20.1 C
Bhubaneswar
Wednesday, January 8, 2025
Homeବ୍ରେକୀଙ୍ଗଜଳୁଛି ଶିମିଳିପାଳ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି

ଜଳୁଛି ଶିମିଳିପାଳ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି

ଭୁବନେଶ୍ୱର: ଗତ ୧୦ ଦିନ ହେଲା ଜଳୁଛି ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ନେଇ ସକ୍ରିୟ ହୋଇଉଠିଛନ୍ତି ରାଜ୍ୟ ସରକାର। ଅନୁଧ୍ୟାନ ପାଇଁ ଶିମିଳିପାଳ ଯାଉଛନ୍ତି ୱାଇଲ୍ଡ ଲାଇଫ ପିସିସିଏଫ୍। ନିଆଁ କେମିତି ଲାଗିଛି, କାହିଁକି ଲାଗିଲା, ୱାଇଲ୍‌ଡ ଲାଇଫ୍‌ ପିସିସିଏଫ ତାହା ଅନୁଧ୍ୟାନ କରିବେ। ଏନେଇ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଆସନ୍ତକାଲି ଜଙ୍ଗଲ ଓ ପରିବେଶ ବିଭାଗକୁ ପିସିସିଏଫ୍‌ ରିପୋର୍ଟ ଦେବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲେ ଲାଗିଛି ନିଆଁ। କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା, ଶରତ, ପୋଡ଼ାଡ଼ିହା, ଉଦଳା, କପ୍ତିପଦା ଆଦି ଜଙ୍ଗଲ ଜଳୁଛି। ଜଙ୍ଗଲରେ ଥିବା ପଶୁପକ୍ଷୀ ତଥା ମୂଲ୍ୟବାନ ବୃକ୍ଷ ପ୍ରତି ବିପଦ ସୃଷ୍ଟି ହୋଇଛି। ତେବେ ନିଆଁ ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି। ଗ୍ରୀଷ୍ମପ୍ରବାହ ତଥା ସ୍ଥାନୀୟ ଲୋକଙ୍କର ଅସାବଧାନତା ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଇଛି। ଶିମିଳିପାଳରେ ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ।

ତେବେ ବର୍ତମାନ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ୧ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ । ୮ ଶହ ବନ କର୍ମଚାରୀ ଓ ୨୫୦ ଜଙ୍ଗଲ ଜଗୁଆଳି ନିୟୋଜିତ ହୋଇଛନ୍ତି । ୪୦ଟି ଅଗ୍ନିଶମ ଗାଡି, ୨୪୦ ବ୍ଲୋୟର ମେସିନ ମଧ୍ୟ ନିୟୋଜିକ ହୋଇଛନ୍ତି । ଏନେଇ ଶିମିଳିପାଳ ଉପ ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking