19.1 C
Bhubaneswar
Friday, January 10, 2025
Homeଓଡିଶାଶାଶୂ ବୋହୂ ମାଳି ଖଣି ଖନନକୁ ବିରୋଧ, କଞ୍ଜାକଣାରେ ଆଦିବାସୀ ମେଳି

ଶାଶୂ ବୋହୂ ମାଳି ଖଣି ଖନନକୁ ବିରୋଧ, କଞ୍ଜାକଣାରେ ଆଦିବାସୀ ମେଳି

ରାୟଗଡ଼ା : କଂସାରିଗୁଡା ପରେ ଏବେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ଥିବା ଶାଶୂବୋହୂମାଳି ପାହାଡ଼ରୁ ବକ୍ସାଇଟ୍ ଖଣି ଉତ୍ତୋଳନକୁ ନେଇ ଉଠିଛି ବିବାଦ । ଖଣି ନେବାପରେ ଅଞ୍ଚଳର ଉନ୍ନୟନ ଭୁଲିଯାଉଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଏଭଳି ଅଭିଯୋଗ କରି ସ୍ଥାନୀୟ ଆଞ୍ଚଳରେ ଖଣିଖନନକୁ ବିରୋଧ ଜାରି ରହିଛି । ବିଭିନ୍ନ ସମୟରେ ଖଣି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ସୃଷ୍ଟିହୋଇଛି । ବର୍ତ୍ତମାନସୁଦ୍ଧା ସ୍ଥିତି ନିୟନ୍ତ୍ରଣ ରହିଥିବାବେଳେ ଯେକୌଣସି ମୁହୂର୍ତ୍ତରେ ଆଇନଶୃଙ୍ଖଳା ପିରିସ୍ଥିତି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଶାଶୂବୋହୂ ମାଳି ପାହାଡ଼ରୁ ବସ୍କାଇଟ୍ ଖଣି ଉତ୍ତୋଳନ ପାଇଁ ଓଡ଼ିଶା ମାଇନିଂ କର୍ପୋରେସନ୍ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ବେଳେ ପାହାଡ଼ରେ ବକ୍ସାଇଟର ପରିମାଣ ନେଇ ପରୀକ୍ଷା ଶେଷହୋଇଛି । ଆଉ ବିଶେଷ ଭାବେ ପ୍ରଭାବିତ କଞ୍ଜାକଣାରେ ଖଣି ଖନନ ପୂର୍ବରୁ ଗ୍ରାମରେ ଓଏମ୍‌ସି ପକ୍ଷରୁ ଲୋକଙ୍କୁ ଟ୍ୟାଙ୍କର୍ ଯୋଗେ ପିଇବା ପାଣି ଓ ଷ୍ଟ୍ରୀଟ୍‌ଲାଇଟ୍‌ର ବ୍ୟବସ୍ଥା କରାଯାଇଛି । ହେଲେ ବକ୍ସାଇଟ୍ ଉତ୍ତୋଳନ ପୂର୍ବରୁ ଆରମ୍ଭ ହୋଇଛି ବିରୋଧାଭାଷ । କାରଖାନା ପ୍ରତିଷ୍ଠା ବିନା କୌଣସି ପରିସ୍ଥିତିରେ ଖଣି ଉତ୍ତୋଳନ କରିବାକୁ ସୁଯୋଗ ଦିଆଯିବନି ବୋଲି ୬ଟି ପଞ୍ଚାୟତର ପ୍ରାୟ ୨୪ଟି ଖଣି ପ୍ରଭାବିତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଆଉ ଏଥିପାଇଁ ସୋମବାର କଞ୍ଜକଣା ଗ୍ରାମର ସର୍ଗିବଣରେ ଆୟୋଜିତ ହୋଇଛି ବିଶାଳ ଆଦିବାସୀ ମେଳି ।

ଏଥିରେ ପ୍ରଭାବିତ ୨୪ ଖଣ୍ଡ ଗ୍ରାମର ଲୋକେ ଯୋଗ ଦେଇଛନ୍ତି । ଶାଶୂବୋହୂ ମାଳି ସୁରକ୍ଷା ମଞ୍ଚର ଡାକରାରେ ଆୟୋଜିତ ଆଦିବାସୀ ମେଳିରେ ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦିଆଯାଇଛି । ପ୍ରଶାସନ ଗାଁ ଗାଁ ବୁଲି ଲୋକଙ୍କ ମତଗ୍ରହଣ କରିବା ପାଇଁ ଦାବି କରାଯାଇଛି । ବିନା ଗ୍ରାମସଭା ଓ ପଲ୍ଲୀସଭାରେ ଖଣି ଉତ୍ତୋଳନ ପାଇଁ ଯେଉଁ ଚକ୍ରାନ୍ତ ଚାଲିଛି, ତାକୁ ସଫଳ ହେବାପାଇଁ କେବେ ହେଲେ ଦିଆଯିବ ନାହିଁ ବୋଲି ସୁରକ୍ଷା ମଞ୍ଚର ସଦସ୍ୟ କାଳିନ୍ଦୀଚରଣ ନାୟକ ଓ ଅଷ୍ଟମଣି ନାୟକ କହିଛନ୍ତି । ଶାଶୂବୋହୂ ମାଳି ପାହାଡ଼ରୁ ଖଣି ଉତ୍ତୋଳନ ହେବା ଦ୍ୱାରା ସିରିପାଇ, ଗୁଡିବାଲି, ମାଣ୍ଡିବିଶି, ଖୁରିଗାଁ, ରେଙ୍ଗା, କାଶୀପୁର ଓ ଗରଖପୁର ପଞ୍ଚାୟତର ପ୍ରାୟ ୨୪ ଖଣ୍ଡ ଗାଁ ପ୍ରଭାବିତ ହେବ । ଏଣୁ କାରଖାନା ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦେବା ପରେ ହିଁ ଖଣି ଖନନ କରିବା ପାଇଁ ସୁଯୋଗ ଦିଆଯିବ ବୋଲି ସୁରକ୍ଷାମଞ୍ଚ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking