କମ୍ପାନୀର ମାଲିକ ଅପମାନ ଦଇଥିଲେ ଓ ରତନ ଟାଟାଙ୍କ ଉପରେ ଦୟା କରି ସେ ତାଙ୍କ କମ୍ପାନୀକୁ କିଣୁଛନ୍ତି ବୋଲି କହିଥିଲେ ।

ଏହି ଅପମାନରେ ରତନ ଟାଟା ଡିଲ କ୍ୟାନସେଲ କରି ଭାରତ ଫେରିଆସିଥିଲେ । ଏହାପରେ ସେ ନିଷ୍ପତି ନେଇଥିଲେ ଯେ, ସେ ତାଙ୍କର
କୌଣସି କମ୍ପାନୀକୁ ସେ ବିକ୍ରି କରିବେ ନାହିଁ । ଏହପରେ ତାଙ୍କ ଦୃଢ ମନୋବଳ ଓ କଠିନ ପରିଶ୍ରମ ଯୋଗୁଁ ରତନଙ୍କର କାର ବ୍ୟବସାୟ ଭଲ ଚାଲିବାକୁ ଲାଗିଲା ।

୨୦୦୮ ରେ ଫୋର୍ଡ କମ୍ପାନୀ ଯେତେବେଳେ ଦେବାଳିଆ ହେବାକୁ ବସିଥିଲା ସେତେବେଳେ ରତନ ଟାଟା ହିଁ ଫୋର୍ଡ କମ୍ପାନୀର ସବୁଠୁ ବଡ ବ୍ୟାଣ୍ଡ ଜାଗୁଆର ଓ ଲ୍ୟାଣ୍ଡରୋଭର କୁ କିଣିନେଇଥିଲେ ।

କେବଳ ଏତିକି ନୁହଁ ସେ ଜଣେ ସଫଳ ବ୍ୟବସାୟୀ ସହିତ ସଫଳ ମଣିଷ ମଧ୍ୟ । ସେ ପ୍ରତିବର୍ଷ ନିଜ ବ୍ୟବସାୟ ଲାଭର ୬୫ ପ୍ରତିଶତ ଡୋନେଟ କରିଥାଅନ୍ତି । ସେ କୁହନ୍ତି ଯେ, ସେ ଜଶେ ଶିଲ୍ପପତି ଜଣେ ବ୍ୟବସାୟୀ ନୁହଁ । ତାଙ୍କ ମତରେ ବ୍ୟବସାୟରେ ବିଶ୍ୱାସ ହିଁ ସବୁଠାରୁ ବଡ ଜିନିଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking