29.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗପାଣି ପିଇ କମାନ୍ତୁ ଓଜନ

ପାଣି ପିଇ କମାନ୍ତୁ ଓଜନ

ନୂଆଦିଲ୍ଲୀ: ହାଇଡ୍ରେଟ ରହିବା ସୁନ୍ଦର ସ୍ୱାସ୍ଥ୍ୟ କରିବା ପାଇଁ ସବୁଠୁ ପ୍ରଭାବଶାଳୀ ଉପାୟ ବୋଲି କୁହାଯାଏ । ପର୍ଯ୍ୟାପ୍ତ ମାତ୍ରାରେ ତରଳ ପଦାର୍ଥ, ବିଶେଷ ଭାବରେ ପାଣି ପିଇବା, ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ । ହେଲେ ଆପଣ ଜାଣିଛନ୍ତି କି , ପିଇବା ପାଣି ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ସବୁବେଳେ ଆମକୁ ଗୋଟିଏ ପରାମର୍ଶ ମିଳିଥାଏ, ଯେ, ଯେତେବେଳେ ଓଜନ ହ୍ରାସ କରିବା କଥା ଆସେ ସମସ୍ତେ ପାଣି ପିଇବା ପାଇଁ କହିଥାନ୍ତି । ଏଥିପାଇଁ ସବୁବେଳେ ହାଇଡ୍ରେଟ ରହିବା ଏବଂ ବହୁତ ପାଣି ପିଇବାକୁ ପଡିଥାଏ । ହେଲେ ବାସ୍ତବରେ ଏହା ହାଇଡ୍ରେଟ ଓ ସୁସ୍ଥ ରହିବା ପାଇଁ ସବୁଠୁ ସରଳ ଓ ଉତ୍ତମ ଉପାୟ ଅଟେ । ପାଣି ଶତ ପ୍ରତିଶତ କ୍ୟାଲୋରୀ ମୁକ୍ତ ।
ଅନେକ ଗବଷେଣାରୁ ଜଣାପଡିଛି ଯେ, ପାଣି ପିଇବା ଦ୍ୱାରା ବହୁତ ଫାଇଦା ମଧ୍ୟ ହୋଇଥାଏ । କେବଳ ପାଣି ପିଇବା ସହ ଡାଏଟରୀ ଡ୍ରିଙ୍କସ ପରିବର୍ତନ କରିବା ଦ୍ୱାରା ଓଜନ ହ୍ରାସ କରାଯାଇପାରେ । ଏହା ବ୍ୟତୀତ କୋଲେଷ୍ଟ୍ରୋଲ ସ୍ତରରେ ବି ସୁଧାର ଅଣାଯାଇପାରେ ।
ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଦ୍ୱାରା କ୍ୟାଲୋରୀ ହ୍ରାସ ହୋଇଥାଏ । ଶୋଷ ଲାଗୁ କି ନ ଲାଗୁ ପ୍ରତି ଅଧଘଣ୍ଟାରେ ଆମକୁ ପାଣି ପିଇବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking