23.1 C
Bhubaneswar
Wednesday, January 15, 2025
Homeଓଡିଶାଆର୍ନ୍ତଜାତୀୟ ମହିଳା ଦିବସ ସମାରୋହ ପାଳନ

ଆର୍ନ୍ତଜାତୀୟ ମହିଳା ଦିବସ ସମାରୋହ ପାଳନ

ବିଜୁ ମହିଳା ଜନତା ଦଳ ତରଫରୁ ଆୟୋଜିତ ଆର୍ନ୍ତଜାତୀୟ ମହିଳା ଦିବସ ସମାରୋହ ପାଳନ ଅବସରରେ ଓଡିଶାର ସମସ୍ତ ମହିଳାମାନଙ୍କ ତରଫରୁ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କୁ ନିମ୍ନ ଜସଶ୍ୱୀ କାର୍ଯ୍ୟବଳୀ ପାଇଁ ସର୍ବସମ୍ମତ ଧନ୍ୟବାଦ ଅର୍ପଣ କରୁଅଛୁ ।

ଧନ୍ୟବାଦ ପ୍ରସ୍ତାବ ନଂ-୧: ରାଜ୍ୟର ମହିଳାମାନଙ୍କ ବିକାଶ, ଉନ୍ନତି, ପ୍ରଗତି, ସାମାଜିକ ନିରାପତ୍ତା, ଆର୍ଥୀକ ସ୍ୱାବଲମ୍ବିତା, ରାଜନୈତିକ ସ୍ୱୀକୃତୀପ୍ରଦାନ ପୂର୍ବକ ପଞ୍ଚାୟତରାଜ ଓ ପୌର ସଂସ୍ଥାରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ଭାରତ ବର୍ଷରେ ଉଦାହରଣ ସୃଷ୍ଟି କରିଛନ୍ତି । ସେହିପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ନିମନ୍ତେ ଲୋକସଭା ଓ ବିଧାନସଭାରେ ସଂରକ୍ଷଣ ଦାବି ଉପସ୍ଥାପନ କରିଥିଲେ ଓ ଏହି ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବା ସ୍ୱରୁପ ୩୩ ପ୍ରତିଶତ ଆସନ ମହିଳାଙ୍କୁ ଲୋକସଭାରେ ପ୍ରଦାନ କରି ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଭାରତବର୍ଷରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଉଦାହରଣ ପାଲଟିଛନ୍ତି ।

ଏଥିନିମନ୍ତେ ଆଜିର ଏହି ଐତିହାସିକ ବିଶ୍ୱ ମହିଳା ଦିବସ ଅବସରରେ ଓଡିଶାର ଅଗଣିତ ମହିଳାମାନଙ୍କ ତରଫରୁ ମାନ୍ୟବାର ମୁଖ୍ୟମନ୍ତ୍ରୀଙ୍କ ସୁଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା  ସହ ଧନ୍ୟବାଦ ଅର୍ପଣ ଦେବା ସହିତ କୃତଜ୍ଞତା ଜଣାଉଅଛୁ ।

ପ୍ରସ୍ତାବ ନଂ-୨: ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ଦୁଇ ଦିନ ପୂର୍ବରୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳା ସଶକ୍ତିକରଣ ଯାତ୍ରାକୁ ଆହୁରି ସଂବୃଦ୍ଧ କରିବାକୁ ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ପ୍ରଦାନ କରିଛନ୍ତି । ସ୍ୱଂୟସହାୟକ ଗୋଷ୍ଠୀ ରାଜ୍ୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେଣୁ ତୃଣମୂଳ ସ୍ତରୀୟ ମହିଳା ଏବଂ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ, ମାନବ ସମ୍ବଳର ସୁପରିଚାଳନା, ସଠିକ ତତ୍ତ୍ୱବଧାନ ଏବଂ ମହିଳାଙ୍କ ଅର୍ଥନୀତିକ ସ୍ୱତନ୍ତ୍ରତାକୁ କ୍ରିୟାଶୀଳ ଓ ଦୃଢୀକରଣ ପାଇଁ ଏହି ବିଭାଗ ଏକ ସେତୁ ଭଳି ସହାୟକ ହେବ ।

        ନିରବଚ୍ଛିନ୍ନ ଭାବରେ ମହିଳାମାନଙ୍କୁ ରାଜନୈତିକ ଅଧିକାର ପ୍ରଦାନ ହେଉ କି ଅର୍ଥନୈତିକ ସ୍ୱତନ୍ତ୍ରତା ହେଉ ସବୁ କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ମହିଳା ସଶକ୍ତିକରଣକୁ ନୂତନ ଦିଗଦର୍ଶନ ପ୍ରଦାନ କରିଥିବାରୁ ଏହି ଆର୍ନ୍ତଜାତୀୟ ମହିଳା ଦିବସରେ ଓଡିଶାର ଅଗଣିତ ଏସ୍‌ଏଚ୍‌ଜି ମା’ମାନଙ୍କ ତରଫରୁ ସେହି ମହାନ ଜନନାୟକ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟର ସହ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜଣାଉଅଛୁ ।

ପ୍ରସ୍ତାବ ନଂ-୩: ଓଡିଶା ରାଜ୍ୟର ପ୍ରଗତିକୁ ଆହୁରି ଦୁଇ ଗୁଣିତ କରି ସୁଦୂରପ୍ରସାରୀ କରିବା ପାଇଁ ୫-ଟି ଓ ଲୋକାୟୁକ୍ତ ଭଳି ଅନେକ ପ୍ରଶାସନିକ ସଂସ୍ଥାର ବ୍ୟବସ୍ଥା କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଦୁର୍ନୀତିକୁ ଜିରୋ ଟଲେରାନ୍ସ ନାରା ଓ ତଦନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ଲାଞ୍ଚୁଆ ଅଫିସରଙ୍କୁ ଚାକେରିରୁ ବହିଷ୍କାର କରି ଭଲ ସଂସ୍କାର ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଏକ ନୂତନ ଦିଗନ୍ତ ଦେବାରେ ସଫଳ ହୋଇଛି । ସାଧାରଣ ଲୋକ ସରକାରଙ୍କ ସେବାକୁ ହାତ ପାହାନ୍ତାରେ ଉପଲବ୍ଧୀ କରିପାରୁଛନ୍ତି ।

        ଏହି ଯୁଗାନ୍ତକାରୀ, ଲୋକାଭିମୁଖୀ ପଦକ୍ଷେପ ପାଇଁ ଆମ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଆଜିର ଏହି ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ଓଡିଶାର ସମସ୍ତ ମହିଳାଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜଣାଉଅଛୁ ।

ପ୍ରସ୍ତାବ ନଂ-୪: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ଓଡିଶାର ପରିଚୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବା ସହିତ ବିଶ୍ୱବାସୀଙ୍କ ପାଖରେ ମଡେଲ ରାଜ୍ୟର ସୁଖ୍ୟାତି ଅର୍ଜନ କରିଛି । କୋଭିଡ-୧୯ ମହାମାରି ପରି ଭୟାବହ ବିପର୍ଯ୍ୟୟର ପଦଧ୍ୱନୀ ପୂର୍ବରୁ ଆମ ଦୂରଦୃଷ୍ଟି ସଂପର୍ଣ୍ଣ ମୁଖ୍ୟମନ୍ତ୍ରୀ ପ୍ରାକ୍ ଆକଳନ ପୂର୍ବକ ଜନସାଧାରଣଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷିତ କରିବା ପାଇଁ ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କରୋନା ମହାମାରୀକୁ ପ୍ରତିହତ କରିପାରିଛି । ଓଡିଶା ବିଜୟ ହୋଇଛି । ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜାତିସଂଘ ଦ୍ୱାରା ସମ୍ମାନୀତି ହୋଇ ଏକ ନମ୍ବର ମୁଖ୍ୟମନ୍ତ୍ରୀ ସ୍ଥାନକୁ ବଜାୟ ରଖିଛନ୍ତି ।

        ତେଣୁ ସେହି ମହାନ ଜନନାୟକ ସୁସ୍ଥ, ନିର୍ମଳ, ଭାବମୂର୍ତ୍ତି ସଂପର୍ଣ୍ଣ, ସୁଦକ୍ଷ, ଓଡିଶାବାସୀଙ୍କ ହୃଦୟର ଅତି ପ୍ରିୟ ନେତା, ୫ମ ଥରର ସଫଳ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଶାର ଅଗଣିତ ଭଉଣୀମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜଣାଉଅଛୁ ।

ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା ଓ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking