23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଦୁନିଆର ସବୁଠାରୁ ଉଚ୍ଚ ପ୍ରତିମା ; ଷ୍ଟାଚ୍ୟୁ ଅଫ ୟୁନିଟ

ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମା ; ଷ୍ଟାଚ୍ୟୁ ଅଫ ୟୁନିଟ

ଦୁନିଆର ସବୁଠାରୁ ବଡ ପ୍ରତିମା । ଯାହା ଷ୍ଟାଚ୍ୟୁ ଅଫ ଲିବର୍ଟିର ୨ ଗୁଣ, ଖ୍ରାଇଷ୍ଟ ଦ ରିଦିମରର ଉଚ୍ଚାଇରୁ ପ୍ରାୟ ୪ଗୁଣ ଓ ଚାଇନାର ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧାଙ୍କ ଠାରୁ ୨୯ ମିଟର ଅଧିକ ଉ୍‌ଚ୍ଚ ଅଟେ । ସେହି ପ୍ରତିମା ଯାହା ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି । ପଶ୍ଚିମ ଭାରତର ଗୁଜୁରାଟରେ ସ୍ଥାପିତ ହୋଇଛି । ଏହି ଷ୍ଟାଚ୍ୟୁ ଅଫ ୟୁନିଟ ।

ନର୍ମଦା ନଦୀର ଏକ ଛୋଟ ଟାପୁରେ ବନାଯାଇଛି ଏହି ବିିଶାଳ ପ୍ରତିମା । ଏହା ଭାରତର ଏକ ମହାନ ନେତାଙ୍କ ଏହା ହେଉଛି ଶ୍ରଦ୍ଧାଞ୍ଜଳି । ଯାହାଙ୍କ ନାଁ ସର୍ଦ୍ଦାଳ ବଲ୍ଲଭ ଭାଇ ପଟେଲ । ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସର୍ଦ୍ଦାର ପଟେଲ ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ଓ ଉପ-ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ । କୁହାଯାଏ ତାଙ୍କ ଦୃଢ ସକଂଳ୍ପରୁ ହିଁ ଭାରତ ବର୍ଷ ଗଠନ ହୋଇଥିଲା । ତେଣୁ ଆଧୁନିକ ଭାରତର ନିର୍ମାତା ବା ଆର୍କିଟେକ୍ଟ ଅଫ ମର୍ଡନ ଇଣ୍ଡିଆ ଓ ଲୌହ ମାନବ ମଧ୍ୟ କୁହାଯାଏ ।

୨୦୧୧ରେ ସର୍ଦ୍ଦାଲ ବଲ୍ଲଭ ଭାଇ ପଟେଲ ରାଷ୍ଟ୍ରୀୟ ଏକତା ଟ୍ରଷ୍ଟର ସ୍ଥାପନା ହୋଇଥିଲା । ୨୦୧୫ ବେଳକୁ ଷ୍ଟାଚ୍ୟୁ ବନାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଥିଲା । ଏହାପରେ ନିର୍ମାଣ ଆରମ୍ଭ ହୋଇଥିଲା । ଏହାର ଉଚ୍ଚତା ୧୮୨ ମିଟର ଯାହକି ଏକ ୬୧ ମହଲା ଘର ଉ୍‌ଚ୍‌ତା ସହ ସମାନ ।
ଆସନ୍ତୁ ଜାଣିବା ଏହି ଷ୍ଟାଚ୍ୟୁର କିଛି ବିଶେଷତା

କୁହାଯାଏ ଗୁଜୁରାଟର ବିଧାନସଭାରେ ୧୮୨ଟି ସିଟ କୁୁଦୃଷ୍ଟିରେ ରଖି ଏହି ମୁର୍ତ୍ତୀର ଉଚ୍ଚତା ୧୮୨ ମିଟର କରାଯାଇଛି ।

ଏହି ମୁର୍ତ୍ତୀ ୭ କିମି ଦୁରରୁ ନଜର ଆସିଯାଇଥାଏ । ଏହି ମୁତ୍ତୀ ବିଶ୍ୱରେ ସବୁଠାରୁ କମ ସମୟ ମଧ୍ୟରେ ବନାଯାଇଥିବା ପ୍ରଥମ ପ୍ରତିମା ଅଟେ ।
ଏହାକୁ ନିର୍ମାଣ କରିବାରେ ୭ ବର୍ଷର ସମୟ ଲାଗିଥିଲା ।

ଭୁକମ୍ପ ପ୍ରତିରୋଧ ଟେକନିକରେ ଏହି ମୁର୍ତ୍ତୀକୁ ବନାଯାଇଛି ତେଣୁ ଭୁକମ୍ପ ଏହି ମୁର୍ତ୍ତୀର କିଛି ବିଗାଡି ପାରିବ ନାହିଁ ।

ଏହି ମୁର୍ତ୍ତୀକୁ ସିଂନ୍ଧୁ ଘାଟି ସଭ୍ୟତା ଅନୁସାରେ ବନାଯାଇଛି ତେଣୁ ଏହି ମୁର୍ତ୍ତୀରେ ୧୦୦୦ ବର୍ଷ ଯାଏଁ କୌଣସି ଯଙ୍କ ଲାଗିବ ନାହିଁ । ଏହି ମୁର୍ତ୍ତୀ ତମ୍ବା ସହ ଅନ୍ୟ ୪ ଟି ଧାତୁରେ ମିଶାଯାଇ ବନାଯାଇଛି ।

ସର୍ଦ୍ଦାର ପଟେଲ ସ୍ୱାଧୀନ ଭାରତପରେ ଦେଶର ସୀମାକୁ ଏକାଠି କରିଥିଲେ ତେଣୁ ଦେଶକୁ ଏକତାର ସୁତ୍ରରେ ବନ୍ଧିବା ପାଇଁ ଏହି ମୁର୍ତ୍ତୀ ବନାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking