14.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି

ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ଅନୁଦାନ ନେଇ ରେଲୱେ ସୂଚନା ପ୍ରଦାନ କରିଛି । ଓଡିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଅନୁଦାନ ଦିଆଯ୍ଧବଥିବା କହିଛି ରେଲୱେ । ଗତବର୍ଷ ଅପେକ୍ଷା ଚଳିତବର୍ଷ ୬୦ ପ୍ରତିଶତ ଅଧିକ ଅନୁଦାନ ମିଳିଥିବା ସୂଚନା ଦିଆଯାଇଛି । ଗତବର୍ଷ ଓଡିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ମିଳିଥିଲା ।
ଅନ୍ୟପଟେ ରେଳ ବଜେଟରେ ଓଡିଶାରେ ଚାଲିଥିବା କାମ ସାରିବାକୁ ଗୁରୁତ୍ୱ ଦିଆଯିବ । ଆଧୁନିକୀକରଣ ଓ ସୁରକ୍ଷାକୁ ମଧ୍ୟ ରେଳ ବଜେଟରେ ଗୁରୁତ୍ୱାରୋପ କରାଯାଇଛି । ନୂଆ ଲାଇନ ପାଇଁ ୧୫୫୩ କୋଟି, ଡବଲିଂ ପାଇଁ ୧୭୦୨ କୋଟି, ଲେବଲ କ୍ରସିଂ ପାଇଁ ୧୮ କୋଟି, ଟ୍ରାକ ନବୀକରଣ ପାଇଁ ୪୦୨ କୋଟି, ସେତୁ ପାଇଁ ୩୮.୫ କୋଟି, ବିଦ୍ୟୁତକରଣ ପାଇଁ ୧୭୩ କୋଟି, ଯାତ୍ରୀ ସୁବିଧା ପାଇଁ ୩ ଶହ କୋଟି, ସିଗ୍ନାଲ ପାଇଁ ୬୯ କୋଟି ବ୍ୟବସ୍ଥା କରାଯାଇଛି ।
ସେହିଭଳି ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ଲାଇନ ପାଇଁ ସର୍ବାଧିକ ଅନୁଦାନ ମିଳିଛି । ଖୋର୍ଦ୍ଧା-ବଲାଙ୍ଗୀର ଲାଇନ ପାଇଁ ସର୍ବାଧିକ ୧ ହଜାର କୋଟି ୫୦ ଲକ୍ଷ ଅନୁଦାନ ହୋଇଛି । ଅନୁଗୁଳ-ସୁକିନ୍ଦା ପାଇଁ ୪ ଶହ କୋଟି, ନାରାୟଣଗଡ-ଭଦ୍ରକ ପାଇଁ ୨୨୫ କୋଟି, ହରିଦାସପୁର-ପାରାଦୀପ ଲାଇନ ପାଇଁ ୧ ଶହ କୋଟି ଅନୁଦାନ ହୋଇଛି । ସେହିଭଳି ଜୟପୁର-ମାଲକାନଗିରିକୁ ୨୮, ଜୟପୁର-ନବରଙ୍ଗପୁରକୁ ୧୫ କୋଟି ଅନୁଦାନ ହୋଇଛି ।
ଓଡିଶାରେ ରେଳ ସଂପର୍କୀତ ୩ଟି କାରଖାନା ପାଇଁ ୧୨ କୋଟି ମଂଜୁର ହୋଇଛି । ଅନୁଗୁଳ ବିଦ୍ୟୁତ ରେଳ ଇଂଜିନ ସେଡ୍ ସଂପ୍ରସାରଣ ପାଇଁ ୧ କୋଟି ମଂଜୁର ହୋଇଛି । ମାନେଶ୍ୱର ମାଲବାହୀ ଟ୍ରେନ ମରାମତି କାରଖାନା ପାଇଁ ୧୦ କୋଟି , କଲାହାଣ୍ଡିରେ ବିଦ୍ୟୁତ ଇଂଜିନ ମରାମତି କାରଖାନା ପାଇଁ ୧ କୋଟି ଅନୁଦାନ ରହିଛି ।
ତେବେ ରେଳ ଅନୁଦାନ ନେଇ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ସମଗ୍ର ଦେଶ ସହ ଓଡିଶାର ଉନ୍ନତି ଚାହାଁନ୍ତି । ପୂର୍ବରୁ ପଶ୍ଚିମକୁ ଯୋଡୁଥିବା ଲାଇନ ପାଇଁ ହଜାରେ କୋଟି ବ୍ୟୟବରାଦ ରହିଛି । ସୋନପୁର-ବୌଦ୍ଧ ଓ କନ୍ଧମାଳରେ ଜମି ଅଧିଗ୍ରହଣ ସମସ୍ୟା ଅଛି । ରାଜ୍ୟ ସରକାରଙ୍କୁ ଅନୁରୋଧ, ତୁରନ୍ତ ସମାଧାନ କରନ୍ତୁ । ଖୁବଶୀଘ୍ର ହରିଦାସପୁର ରେଳ ଲାଇନ ଲୋକର୍ପଣ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଅନୁଗୁଳରେ ବିଦ୍ୟୁତ ଇଂଜିନ ନିର୍ମାଣ ପ୍ରକଳ୍ପର ସଂପ୍ରସାରଣ ହେବ । କଳାହାଣ୍ଡିରେ ଇଲେକ୍ଟ୍ରି ଇଂଜିନ ମରାମତି କାରଖାନା ହେବ । ବଜେଟର ପ୍ରକୃତ ତଥ୍ୟ ନଜାଣି କିଛି ଲୋକ ଅପପ୍ରଚାର କରୁଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking