34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟ ସରକାରଙ୍କ ଦ୍ୱାରା ‘ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ପ୍ରଦାନରେ ବିଳମ୍ବ’ ପ୍ରକଳ୍ପ ପାଇଁ...

ରାଜ୍ୟ ସରକାରଙ୍କ ଦ୍ୱାରା ‘ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ପ୍ରଦାନରେ ବିଳମ୍ବ’ ପ୍ରକଳ୍ପ ପାଇଁ ବାଧକ ସାଜିଛି : ବିଜେପି

 ମୋଦି ସରକାରଙ୍କୁ ବ୍ରିଟିଶ ଶାସନ ସହ ତୁଳନା କରିବା ଏବଂ ଓଡିଶାରୁ ଖଣିଜ ପଦାର୍ଥ ରେଳବାଇ ଯୋଗେ
ଲୁଟି ନେବା ଭଳି ଅଭିଯୋଗ ଅତ୍ୟନ୍ତ ଲଜ୍ଜାଜନକ ଓ ହୀନ ବକ୍ତବ୍ୟ : ଲେଖାଶ୍ରୀ
 ଓଡିଶା ଭଳି ପଛୁଆ ରାଜ୍ୟ ଅଧିକ ଅନୁଦାନ ପାଇବ ସେହି ଦାୟିତ୍ୱ ନିଜ ଉପରକୁ ନେଇଥିବା ବ୍ୟକ୍ତିତ୍ୱ
ହେଉଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି
 ବଜେଟରେ ରେଳ କ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଇଥିବା କହି ବିଜେଡି ନିଜର ରାଜନୈତିକ ସ୍ୱାର୍ଥ
ପାଇଁ ନିଜର ସ୍ଥାଣୁତା ଓ ଅପାରଗତା ଲୁଚାଇ ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ଭଳି ହୀନ
ଉଦ୍ୟମ
 ରେଳ ବିକାଶ ପ୍ରସଙ୍ଗରେ ଯେ କୈାଣସି ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଅଛୁ : ଗୋଲକ ମହାପାତ୍ର
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାରେ ରେଳ ଭିତିଭୁମି, ରେଳ ସଂଯୋଗ
ସ୍ଥାପନା ଏବଂ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । ମୋଦି ସରକାର ଶାସନକୁ ଆସିବା ପୂର୍ବରୁ ଓଡିଶାକୁ ବାର୍ଷିକ ମାତ୍ର ୨୦୦ରୁ
୬୦୦ କୋଟି ଟଙ୍କାର ରେଳ ବଜେଟ ସୀମିତ ରହୁଥିଲା । ମାତ୍ର ୨୦୧୪ ମସିହା ପରେ ପ୍ରତି ବର୍ଷ ୫ ହଜାର, ୬ ହଜାର, ୭ ହଜାର
କୋଟି ଟଙ୍କାର ରେଳ ବଜେଟ ଅନୁଦାନ ରାଜ୍ୟକୁ ମିଳୁଛି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର କ୍ରମାଗତ ଭାବରେ
ସହାୟତା ଯୋଗାଇ ଆସୁଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପରିମାଣ ୫୭୯୫ କୋଟି ଟଙ୍କା ଥିବାବେଳେ ଚଳିତ ୨୦୨୧-
୨୨ ଆର୍ଥିକ ବର୍ଷ ପାଇଁ ଏହି ବଜେଟ ୬୯୯୫ କୋଟି ଟଙ୍କାକୁ ପହଂଚିଛି, ଯାହାକି ନିଶ୍ଚିତ ଭାବେ ଐତିହାସିକ ଏବଂ ସ୍ୱାଗତଯୋଗ୍ୟ । ମାତ୍ର
ହୀନ ରାଜନୈତିକ ସ୍ୱାର୍ଥକୁ ପ୍ରତିପାଦିତ କରିବା ପାଇଁ ଗତ କାଲି ପ୍ରେସ ମିଟ୍ ଜରିଆରେ ଯେଉଁ ଭଳି ଭାବେ ଶାସକ ବିଜେଡି ମାନ୍ୟବର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୋଦି ସରକାରଙ୍କୁ ବ୍ରିଟିଶ ଶାସନ ସହ ତୁଳନା
କରିବା ଏବଂ ଓଡିଶାରୁ ଖଣିଜ ପଦାର୍ଥ ରେଳବାଇ ଯୋଗେ ଲୁଟି ନେବା ଭଳି ଅଭିଯୋଗ ଅତ୍ୟନ୍ତ ଲଜ୍ଜାଜନକ ଓ ହୀନ ବକ୍ତବ୍ୟ ବୋଲି ଆଜି
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡା.ଲେଖାଶ୍ରୀ ସାମନ୍ତସିଂହାର ଭର୍ତ୍ସନା କରି କହିଛନ୍ତି ।
୯୧ ପ୍ରତିଶତ ଓଡିଶାବାସୀ ମୋଦି ଏବଂ ତାଙ୍କ କାର୍ଯ୍ୟଶୈଳୀକୁ ଭଲ ପାଉଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ ଓଡିଶା ପ୍ରତି ତାଙ୍କ
ଦାୟୀତ୍ୱକୁ ନିଷ୍ଠାର ସହ ପାଳନ କରିଛନ୍ତି । ଦେଶର ସର୍ବାଙ୍ଗୀନ ବିକାଶ ପାଇଁ କେମିତି ଓଡିଶା ଭଳି ପଛୁଆ ରାଜ୍ୟ ଅଧିକ ଅନୁଦାନ ପାଇବ
ସେହି ଦାୟିତ୍ୱ ନିଜ ଉପରକୁ ନେଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କୁ ବିଜୁ ଜନତା ଦଳ ଯେଉଁ ଅପମାନ
କରିଛନ୍ତି ତାକୁ ଆମେ ନିନ୍ଦା କରୁଛୁ ବୋଲି ଡା.ସାମନ୍ତସିଂହାର କହିଛନ୍ତି ।
ସଂଘୀୟ ବ୍ୟବସ୍ଥାରେ ଯେଉଁ ରାଜ୍ୟ ଯେତିକି ଯୋଗଦାନ କରିପାରିବ ସେମାନେ କରନ୍ତି ଏବଂ ରାଜ୍ୟକୁ ଯାହା ଯାହା ଆବଶ୍ୟକ
ଥାଏ, ସେହି ହିସାବରେ କେନ୍ଦ୍ର ସରକାର ତାଙ୍କୁ ତାହା ଦିଅନ୍ତି । ବିଜୁ ଜନତା ଦଳ ଭାରତ ବର୍ଷର ମହାନ ସଂଘୀୟ ବ୍ୟବସ୍ଥାକୁ ବୁଝି ଏଠି
ଞ୍ଛଦୋକାନ୍ ଖାତା‛ ଭଳି ‘କେତେ ଦେଲୁ କେତେ ପାଇଲୁ’ ତାର ହିସାବ କରୁଛନ୍ତି ବୋଲି ଡା.ଲେଖାଶ୍ରୀ କହିଛନ୍ତି ।
ମୋଦି ସରକାର ନିଜ ଦାୟିତ୍ୱ ବୁଝି ଓଡିଶା ମାଗିବା ଆଗରୁ ସବୁପ୍ରକାର ସହାୟତା ଓ ଅନୁଦାନ ବିଭିନ୍ନ ସମୟରେ ଦେବା ପାଇଁ
ପ୍ରତିଶୃତିବଦ୍ଧ । କେନ୍ଦ୍ରରୁ ମିଳିଥିବା ଡିଏମଏଫ ଫଣ୍ଡ୍‌ର ମାତ୍ର ସାତ ଭାଗରୁ ୧ ଭାଗ ଓଡିଶା ସରକାର ଖର୍ଚ୍ଚ କରିପାରିଛନ୍ତି । ସେହିଭଳି ରାଜ୍ୟର ନବୀନ ପଟ୍ଟନାୟକ ସରକାର ପ୍ରାକୃତିକ ଓ ଖଣିଜ ସମ୍ପଦାକୁ ଲୁଟିବାରେ ଏବଂ ଐତିହକୁ ନଷ୍ଟ କରିବାରେ ଲାଗିଛନ୍ତି । ହଜାର ବର୍ଷର ଐତିହ୍ୟ
ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ ସୌନ୍ଦଯ୍ୟକରଣ ନାଁରେ ଓ ବିନା ଇଝଓ ଅନୁମତିରେ ଖୋଲାଖୋଲି ଆଇନ ଉଲ୍ଲଂଘନ କରି ନବୀନ ସରକାର
ରାତିଅଧିଆ ବୁଲଡୋଜର ଲଗାଇ ଅନେକ ମହତ୍ୱପୂର୍ଣ୍ଣ ମନ୍ଦିର ଭାଙ୍ଗି ତାର ଅବଶିଷ୍ଟାଂଶକୁ କବାଡି ବାଲାଙ୍କୁ ବିକ୍ରି କରିଛନ୍ତି । ଏଭଳି ହିନ୍ଦୁ
ପରମ୍ପରା, ମଠ, ମନ୍ଦିର ଏବଂ ସଂସ୍କୃତିର ଲୁଣ୍ଠନ କରୁଥିବା ଜବନମାନଙ୍କୁ ଓଡିଆରେ ଗୋଟିଏ ନାଁରେ ଡକାଯାଏ, ତା ହେଲା
‘କଳାପାହାଡ’ । ନବୀନ ସରକାର କଳାପାହାଡ ସାଜି ଆମର ହଜାର ହଜାର ବର୍ଷର ଐତିହ୍ୟ ପରମ୍ପରାକୁ ଖୋଲାଖୋଲି ଲୁଟୁଛନ୍ତି ବୋଲି
ଡା.ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କର ବଢୁଥିବା ଲୋକପ୍ରିୟତାରେ ଭୟଭୀତ ଓ ଇର୍ଷାନ୍ନୀତ ହୋଇ ତାଙ୍କୁ ଅଶାଳୀନ
ଭାଷାରେ ଗାଳି ନକରି ବରଂ ବିଜେଡି ସରକାର ରାଜ୍ୟର ଐତିହ୍ୟ ଓ ପରମ୍ପରାର ସରକ୍ଷଣରେ ଲାଗୁ ବୋଲି ଡା. ସାମନ୍ତସିଂହାର କହିଛନ୍ତି ।
ବଜେଟରେ ରେଳ କ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଇଥିବା କହି ବିଜେଡି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ନିଜର ସ୍ଥାଣୁତା
ଓ ଅପାରଗତା ଲୁଚାଇ ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ଭଳି ହୀନ ଉଦ୍ୟମ କରୁଛି । ରେଳମନ୍ତ୍ରୀ ପିୟୂଷ ଗୋଏଲ ୧୫ ଜୁନ
୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଓଡିଶାରେ ରେଳ ପ୍ରକଳ୍ପ ଆଗକୁ ନଯିବା ମାମଲାରେ ଉଠାଇଥିବା ପ୍ରସଙ୍ଗ
ଗୁଡିକ ଉଠାଇଥିଲେ । ଜମି ଅଧିଗ୍ରହଣ, ଆଇନ ବିଶୃଙ୍ଖଳା ଏବଂ ଜଙ୍ଗଲ ବିଭାଗ ଅନୁମତି ସମସ୍ୟା ନେଇ ପତ୍ରରେ ଉଲ୍ଲେଖ କରିବା ସହ
ରେଳ କାମର ଅଗ୍ରଗତି ହେଉନଥିବା କହିଥିଲେ ରେଳମନ୍ତ୍ରୀ । ଏ ସମ୍ପର୍କରେ ରାଜ୍ୟ ସରକାର ଦୃଷ୍ଟି ଟିକେ ଦିଅନ୍ତୁ । କେବଳ କେନ୍ଦ୍ର
ଅବହେଳା କଥା କହି ରାଜ୍ୟ ସରକାର ନିଜ ଦାୟୀତ୍ୱରୁ ନ ଓହରିବାକୁ କହିବା ସହ ରେଳ ବିକାଶ ପ୍ରସଙ୍ଗରେ ଯେ କୈାଣସି ଖୋଲା ବିତର୍କ
ପାଇଁ ପ୍ରସ୍ତୁତ ଅଛୁ ବୋଲି ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର ସୁଚନା ଦେଇ କହିଛନ୍ତି ଯେ, ୨୮୯ କିଲୋମିଟର ଖୋର୍ଦ୍ଧାରୋଡ “ ବଲାଙ୍ଗୀର ୩୭୯୧ କୋଟି ଟଙ୍କାର ପ୍ରକଳ୍ପ
ପାଇଁ ଚଳିତ ବଜେଟ୍‌ରେ ୧୦୦୦ କୋଟିର ବ୍ୟବସ୍ଥା କରାଯାଇଛି । ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ପ୍ରଦାନରେ ରାଜ୍ୟ ସରକାର
ବିଳମ୍ବ କରିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ୯୮.୭ କିଲୋମିଟର ଅନୁଗୁଳ “ ସୁକିନ୍ଦାରୋଡ ବ୍ରଡ ଗଜ୍ ପାଇଁ ଚଳିତ
ବଜେଟରେ ୪୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାର ଜମି ଅଧିଗ୍ରହଣରେ ବିଳମ୍ବତା, ୨୦୦୬ ମସିହା ଆରଆର ପଲିସି
ଆଧାରରେ କାର୍ଯ୍ୟ ଅସମାପ୍ତ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ପ୍ରଶାସନିକ ସମସ୍ୟା କାର୍ଯ୍ୟକୁ ବିଳମ୍ବିତ କରିଛି । ୧୫୦
କିଲୋମିଟର ଦୀର୍ଘ ୧୯୨୮ କୋଟି ଟଙ୍କାର ତାଳଚେର “ ବିମଳାଗଡ ନୂତନ ରେଳ ଲାଇନ୍ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି
ହସ୍ତାନ୍ତର, ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ପ୍ରଦାନ କରିବାରେ ରାଜ୍ୟ ସରକାର ବିଳମ୍ବ କରିଛନ୍ତି । ୧୫୭୯ କୋଟିର ସମ୍ବଲପୁର “
ତାଳଚେର ୧୭୪ କିଲୋମିଟର ଦୋହରୀକରଣ ପ୍ରକଳ୍ପ ପାଇଁ ଚଳିତ ରେଳ ବଜେଟରେ ୧୭୩.୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା
ବେଳେ ରାଜ୍ୟ ସରକାର ଜମି ଯୋଗାଇ ଦେବା ଓ ପରିବେଶ ମଞ୍ଜୁରୀରେ ଅହେତୁକ ବିଳମ୍ବ ପ୍ରକଳ୍ପ ଆଗେଇବାରେ ସବୁଠୁ ବଡ ସମସ୍ୟା
ସୃଷ୍ଟି କରିଛି । ୧୧୭୩ କୋଟିର ରାଜଆଠଗଡ ଦେଇ ବୁଢାପଙ୍କ ଏବଂ ସାଲେ ଗାଁ ତୃତୀୟ ଓ ଚତୁର୍ଥ ଲାଇନ ସମ୍ପ୍ରସାରଣ ୧୭୦
କିଲୋମିଟର ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୨୧୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି
ଅଧିଗ୍ରହଣ କାର୍ଯ୍ୟ ଓ ଜଙ୍ଗଲ ନିୟମ ଅନୁମତିରେ ଅହେତୁକ ବିଳମ୍ବ କରି ଆସିଛନ୍ତି । ୮୧୦ କୋଟି ଝାରପଢା “ ବୁଢାପଙ୍କ ମଧ୍ୟରେ ତୃତୀୟ
ଓ ଚତୁର୍ଥ ଲାଇନ ଓ ତାଳଚେରରେ ଫ୍ଲାଏଓଭର ବ୍ରିଜ ପାଇଁ ୧୦୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାଜ୍ୟ ସରକାର ଜମି ଅଧିଗ୍ରହଣ
ଓ ପରିବେଶ ମଞ୍ଜୁରୀ ପ୍ରଦାନରେ ବିଳମ୍ବ ପ୍ରକଳ୍ପ ପାଇଁ ବାଧକ ସାଜିଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ସମାଧାନ ପାଇଁ କଣ
ପଦକ୍ଷେପ ନେଇଛନ୍ତି ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ କଣ ଉତର ରେଳମନ୍ତ୍ରୀଙ୍କୁ ଦେଇଛନ୍ତି ତାହା ସର୍ବସାଧାରଣଙ୍କୁ ଜଣାନାହିଁ । ଏହାର ଉତର ରାଜ୍ୟ
ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking