ରାଉରକେଲା : ରାଉରକେଲା ବିମାନ ଘାଟିରୁ ଖୁବ ଶୀଘ୍ର ବିମାନ ଉଡିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବ୍ୟୁରୋ ଅଫ ସିଭିଲ ଆଭିଏସନ ଡିଜି ଉଷା ପାଢୀ । ଆଜି ଡିଜି ଓ ତାଙ୍କ ଟିମ୍ ରାଉରାକେଲା ବିମାନ ଘାଟି ପରିଦର୍ଶନ କରିବା ପରେ ଏହା ଆଶା କରାଯାଉଛି । ତେବେ ଆସନ୍ତା ଦେଢ ବର୍ଷ ମଧ୍ୟରେ ଏୟାର ପୋର୍ଟ କାମ ସରିବ ବୋଲି କୁହାଯାଇଛି । ଏହାସହ ରନୱେର ସମ୍ପ୍ରସାରଣ ସାଙ୍ଗକୁ ଅନ୍ୟ ବ୍ୟବସ୍ଥା ମଧ୍ୟ କରାଯିବ । ଏହି ବିମାନ ବନ୍ଦର ତିଆରି ହେବା ପ୍ରସଙ୍ଗକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ବସିିଥିଲା । ଏଥିରେ ଆରଏସପି ସିଇଓ ଓ ବିଭିନ୍ନ ଘରୋଇ ଏୟାର ଲାଇନ୍ସ , ରାଉରକେଲା ଜିଲ୍ଲା ପ୍ରଶାସନଙ୍କ ସମେତ ଏସଆଇର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ଏହି ବୈଠକରେ ଏକ ଯୋଜନା ପ୍ରସ୍ତୁତି ହୋଇଥିଲା । ଏୟରପୋର୍ଟକୁ ଟୁ ସି ଲାଇସେନ୍ସ ଭୁକ୍ତ କରାଯାଇ କିପରି ଏଟିଆର ୭୨ ସିଟର ବିମାନ ଚାଲିପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।