29.1 C
Bhubaneswar
Sunday, November 17, 2024
Homeକର୍ପୋରେଟ୍ଉର୍ଜାର ନୂଆ ପ୍ରବେଶ ଦ୍ୱାର ହେବ ପୂର୍ବ ଭାରତ - ଧର୍ମେନ୍ଦ୍ର ପ୍ରଧାନ

ଉର୍ଜାର ନୂଆ ପ୍ରବେଶ ଦ୍ୱାର ହେବ ପୂର୍ବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

ଉର୍ଜାର ନୂଆ ପ୍ରବେଶ ଦ୍ୱାର ହେବ ପୂର୍ବ ଭାରତ – ଧର୍ମେନ୍ଦ୍ର ପ୍ରଧାନ
 ହଳଦିଆ ଠାରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଓ ବିଭାଗୀୟ ଶିଳ୍ପ ଅଧିକାରୀଙ୍କ ସହ ସମୀକ୍ଷା
 ହଳଦିଆ ରିଫାଇନାରୀ ପରିଦର୍ଶନ ସହ କର୍ମଚାରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ
 ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରମୁଖ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବାକୁ ପରମର୍ଶ
 ଦେଶର ଉର୍ଜା କ୍ଷେତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ଚାବିକାଠି
 ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କରକମଳରେ ପଶ୍ଚିମବଙ୍ଗରେ ଲୋକାର୍ପିତ ହେବ ୪୭୦୦ କୋଟି
ମୂଲ୍ୟର ୪ଟି ପ୍ରକଳ୍ପ
ପଶ୍ଚିମବଙ୍ଗ/ଭୁବନେଶ୍ୱର, ଫେବୃୟାରୀ ୦୬ – ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତର ପଶ୍ଚିମ
ସମେତ ପୂର୍ବ ଭାରତ ଆଗାମୀ ଦିନରେ ଉର୍ଜା କ୍ଷେତ୍ରର ନୂଆ ପ୍ରବେଶ ଦ୍ୱାର ହେବାକୁ ଯାଉଥିବା ବେଳେ
ପ୍ରାକୃତିକ ଗ୍ୟାସ, ସିବିଜି, ସିବିଏମ, ସିଜିଡ଼ି, ସିନଗ୍ୟାସ ଏବଂ ଏଲଏନଜିର ସମ୍ଭାବନା ପୂର୍ବାଂଚଳର
ବିକାଶରେ ଗେମଚେଞ୍ଜର ହେବ ବୋଲି କହିଛନ୍ତି ତିନିଦନିଆ ପଶ୍ଚିମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ ।
ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ପଶ୍ଚିମବଙ୍ଗର ହଳଦିଆ ଠାରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ
ତରୁଣ କାପୁରଙ୍କ ସହ ବିଭାଗୀୟ ଶିଳ୍ପ ଅଧିକାରୀଙ୍କ ସହ ଶ୍ରୀ ପ୍ରଧାନ ପଶ୍ଚିମବଙ୍ଗରେ ଇଣ୍ଡିଆନ ଅଏଲ,
ବିପିସିଏଲ, ଏଚପିସିଏଲ ଏବଂ ଗେଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର
ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।
ଏହି ଆଲୋଚନା କାଳରେ ଶ୍ରୀ ପ୍ରଧାନ ତୈଳ ଓ ଗ୍ୟାସ ଶିଳ୍ପର ଅଧିକାରୀଙ୍କ ମନୋବଳ ବୃଦ୍ଧି କରିବା ସହ
ନୂଆ ଚିନ୍ତାଧାରା ଏବଂ ଯୋଜନାର ରୂପରେଖ ପ୍ରସ୍ତୁତ କରି ବିକଳ୍ପ ଉର୍ଜା କରିବା ପାଇଁ କହିଥିଲେ । ଏହାସହ
ବର୍ତମାନ କ୍ରିୟାନ୍ୱିତ ହେଉଥିବା ଇଥାନଲ ଉତ୍ପାଦନରେ ବୃଦ୍ଧି, ବାୟୋମାସକୁ ଗୁରୁତ୍ୱ ଓ ସିବିଜି ପ୍ଲାଂଟ୍‌
ପ୍ରତିଷ୍ଠାକୁ ସଦୃଢ଼ କରିବା ଦିଗରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଛନ୍ତି ଦେଶର ଉର୍ଜା
କ୍ଷେତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ଏକ ଚାବିକାଠି । ଏହାସହ ନୂତନ ନିଯୁକ୍ତି
ସୁଯୋଗ ସୃଷ୍ଟି କରିବା ଏବଂ ଅର୍ଥନୀତିକୁ ଗତି ଦେବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରମୁଖ ପ୍ରକଳ୍ପ
ଗୁଡିକର କାର୍ଯ୍ୟକ୍ଷମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହାସହ ଇଣ୍ଡିଆନ ଅଏଲର ବିଶ୍ୱମାନର ଲ୍ୟୁବ୍ ଅଏଲ ବେସ୍ ଷ୍ଟୋକ ହଳଦିଆ ରିଫାଇନାରୀ କମ୍ପଲେକ୍ସ
ପରିଦର୍ଶନ କରିବା ସହ ରିଫାଇନାରୀର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ବାର୍ଷିକ ୮ ମିଲିୟନ
ମେଟ୍ରିକ୍ ଟନ କ୍ଷମତା ବିଶିଷ୍ଟ ହଳଦିଆ ରିଫାଇନାରୀ ପୂର୍ବ ଭାରତରେ ପେଟ୍ରୋଲିୟମ ଉତ୍ପାଦ ଯୋଗାଣ
କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ଏବଂ ଦେଶର ଉର୍ଜା ସୁରକ୍ଷା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର
ଭାରତକୁ ମଜବୁତ୍ କରିବାରେ ସହାୟକ ହେବ ।
ସୂଚନାଯୋଗ୍ୟ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହଳିଦିଆ ଠାରେ ଆୟୋଜିତ ଏକ
ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର
ମୋଟ୍ ୪ ହଜାର ୭୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ
କରିବାର କାର୍ଯ୍ୟକ୍ରମ ରହିଛି । ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ,
ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ) ଦ୍ୱାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ଜାତୀୟ
ରାଜପଥ- ୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍‌-ଫ୍ଲାଏ ଓଭରର
ଲୋକାର୍ପଣ କରିବା ସହ ଭାରତୀୟ ତୈଳ ନିଗମର(ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ୱିତୀୟ
କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking