ଭୁବନେଶ୍ୱର: ଅନେକଥର ଆମେ ଖାଲି ପେଟରେ କିଛି ବି ଖାଇଦେଉ । ଏହା ମଧ୍ୟ ଭାବି ନଥାଉ ଯେ, ଏହାର ପ୍ରଭାବ ଆମ ଉପରେ କଣ ପଡିବ । କିଛି ଖାଦ୍ୟ ଖାଲି ପେଟରେ ଖାଇବା ଦ୍ୱାରା ଆମର ଉପକାର କରିଥିବା ବେଳେ ଆଉ କିଛି ଅପକାର ମଧ୍ୟ କରିଥାଏ । ତାହେଲେ ଚାଲନ୍ତୁ ଜାଣିବା, ସେହି ଜିନିଷ ବିଷୟରେ ଯାହାକୁ ଖାଲି ପେଟରେ ଖାଆନ୍ତି ଅନୁଚିତ ।
ଖଟା ଫଳ
ଫଳ ତ ଶରୀର ପାଇଁ ଲାଭଦାୟକ ହୋଇଥାଏ । ହେଲେ ଅଙ୍ଗୁର, ଲେମ୍ବୁ, କମଳା, ଡାଳିମ୍ବ ଭଳି ଫଳକୁ ଖାଲିପେଟରେ ଖାଇବା କଥା ନୁହେଁ । ଖଟା ଫଳରେ ଭିଟାମିନ ସି, ଫ୍ରକ୍ଟୋଜ ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ସେଥିପାଇଁ ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ସମସ୍ୟା ହୋଇଥାଏ ।
ଚା-କଫି
ସାଧାରଣତଃ ଲୋକେ ସେମାନଙ୍କ ସକାଳ ଆରମ୍ଭ ଚା କିମ୍ବା କଫିରୁ କରିଥାନ୍ତି । ସେମାନେ ଭାବିଥାନ୍ତି ଯେ, ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ମାତ୍ର ଖାଲି ପେଟରେ ଚା କିମ୍ବା କଫି ପିଇଲେ ଆପଣ ହଇରାଣରେ ପଡିପାରନ୍ତି । କାରଣ ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ଏସିଡିଟି ଭଳି ସମସ୍ୟା ଦେଖାଦେଇଥାଏ ।
କନ୍ଦମୂଳ-
କନ୍ଦମୂଳ ଖାଲି ପେଟରେ ଖାଇବା ଉଚିତ ନୁହେଁ । ଏଥିରେ ଟ୍ୟାନିନ ଓ ପ୍ୟାକଟିନ ହୋଇଥାଏ । ଖାଲିପେଟରେ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ ଏସିଡ ଭଳି ସମସ୍ୟା ହୋଇଥାଏ । ଯାହାଦ୍ୱାରା ପେଟରେ ଯନ୍ତ୍ରଣା ଓ ଛାତିରେ ଜ୍ୱଳନ ହୋଇଥାଏ ।
ମସଲାଯୁକ୍ତ ଖାଦ୍ୟ
ଖାଲି ପେଟରେ କେବେ ବି ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ । ମସଲାରେ ନ୍ୟାଚୁରାଲ ଏସିଡ ରହିଥାଏ । ଯାହା ହଜମକ୍ରିୟାକୁ ବିଗାଡି ଦିଏ । ଫଳରେ ପେଟ କାଟିବା, ଜ୍ୱଳନ ଭଳି ଅସୁବିଧା ହୋଇଥାଏ ।
କଦଳୀ
କଦଳୀ ମଧ୍ୟ କେବେ ବି ଖାଲି ପେଟରେ ଖାଇବା ଉଚିତ ନୁହେଁ । ଏହାଦ୍ୱାରା ଶରୀରରେ ମ୍ୟାଗ୍ନେସିୟମ ମାତ୍ରା ଅନେକ ମାତ୍ରାରେ ବଢିଯାଏ । କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ମାତ୍ରାରେ ଅସନ୍ତୁଳନ ପରିଲକ୍ଷିତ ହୁଏ ।
ସୋଡା
ଖାଲି ପେଟରେ କେବେ ସୋଡା ମଧ୍ୟ ନବା କଥା ନୁହେଁ । କାରଣ ଏଥିରେ ଅନେକ ମାତ୍ରାରେ କାର୍ବୋନେଟ ଏସିଡ ରହିଥାଏ ।
ଟମାଟ
ଟମାଟ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ମାତ୍ର ଖାଲି ପେଟରେ ଏହା ଖାଇବା ଉଚିତ ନୁହେଁ । ଏସିଡିକ କାରଣରୁ ପେଟ ପାଇଁ ଏହା ଅହିତକର ହୋଇଥାଏ ।