23.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗ୧୬୨ ନୁହେଁ ୭୩୪ ଡାକ୍ତରଙ୍କ କୋଭିଡରେ ହୋଇଛି ମୃତ୍ୟୁ

୧୬୨ ନୁହେଁ ୭୩୪ ଡାକ୍ତରଙ୍କ କୋଭିଡରେ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଦ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ବୁଧବାର , ନରେନ୍ଦ୍ର ମୋଦି ସରକାର ୧୬୨ ଡାକ୍ତର କୋଭିଡ ଯୋଗୁଁ ମୃତ୍ୟୁବରଣ କରିଥିବା ସୂଚନାକୁ ସମାଲୋଚନା କରିଛନ୍ତି । ୧୬୨ ନୁହେଁ, ବରଂ ୭୩୪ ଜଣ ଡାକ୍ତର କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା କହିଛି । ଶୀର୍ଷ ଚିକିତ୍ସା ସଂସ୍ଥା ଏହାର ତଥ୍ୟ ନଭେମ୍ବର ୨୦୨୦ ଏବଂ ପୁନଶ୍ଚ ଜାନୁଆରୀ ୨୦୨୧ରେ ସରକାରଙ୍କୁ ପ୍ରଦାନ କରିଥିଲେ । ଆଇଏମଏ ର ତଥ୍ୟ ଅନୁଯାୟୀ, ଫେବୃୟାରୀ ୩ ତାରିଖ ପର୍ଯ୍ୟନ୍ତ ୭୩୪ ଜଣ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୩୧ ଜଣ ସାଧାରଣ ଡାକ୍ତର ରହିଥିଲେ । ୩୫ ବର୍ଷ ବୟସ ହେବା ପୂର୍ବରୁ ୨୫ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି । ତେବେ ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ କରୋନାରେ ୧୬୨ ଜଣ ଡାକ୍ତରଙ୍କ ସମେତ ୧୦୭ ନର୍ସ, ୪୪ ଜଣ ଆଶାକର୍ମୀ କୋଭିଡରେ ମୃତ୍ୟୁବରଣ କରିଥିବା ଦର୍ଶାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking