16.1 C
Bhubaneswar
Saturday, January 11, 2025
Homeଓଡିଶାମେ ୧ରୁ ଓବିସି ସର୍ଭେ

ମେ ୧ରୁ ଓବିସି ସର୍ଭେ

ଭୁବନେଶ୍ୱର : ରାଜ୍ୟରେ ପଛୁଆବର୍ଗ(ଓବିସି)ଙ୍କ ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷାଗତ ସ୍ଥିତି ପରଖିବା ପାଇଁ ନିକଟରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିସନ(ଓଏସ୍‌ସିବିସି)ଙ୍କୁ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ପ୍ରସ୍ତାବକୁ ଅନୁମୋଦନ ପରେ କମିଶନ ମଧ୍ୟ ତତ୍ପର ହୋଇଉଠିଛନ୍ତି । ଆଜି ପ୍ରଥମ କରି କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌(ଅବସରପ୍ରାପ୍ତ) ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ତୋଷାଳି ଭବନସ୍ଥିତ କାର୍ଯ୍ୟାଳୟରେ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ମେ ପହିଲାରୁ ରାଜ୍ୟବ୍ୟାପୀ ପଛୁଆବର୍ଗଙ୍କ ସର୍ଭେ ଆରମ୍ଭହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟର ପଛୁଆବର୍ଗଙ୍କ ବର୍ତ୍ତମାନର ସ୍ଥିତି ଯାଞ୍ଚ କରି ଏକ ସ୍ୱତନ୍ତ୍ର ଡାଟାବେସ୍ ପ୍ରସ୍ତୁତ କରିବେ କମିଶନ । ଏବଂ ଏହାକୁ ଚୂଡ଼ାନ୍ତ କରି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ । ଏହି ପ୍ରକ୍ରିୟା ଏବେ ମେ ୧ରୁ ଆରମ୍ଭ ହେବାକୁ ଯାଉଛି । ଯାହାକି ମେ ୨୦ ତାରିଖ ଯାଏଁ ଚାଲିବ । ସର୍ଭେ ସରିବା ପରେ ଜୁନ୍ ପହିଲାରେ ପଛୁଆବର୍ଗଙ୍କ ପ୍ରଥମ ଚିଠା ତାଲିକା ପ୍ରକାଶ କରିବେ କମିଶନ । ଏହି ଚିଠା ଉପରେ ଜୁନ୍ ୧ରୁ ୫ ପର୍ଯ୍ୟନ୍ତ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି ହେବ । ପରେ ୧୧ ଜୁନରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବାର ଯୋଜନା ରହିଛି । ଏପରିକି ସର୍ଭେର ସବୁ ତଥ୍ୟ ଡିଜିଟାଇଜେସନ୍ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବା ପାଇଁ ଖୁବଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନ୍ୟ ସଚିବମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଏହାପରେ ଜିଲ୍ଲାପାଳମାନଙ୍କୁ ନେଇ ବୈଠକ ଓ ସର୍ଭେ ଫର୍ମ ଚୂଡାନ୍ତ ହେବା ସହ ଟ୍ରେନିଂ ଦିଆଯିବ ବୋଲି କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking