ରାଉରକେଲା : ଲାଠିକଟା ବ୍ଲକ ଅନ୍ତର୍ଗତ ଅଟାଘାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୋଷାକ ବଂଟନ କରା ଯାଇଥିଲା । ଉକ୍ତ ପୋଷାକ ବିତରଣ ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପରିଡ଼ା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟବାନ ଉପଦେଶ ମାନ ଦେଇଥିଲେ । ବିଦ୍ୟାଳୟର ୧୩୦ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା, ମୌଜା ଓ ସ୍ୱେଟର ବିତରଣ କରାଯାଇଥିଲା । ଏହି ବିତରଣ ଉତ୍ସବରେ ବିଦ୍ୟାଳୟର ଶିକ୍ଷୟତ୍ରୀ ବୈଜୟନ୍ତୀ ମାଳା କର, କୁସୁମ କୁମାରୀ ସାହୁ, ପୁଷ୍ପଲତା ମାହାନ୍ତ, ଗଙ୍ଗାଧର ନାୟକ, କାମିନୀ ଭଂଜ ଓ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦଶରଥ ଭୂମିଜ ଏବଂ ଅନ୍ୟ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ ।